fbpx

(video): ସାପ – ଯୁବକ ଲଢେଇ, ଦେଖନ୍ତୁ କିଏ ଜିତୁଛି ବାଜି…..

ଓଡିଶା ଭାସ୍କର: ସାପକୁ ଦେଖି ଅନେକ ଲୋକ ଡରନ୍ତି । ଏହା ଲମ୍ବା ହୋଇଥାଉ ବା ନ ହୋଇଥାଉ, ବିଷାକ୍ତ ସାପ ହେଉ ବା ନ ହେଉ ଯେକେହି ଏହାକୁ ଦେଖିଲେ ଭୟ କରନ୍ତି । ମାତ୍ର ଏହାର ବ୍ୟତିକ୍ରମ ମଧ୍ୟ ଦେଖାଯାଏ କେତେକ ଲୋକଙ୍କଠାରେ । ସେମାନେ ସାପଙ୍କ ସହ ଖେଳନ୍ତି । ସେମାନଙ୍କୁ ସ୍ନେହ ବି କରନ୍ତି । ଏମିତି ଜଣେ ବ୍ୟକ୍ତିଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ବ୍ୟକ୍ତି ଜଣକ ସାପକୁ ଚୁମ୍ବନ ମଧ୍ୟ କରୁଛନ୍ତି । ତାହାସହ ସେ ସାପର କାମୁଡିବାକୁ ମଧ୍ୟ ପ୍ରଥମେ ସହି ଯାଉଛନ୍ତି । ମାତ୍ର ପରବର୍ତ୍ତୀ ସମୟରେ ବ୍ୟକ୍ତି ଜଣକ ସାପକୁ ମଧ୍ୟ ନିଜେ କାଟୁଛନ୍ତି । ଯାହାକୁ ଦେଖି ୟୁଜର୍ସ ବେଶ୍ ଆଚମ୍ବିତ ହୋଇଛନ୍ତି ।

ଇନଷ୍ଟାଗ୍ରାମ ଆକାଉଣ୍ଡ @jejaksiaden ରେ ଏକ ଭିଡିଓ ପୋଷ୍ଟ ହୋଇଛି । ଏଥିରେ ଜଣେ ପତଳା ବ୍ୟକ୍ତି ଗୋଟିଏ ସାପ ସହ ଖେଳୁଛନ୍ତି । ସେ ସାପକୁ ନିଜ ହାତରେ ଧରିଛନ୍ତି । ପରବର୍ତ୍ତୀ ସମୟରେ ବ୍ୟକ୍ତିଜଣକ ସାପକୁ ନିଜ ମୁହଁରେ ଧରୁଛନ୍ତି । ଠିକ ଏହି ସମୟରେ ସାପଟି ବ୍ୟକ୍ତିଙ୍କୁ ଦଂଶନ କରୁଛି । ଜୋରରେ ସାପଟି ବ୍ୟକ୍ତିର ଗାଲରେ ଲାଗି ରହୁଛି । ଯେତେ ଚେଷ୍ଟା କଲେ ବି ବ୍ୟକ୍ତିର ଗାଲକୁ ସାପ ଛାଡୁନି । ଫଳରେ ବ୍ୟକ୍ତିଜଣକ ଉପାୟଶୂନ୍ୟ ହୋଇ ତାକୁ କାମୁଡୁଛନ୍ତି । ଯାହାଦ୍ୱାରା ସାପଟି ବ୍ୟକ୍ତିର ଗାଲଠୁ ଦୂରେଇ ଯାଉଛି । ଏ ଦୃଶ୍ୟ ଏମିତି ଲାଗୁଛି ଯେମିତି ବ୍ୟକ୍ତିଜଣକ ସାପ ନୁହେଁ ବରଂ ଗୋଟିଏ ରଶି ସହ ଖେଳୁଛନ୍ତି । ଏହି ଭିଡିଓକୁ ପ୍ରାୟ ୨୯ ଲକ୍ଷ ଲୋକ ଦେଖି ସାରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି ଯେ ପିଲାଟା ଠିକ ବଦଲା ନେଇଛି । ଆଉ ଜଣେ କହିଛନ୍ତି ବ୍ୟକ୍ତିଜଣକ ବୋଧେ ଅନ୍ୟ କୌଣସି ଗ୍ରହର ।

 

View this post on Instagram

 

A post shared by Anggara Shoji (@jejaksiaden)

Get real time updates directly on you device, subscribe now.