fbpx

(Video): ଏବେବି ବଞ୍ଚିଛି ମାନବିକତା; ବନ୍ୟାରେ ଭାସିିଯାଉଥିବା ବାଛୁରୀର ଜୀବନ ବଞ୍ଚାଇଲେ ଯୁବକ

ଦିସପୁର: ପ୍ରବଳ ବର୍ଷା ଯୋଗୁଁ ଆସାମରେ ବନ୍ୟାର କରାଳ ରୂପ ଦେଖିବାକୁ ମିଳିଛି । ଏହି ବର୍ଷା ଯୋଗୁଁ ଆସାମର ୨୯ଟି ଜିଲ୍ଲାରେ ପ୍ରାୟ ୨୧ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି । ରାଜ୍ୟରେ ବିଭିନ୍ନ ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି । ଫଳରେ ହେକ୍ଟର ହେକ୍ଟର ଚାଷ ଜମି ନଷ୍ଟ ହେବା ସହ ଅନେକ ଅଞ୍ଚଳ ଏବେବି ଜଳମଗ୍ନ ରହିଛି । ସେହିପରି ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ବନ୍ୟା ଯୋଗୁଁ ୧୨୯ ଜଙ୍ଗଲୀ ଜୀବ ମୃତ୍ୟୁ ବରଣ କରିଥିବା ଅଧିକାରୀ ସୂଚନା ଦେଇଛନ୍ତି । ଅପରପକ୍ଷରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ବନ୍ୟା ପ୍ରଭାବିତ ଅଞ୍ଚଳ ଏବଂ ରିଲିଫ୍ କ୍ୟାମ୍ପ୍ ପରିଦର୍ଶନ କରିଥିଲେ । ବନ୍ୟା ପ୍ରଭାବିତ ଲୋକଙ୍କୁ ରିଲିଫ ସହ ଅନ୍ୟ ସୁବିଧା ଯୋଗାଇବା ନେଇ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିମଧ୍ୟରେ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହା ଦେଖିଲେ ଲାଗିବ ଏବେବି ମାନବିକତା ବଞ୍ଚିଛି । ଏହି ଭିଡିଓରେ ଦର୍ଶାଯାଇଛି କିପରି ଜଣେ ବ୍ୟକ୍ତି ନିଜ ଜୀବନକୁ ବାଜିରେ ଲଗାଇ ଏକ ବାଛୁରୀକୁ ବଞ୍ଚାଇବା ପାଇଁ ଉଦ୍ୟମ କରୁଛନ୍ତି । ପାଣିର ସ୍ରୋତ ଦୃତ ଥିବା ଯୋଗୁଁ ଟିକେ ସମସ୍ୟା ହୋଇଥିଲା କିନ୍ତୁ ପରେ ବାଛୁରୀଟି ପହଁରି ପହଁରି କୂଳକୁ ଆସିଥିଲା । ସେଠାରେ ଉପସ୍ଥିତ ଅନ୍ୟ ଲୋକମାନେ ମଧ୍ୟ ଏଥିରେ ସହଯୋଗ କରିଛନ୍ତି । କହିରଖୁଛୁ ବାଛୁରୀକୁ ବଞ୍ଚାଇଥିବା ସେହି ବ୍ୟକ୍ତି ହେଉଛନ୍ତି ଆସାମର ଦୁଲିଆଜାନ ଅଞ୍ଚଳର । ଏହି ଭିଡିଓକୁ @VoiceofAxom ନାମକ ଜଣେ ୟୁଜର ‘ଏକ୍ସ’ରେ ଶେୟାର କରିଛନ୍ତି ।

Get real time updates directly on you device, subscribe now.