fbpx

୧୨୫ କୋଟି ବାଣ୍ଟିନେଲା ଟିମ ଇଣ୍ଡିଆ: ରୋହିତ-ବିରାଟଙ୍କୁ ମିଳିଲା ଏତିକି ଟଙ୍କା, ୭ ଖେଳାଳି ମ୍ୟାଚ ନ ଖେଳି କୋଟିପତି

ଓଡ଼ିଶା ଭାସ୍କର: ଅପରାଜୟ ରହି ଟି-୨୦ ବିଶ୍ୱକପ ଉପରେ କବଜା କରିଛି ଟିମ ଇଣ୍ଡିଆ । ବିଶ୍ୱକପ ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ୧୭ ବର୍ଷ ପରେ ଏହି ଟାଇଟଲ ହାସଲ କରିଛି ରୋହିତ ସେନା । ଏହାପରେ ଭାରତୀୟ ଦଳ ଉପରେ ପୁରସ୍କାର ବର୍ଷା ହୋଇଛି । ଆଇସିସି ତରଫରୁ ଚମ୍ପିଆନ୍ ପୁରସ୍କାର ମିଳିବା ପରେ ଭାରତୀୟ କ୍ରିକେଟ ବୋର୍ଡ ମଧ୍ୟ ୧୨୫ କୋଟି ଟଙ୍କା ପୁରସ୍କାର ପ୍ରଦାନ କରିଛି । ବର୍ତ୍ତମାନ ଏହି ପୁରସ୍କାର ରାଶି ଭାରତୀୟ ଦଳ ମଧ୍ୟରେ ସେୟାର କରାଯାଇଛି ।

ଟି-୨୦ ବିଶ୍ୱକପ ବିଜୟୀ ହେବା ପରେ ୧୨୫ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା । ମୁମ୍ବାଇରେ ଭିକ୍ଟ୍ରି ପରେଡ ପରେ ବିସିସିଆଇ ଟିମ ଇଣ୍ଡିଆକୁ ୧୨୫ କୋଟି ଟଙ୍କାର ଚେକ୍ ପ୍ରଦାନ କରିଥିଲା । ଏହି ପୁରସ୍କାର ରାଶି ଟିମ ଇଣ୍ଡିଆର ସମସ୍ତ ଖେଳାଳି, ରିଜର୍ଭ ଖେଳାଳି ଏବଂ ଚୟନକର୍ତ୍ତାଙ୍କ ସମେତ କୋଚ୍-ସପୋର୍ଟ ଷ୍ଟାଫଙ୍କ ମଧ୍ୟରେ ଏହି ପୁରସ୍କାର ରାଶି ବଣ୍ଟନ କରାଯିବ । ତେବେ ଏହି ଟଙ୍କାରୁ କେଉଁ ଖେଳାଳିଙ୍କୁ କେତେ ଟଙ୍କା ପ୍ରଦାନ କରାଯିବ ସେ ନେଇ ବର୍ତ୍ତମାନ ଖବର ସାମନାକୁ ଆସିଛି । ଏଥିରୁ ଜଣାଯାଇଛି ଯେ, ଦଳର ସମସ୍ତ ଖେଳାଳିଙ୍କୁ ୫ କୋଟି ଟଙ୍କା ଲେଖାଏଁ ଦିଆଯିବ । ଏହାସହିତ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କୁ ମଧ୍ୟ ୫ କୋଟି ଟଙ୍କା ପ୍ରଦାନ କରାଯିବ । ସେହିପରି ବ୍ୟାଟିଂ କୋଚ୍ ବିକ୍ରମ ରଠୋର, ଫିଲ୍ଡିଙ୍ଗ କୋଚ୍ ଟି ଦିଲ୍ଲୀପ ଏବଂ ବୋଲିଂ କୋଚ୍ ପାରସ ମହାମ୍ବ୍ରେଙ୍କୁ ମଧ୍ୟ ୨.୫ କୋଟି ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ ।

  • ୫ କୋଟି ଟଙ୍କା କିଏ ପାଇବେ?
    ରାହୁଲ ଦ୍ରାବିଡ, ରୋହିତ ଶର୍ମା, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ରବିନ୍ଦ୍ର ଜାଡେଜା, ଶିବମ ଦୁବେ, ଅକ୍ଷର ପଟେଲ, ଜଶପ୍ରୀତ ବୁମରାହ, କୁଳଦୀପ ଯାଦବ, ଅର୍ଶଦୀପ ସିଂହ, ଯଶସ୍ୱୀ ଜଏସ୍ୱାଲ, ସଞ୍ଜୁ ସାମସନ୍, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସିରାଜ
  • କାହାକୁ ମିଳିବ ୨.୫ କୋଟି?
    ବ୍ୟାଟିଂ କୋଚ୍ ବିକ୍ରମ ରଠୋର, ଫିଲ୍ଡିଙ୍ଗ କୋଚ୍ ଟି ଦିଲ୍ଲୀପ ଏବଂ ବୋଲିଂ କୋଚ୍ ପାରସ ମହାମ୍ବ୍ରେ
  • ୨ କୋଟି କିଏ ପାଇବେ?
    କମଳେଶ ଜୈନ, ଯୋଗେଶ ପରମାର ଏବଂ ତୁଳସୀ ରାମ ଯୁବରାଜ(ଫିଜିଓ)
    ରାଘବେନ୍ଦ୍ର ଦବଗୀ, ନୁୱାନ ଉଦେନେକେ ଏବଂ ଦୟାନନ୍ଦ ଗରାନୀ (ଥ୍ରୋ ଡାଉନ୍ ସ୍ପେଶାଲିଷ୍ଟ)
    ରାଜୀବ କୁମାର ଏବଂ ଅରୁଣ କନାଡ (ମସାଜ ଥେରାପିଷ୍ଟ)
    ସୋହମ ଦେସାଇ(ଷ୍ଟ୍ରେନ୍ଥ ଆଣ୍ଡ କଣ୍ଡିସନିଙ୍ଗ କୋଚ୍)
  • ରିଜର୍ଭ ଖେଳାଳିଙ୍କୁ ମିଳିବ ୧ କୋଟି:
    ଶୁଭମନ ଗିଲ୍, ରିଙ୍କୁ ସିଂହ, ଖଲୀଲ ଅହମଦ, ଆଭେଶ ଖାନ୍,
    ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର
    ଶିବ ସୁନ୍ଦର ଦାସ, ସୁବ୍ରତୋ ବାନାର୍ଜୀ, ସଲିଲ ଅଙ୍କଲୋ ଏବଂ ଶ୍ରୀଦରନ୍ ଶରତ (ଚୟନକର୍ତ୍ତା)

Get real time updates directly on you device, subscribe now.