fbpx

୧୪ ବର୍ଷ ଶୋଇ ନ ଥିଲେ ଲକ୍ଷ୍ମଣ, ସାଧାରଣ ଲୋକଟିଏ କେତେ ଦିନ ଅନିଦ୍ରା ରହିପାରିବ!

ଓଡିଶା ଭାସ୍କର: ପୌରାଣିକ କଥାବସ୍ତୁ ଅନୁଯାୟୀ, ଭଗବାନ ରାମ ଓ ମାତା ସୀତାଙ୍କ ସହ ଲକ୍ଷ୍ମଣ ୧୪ ବର୍ଷ ପର୍ଯ୍ୟନ୍ତ ବନବାସ ଯାଇଥିଲେ । ସେହି ବନବାସ ସମୟରେ ସେ ୧୪ ବର୍ଷ ଯାଏଁ ଶୋଇ ନଥିଲେ ମାନେ ସେ ଅନିଦ୍ରା ଥିଲେ । ସେ ନିଜର ଭାଇ ରାମ ଓ ଦେବୀ ସୀତାଙ୍କ ସୁରକ୍ଷାରେ ନିୟୋଜିତ ରହୁଥିଲେ । ଫଳରେ ତାଙ୍କର ଏହି ଅନିଦ୍ରା କାରଣରୁ ତାଙ୍କୁ ‘ଗୁଡାକେଶ’ ମଧ୍ୟ କୁହାଯାଏ । ଏହି ଅର୍ଥର ତାତ୍ପର୍ଯ୍ୟ ହେଉଛି ଯିଏ ନିଦ୍ରାର ସ୍ୱାମୀ ଅଟେ । ଏହି କାରଣରୁ ହିଁ ଲକ୍ଷ୍ମଣ ରାବଣର ବଡ ପୁଅ ତଥା ବଳଶାଳୀ ମେଘନାଦଙ୍କୁ ମଧ୍ୟ ପରାସ୍ତ କରି ଦେଇଥିଲେ । ତେବେ ସାଧାରଣ ଲୋକଟିଏ କେତେ ଦିନ ଅନିଦ୍ରା ରହି ପାରିବ ! ଦୁନିଆରେ ସବୁଠୁ ଅଧିକ ଅନିଦ୍ରା ରହୁଥିବା ଲୋକ କିଏ ? ଆପଣ ଜାଣିଛନ୍ତି…

