fbpx

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ବଡ଼ ଆଶ୍ୱସ୍ତି: ମଦ ଘୋଟାଲା ମାମଲାରେ କୋର୍ଟରୁ ମିଳିଲା ଜାମିନ୍

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଛି ଏକ ବଡ଼ ଆଶ୍ୱସ୍ତି । କୋର୍ଟ କେଜ୍ରିୱାଲଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ମଦ ଘୋଟାଲା ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ କେଜ୍ରିୱାଲଙ୍କୁ ଆଶ୍ୱସ୍ତି ମିଳିଛି । ୧ ଲକ୍ଷ ଟଙ୍କାର ଜମାନତ ରାଶି ଆଧାରରେ ତାଙ୍କୁ ଜାମିନ ମିଳିଛି । ଅନ୍ୟପକ୍ଷରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଜାମିନର ବିରୋଧ ପାଇଁ ୪୮ ସମୟ ମଗାଯାଇଛି । କାଲି ଡ୍ୟୁଟିରେ ଥିବା ବିଚାରପତିଙ୍କ ଆଗରେ ଦଲିଲ ଉପସ୍ଥାପନ କରାଯାଇ ପାରିବ ବୋଲି କୋର୍ଟ କହିଛନ୍ତି । ଏକ ଲକ୍ଷ ଟଙ୍କାର ବଣ୍ଡ ରାଶି ଆଧାରରେ ଆସନ୍ତାକାଲି କେଜ୍ରିୱାଲ ତିହାର ଜେଲରୁ ବାହାରି ପାରିବେ ବୋଲି ରାଉଜ ଏଭେନ୍ୟୁ କୋର୍ଟ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ମଦ ଘୋଟାଲା ସହ ଜଡ଼ିତ ମାମଲାରେ ମନି ଲଣ୍ଡରିଂକୁ ନେଇ କେଜ୍ରିୱାଲ ଅଭିଯୁକ୍ତ ରହିଥିଲେ । ଇଡି ପକ୍ଷରୁ ତାଙ୍କୁ ଅଭିଯୁକ୍ତ ସାବ୍ୟସ୍ତ କରାଯିବା ସହିତ ଏହି ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା । ଏହାପୂର୍ବରୁ ଲୋକସଭା ନିର୍ବାଚନ ପୂର୍ବରୁ ଗତ ମେ ମାସରେ ନିର୍ବାଚନୀ ପ୍ରଚାର ପାଇଁ ତାଙ୍କୁ ଜେଲ ବାହାରକୁ ଯିବାକୁ କୋର୍ଟ ଅନୁମତି ଦେଇଥିଲେ । ଏହାପରେ ନିର୍ବାଚନ ସମାପ୍ତ ହେବା ପରେ ସେ ତିହାର ଜେଲରେ ଆତ୍ମସମର୍ପଣ କରିଥିଲେ । ଏବେ ତାଙ୍କୁ ରେଗୁଲାର ବେଲ୍ ପ୍ରଦାନ କରିଛନ୍ତି କୋର୍ଟ । କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଆମ୍ ଆଦମୀ ପାର୍ଟି (ଆପ) ମହଲରେ ଖୁସିର ମାହୋଲ ଖେଳିଯାଇଛି ।

Get real time updates directly on you device, subscribe now.