ଭୋପାଲ: ବକରୀଦ ପାଇଁ ଆନେକ ଶହରରେ ଛେଳି ବଜାରରେ ଭିଡ଼ ଦେଖିବାକୁ ମିଳୁଛି । କିନ୍ତୁ ମଧ୍ୟପ୍ରଦେଶର ବୁହରାନପୁରରେ ଛେଳି ବଜାରରେ ଗୋଟିଏ ଛେଳି ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ଛେଳିକୁ ଚାହା ପିଇବାର ସଉକ । ଏହି ଛେଳି ପ୍ରତିଦିନ ନିଜ ମାଲିକ ସହ ଏକ ନିର୍ଦ୍ଦିଷ୍ଟ ଚାହା ଦୋକାନକୁ ଯାଇଥାଏ । ସେଠାରେ ଏହି ଛେଳିକୁ ଚାହା ପିଇବାର ଦେଖିବା ପାଇଁ ଅନେକ ଲୋକଙ୍କ ଭିଡ଼ ଜମିଥାଏ । ଛେଳି ଚାହା ପିଇବାର ଦୃଶ୍ୟକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥାଏ । ସେମାନେ ନିଜ ମୋବାଇଲରେ ଭିଡିଓ ଏବଂ ଫଟୋ ଉଠାଇ ସୋସିଆଲ ମିଡିଆରେ ଭାଇରାଲ କରୁଛନ୍ତି ।
ଏହି ଛେଳି ଯୋଗୁଁ ଉକ୍ତ ଚାହା ଦୋକାନୀ ୟୁସୁଫ୍ ଖାନ୍ ବର୍ତ୍ତମାନ ପ୍ରସିଦ୍ଧ ହୋଇଯାଇଛି । ତାଙ୍କ ଆୟ ବୃଦ୍ଧି ହେଉଥିବାରୁ ଛେଳିର ଚାହା ଶୁଳ୍କ ଛାଡ଼ କରିଛନ୍ତି । ଉକ୍ତ ଛେଳିର ମାଲିକ ହେଉଛନ୍ତି ଅବଦୁଲ ହମିଦଙ୍କ କହିବାନୁଯାୟୀ ତାଙ୍କ ଛେଳିର ବୟସ ୪ ବର୍ଷ । ଏହି ଛେଳି ଛୋଟ ଥିବା ବେଳୁ ସେ ତାକୁ ପାଳିଛନ୍ତି । ଗତ ଏକ ବର୍ଷ ହେବ ଛେଳି ବଜାରରେ ଥିବା ୟୁସୁôଫ୍ ଭାଇଙ୍କ ଚାହା ଦୋକାନରୁ ଚାହା ପିଇ ଆସୁଛି । ଅପରପକ୍ଷରେ ଅବଦୁଲ ହମିଦ ଘରେ ପ୍ରସ୍ତୁତ ଚାହାକୁ ଛେଳିକୁ ଦେଲେ ସେ ପିିଇବାକୁ ମନା କରିଦିଏ । ତେବେ ଚାହା ସହ ଛେଳି ବିସ୍କୁଟ ବଦଳରେ ପତ୍ର ଖାଇଥାଏ ।