fbpx

ଦେଶରେ ୨୪ଘଣ୍ଟାରେ ସର୍ବାଧିକ ୧୪ହଜାର ୫୧୬ଜଣ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୨୦ା୬: ଦେଶରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୯୫ହଜାର ୪୮କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୨ହଜାର ୯୪୮ରେ ପହଞ୍ଚିଛି । ସେହିପରି ସୁସ୍ଥ ସଂଖ୍ୟା ୨ଲକ୍ଷ ୧୩ହଜାର ୮୩୧ଥିବା ବେଳେ ଚିକିତ୍ସାଧୀନ ଅଛନ୍ତି ୧ଲକ୍ଷ ୬୩ହଜାର ୨୬୯ଜଣ । ଗତ ୨୪ଘଣ୍ଟାରେ ଦେଶରେ ସର୍ବାଧିକ ୧୪ହଜାର ୫୧୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୭୫ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ ୫୮୯୩, ଦିଲ୍ଲୀରେ ୨୦୩୫, ଗୁଜୁରାଟରେ ୧୬୧୮, ତାମିଲନାଡ଼ୁରେ ୬୬୬, ପଶ୍ଚିମବଙ୍ଗରେ ୫୨୯, ମଧ୍ୟପ୍ରଦେଶରେ ୪୯୫ ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।

Get real time updates directly on you device, subscribe now.