fbpx

(Video) ରାହୁଲ ଗାନ୍ଧୀଙ୍କ ଫଟୋରେ ପାଦପୋଛୁଛନ୍ତି ମନ୍ଦିର ଯାଉଥିବା ଶ୍ରଦ୍ଧାଳୁ, ବିବୃତ୍ତିକୁ ନେଇ ତାତିଲେ ବିରୋଧୀ

ନୂଆଦିଲ୍ଲୀ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଲୋକସଭାରେ ହିନ୍ଦୁ ଏବଂ ହିନ୍ଦୁତ୍ୱକୁ ନେଇ ଦେଇଥିବା ବିବୃତ୍ତି ପରେ ଲୋକସଭାଠାରୁ ଆରମ୍ଭ କରି ସୋସିଆଲ ମିଡିଆଲ ପର୍ଯ୍ୟନ୍ତ ଚର୍ଚ୍ଚା ଜୋର ଧରିଛି । ବିଜେପି ରାହୁଲ ଗାନ୍ଧୀଙ୍କ ଟିପ୍ପଣୀକୁ ହିନ୍ଦୁମାନଙ୍କ ଅପମାନ ବୋଲି କହି ଆଲୋଚନା କରୁଛି । ରାହୁଲ ଗାନ୍ଧୀଙ୍କ ବିବୃତ୍ତି ପରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଏକ ମନ୍ଦିରର ସିଡିରେ ରଖାଯାଇଥିବା ଡୋରମ୍ୟାଟରେ ରାହୁଲଗାନ୍ଧୀଙ୍କ ଫଟୋ ଲଗିଛି । ଫଟୋ ସହ ହିନ୍ଦୁମାନଙ୍କୁ ହିଂସକ କହିବାର ଆଲୋଚନା ମଧ୍ୟ କରାଯାଇଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଡୋରମ୍ୟାଟରେ ରାହୁଲ ଗାନ୍ଧୀଙ୍କ ଫଟୋ ସହ ଲେଖାଯାଇଛି ଯେ, ଆପଣଙ୍କ ସାହସ କିପରି ହେଲା ହିନ୍ଦୁମାନଙ୍କୁ ହିଂସକ ଏବଂ ଅଭଦ୍ର କହିବା?
ଲୋକସଭାର ପ୍ରଥମ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ପ୍ରସ୍ତାବ ଚର୍ଚ୍ଚା କରିବା ସମୟରେ ରାହୁଲ ଗାନ୍ଧୀ କହିଥିଲେ ଯେ, ହିନ୍ଦୁ ଧର୍ମରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ, ସତ୍ୟ ସହ ଠିଆ ହେବା ଆବଶ୍ୟକ । ସତ୍ୟଃାରୁ ପଛକୁ ଘୁଞ୍ଚିବା ଦରକାର ନାହିଁ । ସତ୍ୟକୁ ଡରିବା ଆବଶ୍ୟକ ନୁହେଁ । ଅହିଂସା ଆମର ପ୍ରତୀକ । ହିନ୍ଦୁସ୍ତାନର ଇତିହାସରେ ତିନୋଟି ବିଚାର ରହିଛି । ପିଏମ ମୋଦୀ ନିଜ ଭାଷଣରେ ଗୋଟିଏ ଦିନ କହିଥିଲେ ଯେ, ହିନ୍ଦୁସ୍ତାନ କାହାରି ଉପରେ ଆକ୍ରମଣ କରିନାହିଁ । ତାର କାରଣ ରହିଛି । କାରଣ ଏହି ଦେଶ ଅହିଂସାର ଦେଶ । ଏହି ଦେଶ ଡରିବାର ଦେଶ ନୁହେଁ । ଆମ

ମହାପୁରୁଷମାନେ ଅହିଂସା କଥା କହିଛନ୍ତି । ଡର ଦୂର କରିବା କଥା କହିଛନ୍ତି୍ୱ ଡରନି, ଡରାଅନି । ଅନ୍ୟପକ୍ଷରେ ଶିବାଜୀ କୁହନ୍ତି ଡରନି, ଡରାଅନି, ଅଭୟ ମୁଦ୍ରା ଦେଖାନ୍ତି । ତ୍ରିଶୂଳକୁ ଭୂଇଁରେ ପୋତିଦେବା କଥା କୁହନ୍ତି । ରାହୁଲ ଗାନ୍ଧୀ ଏବଂ ଆରଏସଏସ ହିନ୍ଦୁତ୍ୱ ବିଚାରଧାରାକୁ ନେଇ କହିଛନ୍ତି ଯେ, ଯେଉଁ ଲୋକେ ନିଜକୁ ହିନ୍ଦୁ କୁହନ୍ତି ସେମାନେ ୨୪ ଘଣ୍ଟା ହିଂସା, ଘୃଣା ଏବଂ ଅସତ୍ୟ ଅଟନ୍ତି । ଏହି କଥାକୁ ନେଇ ସବୁଆଡେ ଚର୍ଚ୍ଚା ଜୋର ଧରିଛି ।

Get real time updates directly on you device, subscribe now.