fbpx

(Video) ସହିଦ କ୍ୟାପ୍ଟେନ ଅଂଶୁମାନଙ୍କ ଲଭଷ୍ଟୋରୀ ବାଖ୍ୟା କଲେ ବିଧବା ପତ୍ନୀ ସ୍ମୃତି , ପ୍ରଥମ ଦେଖାରେ ହୋଇଯାଇଥିଲା ପ୍ରେମ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଦେବରୀୟା ଜିଲ୍ଲାରେ ରହୁଥିବା କ୍ୟାପ୍ଟେନ ଅଂଶୁମାନ ୧୯ ଜୁଲାଇ ୨୦୨୩ ସିୟାଚିନ ଗ୍ଲେଶିୟର ଅଞ୍ଚଳରେ ସହିଦ ହୋଇଥିଲେ । ତାଙ୍କ ସହିଦ ହେବାର ଗୋଟିଏ ବର୍ଷ ପରେ ତାଙ୍କ ବିଧବା ପତ୍ନୀ ସ୍ମୃତି ସିଂହଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମରଣପରାନ୍ତ ବୀରତା ପୁରସ୍କାର କିର୍ତ୍ତି ଚକ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ତାଙ୍କ ଆଖି ଛଳଛଳ ହେଇଯାଉଥିଲା । ତାଙ୍କ ସହ କ୍ୟାପ୍ଟେନଙ୍କ ମାଆ ବି ସାଙ୍ଗରେ ଥିଲେ । କୀର୍ତ୍ତି ଚକ୍ର ଭାରତର ଦ୍ୱିତୀୟ ସବୁଠାରୁ ବଡ଼ ବୀରତା ପୁରଷ୍କାର । ଏହି ସମୟରେ ସ୍ମୃତି ସିଂହ ମନେପକାଇ କରି କହିଛନ୍ତି ଯେ, ସେ ମୋତେ କହୁଥିଲେ, ମୁଁ ନିଜ ଛାତିରେ ପିସ୍ତଲ ରଖିକି ମରିବି । ମୁଁ ସାମାନ୍ୟ ଭାବେ ମରିବି ନାହିଁ ।

ସ୍ମୃତି ସିଂହ ନିଜର ଏବଂ କ୍ୟାପ୍ଟେନ ଅଂଶୁମାନଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ପ୍ରେମ କାହାଣି ବିଷୟରେ କହିଲେ, ଯାହା ସେ କଲେଜ ଦିନରେ ଆରମ୍ଭ କରିଥିଲେ । ସେ ବହୁତ ଦୁଃଖିତ ହୋଇ କହିଲେ ଯେ, ଆମେ କଲେଜର ପ୍ରଥମ ଦିନରେ ଭେଟିଥିଲୁ । ଏହା ମୋ ପାଇଁ ପ୍ରଥମ ନଜରର ପ୍ରେମ ଥିଲା । ଗୋଟିଏ ମାସ ପରେ ଚୟନ ଏଏଫ ମେଡିକାଲ କଲେଜରେ ମୋର ହୋଇଯାଇଥିଲା । ଆମେ ଗୋଟିଏ ଇଞ୍ଜିନିୟରିଂ କଲେଜରେ ଭେଟିଥିଲୁ କିନ୍ତୁ ତାଙ୍କର ଅନ୍ୟ କଲେଜରେ ହୋଇଯାଇଥିଲା । ଆମେ ମାତ୍ର ୧ ମାସ ସାଙ୍ଗରେ ରହିଥିଲୁ । ଏହାପରେ ଆମେ ୮ ବର୍ଷ ଲଙ୍ଗ ଡିଷ୍ଟାନ୍ସ ରିଲେସନସିପରେ ରହିଥିଲୁ । ଏହାପରେ ଆମେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲୁ । ଦୁର୍ଭାଗ୍ୟ ବସତଃ ଆମ ବିବାହର ଦୁଇ ମାମ ପରେ ତାଙ୍କର ପୋଷ୍ଟିଙ୍ଗ ସିୟାଚିନରେ ହୋଇଯାଇଥିଲା ।

Get real time updates directly on you device, subscribe now.