fbpx

ମୋଦୀଙ୍କ ଭବିଷ୍ୟବାଣୀ ଏକଦମ୍ ଠିକ୍! ଯିଏ ଭରସା କଲା, ସେ ପାଇଲା… ୪୨ ଲକ୍ଷ କୋଟି ଆୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭବିଷ୍ୟବାଣୀ ସମ୍ପୂର୍ଣ୍ଣ ସତରେ ପରିଣତ ହୋଇଛି । ଲୋକସଭା ନିର୍ବାଚନ ବେଳେ ମୋଦୀଙ୍କ ଏକ ଭବିଷ୍ୟବାଣୀ ଏବେ ଶତ ପ୍ରତିଶତ ସତ ବୋଲି ପ୍ରମାଣିତ ହୋଇଛି । ସେୟାର ବଜାରକୁ ନେଇ ମୋଦୀ ଏକ ଅନୁମାନ କରିଥିଲେ । କିନ୍ତୁ ୧୫ ଦିନ ପରେ ଆଜି ଏହା ମାର୍କେଟରେ ଦେଖିବାକୁ ମିଳିଛି । ଇଲେକ୍ସନ ରେଜଲ୍ଟ ପରେ ସେୟାର ବଜାରର ରୂପରେଖ ବଦଳିଯିବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ଯାହା ଏବେ ପ୍ରକୃତରେ ଘଟିଯାଉଛି । ଗତ କିଛିଟା ଦିନରେ ସେୟାର ବଜାର ରେକର୍ଡ ସୃଷ୍ଟି କରୁଛି ।

ଜୁନ୍ ୪ ତାରିଖରେ ମୋଦୀ ଏକ ରାଲିରେ କହିଥିଲେ ଯେ, ନିର୍ବାଚନର ରେଜଲ୍ଟ ଆସିବା ପରେ ସେୟାର ବଜାରରେ ରେକର୍ଡ ସ୍ତରର ସଫଳତା ଦେକିବାକୁ ମିଳିବ । ତେବେ ଗତ ୯ଟି ସିଜନରେ ମୋଦୀଙ୍କ ଏହି ଭବିଷ୍ୟବାଣୀ ସତରେ ପରିଣତ ହୋଇଛି । ଜୁନ୍ ୪ ତାରିଖରୁ ଆଜି ପର୍ଯ୍ୟନ୍ତ ସେନସେକ୍ସରେ ୫ ହଜାରରୁ ଅଧିକ ପଏଣ୍ଟ ବୃଦ୍ଧି ହୋଇଛି । ୧୯ ତାରିଖରେ ମଧ୍ୟ ସେନସେକ୍ସ ୧୭ ପଏଣ୍ଟ ଅଧିକ ସହିତ କାରବାର କରୁଥିବା ଦେଖାଯାଇଛି । ପ୍ରଧାନମନ୍ତ୍ରୀ ଏହି ରାଲିରେ କହିଥିଲେ ଯେ, ଇଲେକ୍ସନ ରେଜଲ୍ଟ ପରେ ସେୟାର ବଜାର ରେକର୍ଡ ସୃଷ୍ଟି କରିବ । ତେବେ ପ୍ରକୃତରେ ମଧ୍ୟ ଜୁନ୍ ୪ ତାରିଖ ପରେ ବଜାରରେ ଲଗାତାର ବୃଦ୍ଧି ଦେଖାଯାଇଛି । ସେନସେକ୍ସ ଏବଂ ନିଫ୍ଟି ଉଭୟ ରେକର୍ଡ ସ୍ତରରେ ଟ୍ରେଡିଙ୍ଗ ଜାରି ରଖିଛନ୍ତି । ଗତ ୯ଟି ସିଜନରେ ନିବେଶକମାନଙ୍କ ସମ୍ପତ୍ତି ୪୨.୪ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇ ୪୩୭.୨୪ ଲକ୍ଷ କୋଟିରେ ପହଞ୍ଚିଛି ।

ତେବେ ଆଗାମୀ ୧୨ ମାସ ବା ୧ ବର୍ଷ ମଧ୍ୟରେ ସେନସେକ୍ସ ୮୨ ହଜାର ସୀମା ପାର କରିପାରେ ବୋଲି କହିଛନ୍ତି ମାର୍ଗନ ଷ୍ଟେନଲୀ । ସେ କହିଛନ୍ତି ଯେ, ଏନଡିଏ ସରକାର ଆସିବା ନୀତି ଲାଗୁ କରିବାରେ ସବୁଠାରୁ ବଡ଼ ଫାଇଦା ହେବ । ଏହା ସିଧାସଳଖ ବଜାରର ଏକ ଅଂଶ ହୋଇପାରିବ ବୋଲି ସେ ପ୍ରକାଶ କରିଛନ୍ତି । ଅର୍ତାତ୍ ଆଗାମୀ ୫ ବର୍ଷରେ ଦେଶର ଇକ୍ୱିଟି ମାର୍କେଟ ଖୁବ ଦ୍ରୁତ ଗତିରେ ବୃଦ୍ଧି କରିପାରେ ।

ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ହିଁ ପିଏମ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ସେୟାର ବଜାରରେ ଟଙ୍କା ନିବେଶ କରିବା ପାଇଁ କହିଥିଲେ । ତେବେ ଫଳାଫଳ ଘୋଷଣା (ଜୁନ୍ ୪ ତାରିଖ) ଦିନ ସେୟାର ବଜାର ଖୁବ ହ୍ରାସ ରେକର୍ଡ ହୋଇଥିଲା । ଗୋଟିଏ ଦିନରେ ନିବେଶକଙ୍କର ୩୧ ଲକ୍ଷ କୋଟି ଟଙ୍କା କ୍ଷତି ଦେଖାଯାଇଥିଲା । ତେବେ ଏହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହାର ଯାଞ୍ଚ କରିବା ପାଇଁ ଦାବି କରିଥିଲେ ।

Get real time updates directly on you device, subscribe now.