fbpx

ବିଜେପିକୁ ଅତିଶୀଙ୍କ ଟାର୍ଗେଟ, କହିଲେ ଯେପର୍ଯ୍ୟନ୍ତ ଦିଲ୍ଲୀବାସୀଙ୍କୁ ସେମାନଙ୍କ ଅଧିକାରର ଜଳ ନ ମିଳିଛି ସେପର୍ଯ୍ୟନ୍ତ ଅନଶନ ଜାରି ରହିବ…

ନୂଆଦିଲ୍ଲୀ: ଦିଲ୍ଲୀ ଜଳ ମନ୍ତ୍ରୀ ଅତିଶୀ ଜୁନ ୨୧ରୁ ଅନଶନରେ ବସିଛନ୍ତି । ହରିୟାଣା ସରକାରଙ୍କୁ ଦିଲ୍ଲୀବାସୀଙ୍କ ଅଧିକାର ଅନୁଯାୟୀ ଜଳ ଯୋଗାଇବା ଦାବି କରି ‘ଜଳ ସତ୍ୟାଗ୍ରହ’ ଆରମ୍ଭ କରିଛନ୍ତି । ଏଥିମଧ୍ୟରେ ଶନିବାର ଅତିଶୀ ଅଭିଯୋଗ କରଛନ୍ତି ଯେ ସତ୍ୟାଗ୍ରହ ସ୍ଥଳକୁ ଆସି କିଛି ଲୋକ ତାଙ୍କ ଉପରେ ଆକ୍ରମଣ କରିଛନ୍ତି । ଏନେଇ ସେ ‘ଏକ୍ସ’ରେ ଏକ ଭିଡିଓ ବାର୍ତ୍ତା ଶେୟାର କରିଛନ୍ତି ।

ଅତିଶୀ ‘ଏକ୍ସ’ରେ ଶେୟାର କରିଥିବା ଭିଡିଓ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି, ‘ଦିଲ୍ଲୀରେ ଜଳର ଅଭାବ ଦେଖାଦେଇଛି । ୨୮ ଲକ୍ଷ ଲୋକଙ୍କୁ ଦିଲ୍ଲୀରେ ପାଣି ମିଳୁନାହିଁ । ସେମାନଙ୍କୁ ପାଣି ଯୋଗାଇବା ପାଇଁ ମୁଁ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ଅନଶନରେ ବସିଛି । ଆଜି ମୋ ଅନଶନ ସ୍ଥଳରେ କିଛି ଲୋକ ମୋ ଉପରେ ଆକ୍ରମଣ କରିବା ପାଇଁ ଆସିଥିଲେ ।’ ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ବିଜେପିକୁ ଏହା କହିବାକୁ ଚାହୁଁଛି ଯେ ଗାନ୍ଧୀ ଜୀଙ୍କ ଶିଖାଯାଇଥିବା ସତ୍ୟାଗ୍ରହ ରାସ୍ତାରେ ଚାଲୁଛି । ମୁଁ କାହାକୁ ଭୟ କରି ମୋ ଅନଶନ ଅଟକାଇବି ନାହିଁ । ଯେପର୍ଯ୍ୟନ୍ତ ଦିଲ୍ଲୀବାସୀଙ୍କୁ ସେମାନଙ୍କ ଅଧିକାରର ଜଳ ନ ମିଳିଛି ମୋ ଅନଶନ ଜାରି ରହିବ ।

 

Get real time updates directly on you device, subscribe now.