fbpx

ସର୍ବଦଳୀୟ ବୈଠକରେ କାହାର କେଉଁ ମତ, ଜାଣନ୍ତୁ କାହାକୁ ସମର୍ଥନ କଲା ବିଜେଡି?

ନୂଆଦିଲ୍ଲୀ,୧୯ ।୬: ଭାରତ-ଚୀନ୍ ମଧ୍ୟରେ ସୀମା ବିବାଦ ବଢିବାରେ ଲାଗିଛି । ଏହି ସୀମା ବିବାଦକୁ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଡକାଯାଇଛି ସର୍ବଦଳୀୟ ବୈଠକ । ଏହି ବୈଠକରେ ୧୭ଟି ଦଳର ନେତା ସାମିଲ ହୋଇଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିବା ଏହି ସର୍ବଦଳୀୟ ବୈଠକରେ ପ୍ରଥମେ ଗଲୱାନ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ରକ୍ଷାମନ୍ତ୍ରୀ ରାଜନାଥ ସିଂ ଚୀନ ବିବାଦ ସମ୍ପର୍କରେ ନେତାମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, ସୀମାରେ ଭାରତୀୟ ଯବାନ ସଜାଗ ଅଛନ୍ତି ।’ ଅନ୍ୟପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ବିରୋଧୀଙ୍କୁ ଚୀନ ସମ୍ପର୍କରେ ପ୍ରକୃତ ତଥ୍ୟ ଦିଅନ୍ତୁ ସରକାର । ଦେଶରେ ସାର୍ବଭୌମ୍ୟ ରକ୍ଷା ପାଇଁ ଆମେ ସରକାରଙ୍କ ସହ ଅଛୁ ।’

ତେବେ ଲଦାଖ ସୀମାର ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପକୁ ସବୁ ଦଳର ସମର୍ଥନ ରହିଛି । କିନ୍ତୁ କଂଗ୍ରେସର ଆଭିମୁଖ୍ୟକୁ ବିଜେଡି, ଟିଆରଏସ ଓ ଏସକେଏମ ନାପସନ୍ଦ କରିଛନ୍ତି । କେନ୍ଦ୍ର ପ୍ରତି ପୂର୍ଣ୍ଣ ଓ ନିଃସର୍ତ୍ତ ସମର୍ଥନ ଘୋଷଣା କରିଛି ବିଜେଡି ।

ସେହିପରି ଚୀନକୁ ନିନ୍ଦା କରିବାକୁ ମନା କରି ଆମେରିକାକୁ ନିନ୍ଦା କରିଛି ବାମଦଳ । ପ୍ରଧାନମନ୍ତ୍ରୀଙ୍କ ସପକ୍ଷରେ ଉତ୍ତର-ପୂର୍ବ ଭାରତର ସବୁ ଦଳ ମତ ଦେଇଛନ୍ତି । କାଶ୍ମୀରର ବିକାଶ ପାଇଁ ମୋଦୀଙ୍କ ଉଦ୍ୟମ ଯୋଗୁଁ ଚୀନ୍ କ୍ରୋଧିତ ବୋଲି ଟିଆରଏସ କହିଛି । ଅନ୍ୟପଟେ ମୋଦୀଙ୍କ ଆତ୍ମନିର୍ଭର ଭାରତର ଅଭିଯାନ ଯୋଗୁଁ ଚିଡୁଛି ଚୀନ ବୋଲି ଏସକେଏମ କହିଛି । ସେହିପରି ସରକାରଙ୍କ ପ୍ରତି ଦୃଢ ସମର୍ଥନ ଘୋଷଣଶ କରିଛି ବହୁଜନ ସମାଜ ପାର୍ଟି ।

Get real time updates directly on you device, subscribe now.