fbpx

(Video): ଚିକେନ୍ ବିରିୟାନୀରେ ମିଳିଲାନି Leg piece, ଉତକ୍ଷିପ୍ତ ହୋଇ ପ୍ଲେଟ୍ ଓ ଚେୟାର ଫିଙ୍ଗିଲେ ବରଯାତ୍ରୀ

ଲକ୍ଷ୍ନୌ: ସାଧାରଣତଃ ଭାରତୀୟମାନେ ଭୋଜିରେ ସୁସ୍ୱାଦୁ ଖାଦ୍ୟପେୟକୁ ବେଶ ପସନ୍ଦ କରିଥାନ୍ତି । ବିଶେଷ କରି ଆମିଷ ଉପରେ ଯେମିତି ସମସ୍ତଙ୍କ ନଜର । ଅଧିକାଂଶ ବିବାହ ଉତ୍ସବରେ ଆମିଷକୁ ନେଇ ଅସନ୍ତୁଷ୍ଟ ବରଯାତ୍ରୀ କନ୍ୟା ପକ୍ଷଙ୍କ ସହ ଜୋରଦାର ଝଗଡ଼ା କରିଥିବାର ଦେଖିବାକୁ ମିଳିଥାଏ । ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ବରେଲିରୁ ।

ସୂଚନାରୁ ପ୍ରକାଶ ବରେଲି ନୱାବଗଞ୍ଜ ଥାନା ଅଞ୍ଚଳରେ ଏକ ବିବାହ ଉତ୍ସବରେ ବରଯାତ୍ରୀମାନେ ବିରିୟାନୀରେ ଲେଗ୍ ପିସ୍ ପାଇଁ ଗଣ୍ଡଗୋଳ କରିଥିଲେ । ବାସ୍ତବରେ ଗୋଟିଏ ପଟେ ବିବାହ ଉତ୍ସବ ଚାଲୁଥିବା ବେଳେ ଅନ୍ୟପଟେ ବରଯାତ୍ରୀମାନେ ଭୋଜି ଖାଉଥିଲେ । ପରବର୍ତ୍ତୀ ସମୟରେ ଚିକେନ ବିରିୟାନୀରେ ଲେଗ୍ ପିସ୍ ନଥିବା ଖବର ନିଆଁ ପରି ବ୍ୟାପିଗଲା । ଏଭଳି ସ୍ଥିତିରେ ସମସ୍ତ ବରଯାତ୍ରୀମାନେ ଅସନ୍ତୁଷ୍ଟ ଥିଲେ । ପରେ କନ୍ୟାପକ୍ଷ ଆସି ସେମାନଙ୍କୁ ବୁଝାସୁଝା କରିଥିଲେ କିନ୍ତୁ ଏହାର ବିପରିତ ପରିଣାମ ଦେଖିବାକୁ ମିଳିିଥିଲା । କହିରଖୁଛୁ କିଛି ବରଯାତ୍ରୀମାନେ ନିଶାଶକ୍ତ ଅବସ୍ଥାରେ ଥିଲେ । ତେଣୁ ସେମାନେ ଏଭଳି ସ୍ଥିତିରେ ଉତକ୍ଷିପ୍ତ ହୋଇ କନ୍ୟାପକ୍ଷଙ୍କ ସହ ଝଗଡ଼ା ଆରମ୍ଭ କରିଥିଲେ । ପରସ୍ପରକୁ ପ୍ଲେଟ୍ ଆଉ ଚଉକି ଫିଙ୍ଗା ଫିଙ୍ଗି ହେବାର ଭିଡିଓ ମଧ୍ୟ କ୍ୟାମେରାରେ କଏଦ ହୋଇଛି । ପରେ ବରଯାତ୍ରୀମାନେ ବିନା ଖାଇ ଫେରିଯାଇଥିଲେ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଘଟଣାକୁ ନେଇ ସ୍ଥାନୀୟ ପୋଲିସ ନିକଟରେ କୌଣସି ଅଭିଯୋଗ ହୋଇନାହିଁ । ଅପରପକ୍ଷରେ ନୱାବଗଞ୍ଜ ଥାନା ଅଧିକାରୀଙ୍କ କହିବାନୁଯାୟୀ ଦୁଇ ପକ୍ଷଙ୍କ ମଧ୍ୟରେ ବୁଝାମଣା ହୋଇଯାଇଥିଲା । ଆମ ପାଖରେ ଲିଖିତ ଅଭିଯୋଗ ଆସିଲେ ତଦନ୍ତ ହେବ ।

Get real time updates directly on you device, subscribe now.