ପୌରାଣିକ କଥାବସ୍ତୁ ଅନୁଯାୟୀ, ମେଘନାଦଙ୍କୁ ସେଇ ବ୍ୟକ୍ତି ହିଁ ମାରି ପାରିବ ଯିଏ ୧୪ ବର୍ଷ ଶୋଇ ନଥିବ । ଏଭଳି ବରାଦାନ ମିଳିଥିଲା ଇନ୍ଦ୍ରକୁ ଜୟ କରିଥିବା ଇନ୍ଦ୍ରଜିତଙ୍କୁ । ସେଥିପାଇଁ ଲକ୍ଷ୍ମଣ ହିଁ ତାଙ୍କୁ ବଧ କରିଥିଲେ । ଋଷି ଅଗସ୍ତ୍ୟଙ୍କ କହିବାନୁସାରେ, ମେଘନାଦଙ୍କୁ ରାମ ମଧ୍ୟ ବଧ କରି ପାରି ନ ଥାନ୍ତେ । କାରଣ ସେ ଏଭଳି ବରଦାନ ପାଇଥିଲା । ଯାହାର ମୃତ୍ୟୁ ଲକ୍ଷ୍ମଣଙ୍କ ହାତରେ ଥିଲା । ଋଷି ଅଗସ୍ତ୍ୟଙ୍କ କଥାରେ ରାମ ଖୁସି ତ ହୋଇଥିଲେ, ମାତ୍ର ଆଶ୍ଚର୍ଯ୍ୟ ବି ହୋଇଯାଇଥିଲେ । ରାମ ମଧ୍ୟ ଆଶ୍ଚର୍ଯ୍ୟରେ ତାଙ୍କୁ ପଚାରିଥିଲେ ଯେ, ଏହା କେମିତି ସମ୍ଭବ ହୋଇପାରିବ ଯିଏ ଆମ ପାଖରେ ଥାଇ କେବେବି ଶୋଇ ନାହିଁ ଓ ସାତାଙ୍କ ମୁଖ ମଧ୍ୟ କେବେ ଦେଖି ନାହାନ୍ତି । ଲକ୍ଷ୍ମଣ ଏହାର ଉତ୍ତର ଦେଇ କହିଥିଲେ ଯେ ସତରେ ସେ କେବେ ସେ ମାତା ସୀତାଙ୍କ ଚରଣ ଉପରକୁ କେବେ ଦେଖି ନାହାନ୍ତି ଓ ସେ ରାମ ଓ ମାତା ସୀତାଙ୍କ ସେବାରେ ୧୪ ବର୍ଷ ଅହରହ ନିୟୋଜିତ ଥିଲେ । ଲକ୍ଷ୍ମଣଙ୍କୁ ନିଦ୍ରାଦେବୀଙ୍କ ବରଦାନ ପ୍ରାପ୍ତ ହୋଇଥିଲା । ନିଦ୍ରାଦେବୀ କହିଥିଲେ ଯେ, ଯଦି ଜଣେ ୧୪ ବର୍ଷ ପର୍ଯ୍ୟନ୍ତ ତାଙ୍କ ବଦଳରେ ସର୍ବଦା ଶୋଇବ ତେବେ ତାଙ୍କୁ ୧୪ ବର୍ଷ ପର୍ଯ୍ୟନ୍ତ ଅନିଦ୍ରା ରହିବାର ବରଦାନ ମିଳି ପାରିବ । ଏହି କାର୍ଯ୍ୟକୁ ତାଙ୍କ ସହଧର୍ମିଣୀ ଉର୍ମିଳା କରିବାରୁ ଲକ୍ଷ୍ମଣଙ୍କୁ ଏହି ବରଦାନ ପ୍ରାପ୍ତ ହୋଇଥିଲା । ତାହାସହ ସେ ଗୁରୁ ବିଶ୍ୱାମିତ୍ରଙ୍କଠୁ ଏକ ବିଦ୍ୟା ପ୍ରାପ୍ତ କରିଥିଲେ ଯେଉଁଥିରେ ବିନା ଅନ୍ନରେ ବି ଜଣେ ବଞ୍ଚିପାରିବ । ଯାହା ମାଧ୍ୟମରେ ଅନ୍ନଗ୍ରହଣ ନ କରି ଲକ୍ଷ୍ମଣ ବଞ୍ଚି ପାରୁଥିଲେ ।

ବିଶ୍ୱରେ ଅଧିକ ସମୟ ବିନା ଶୋଇକି ରେକର୍ଡ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଆସନ୍ତି ଆମେରିକାର ରୈଣ୍ଡି ଗାର୍ଡନର । ୧୯୬୩ ମସିହାରେ ସେ ୧୧ ଦିନ ୨୫ ମିନିଟ ପର୍ଯ୍ୟନ୍ତ ଶୋଇ ନ ଥିଲେ । ଲମ୍ବା ସମୟ ପର୍ଯ୍ୟନ୍ତ ନ ଶୋଇଲେ ଜଣକର ରକ୍ତରେ ଆଲକୋହଲ ଭଳି ପଦାର୍ଥର ସୃଷ୍ଟି ହୋଇ ତାହା ଭୟଙ୍କର ସାବ୍ୟସ୍ତ ହୁଏ । ୭୨ ଘଣ୍ଟା ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ନ ଶୋଇଲେ ତାହାର ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇପାରେ ।

Get real time updates directly on you device, subscribe now.