fbpx

ଗ୍ରସେରୀ ମାର୍କେଟରେ ଏଣ୍ଟ୍ରି କରିବ Ola, Blinkitକୁ ଦେବ କଡ଼ା ଟକ୍କର

ନୂଆଦିଲ୍ଲୀ: ଖୁବ ଶୀଘ୍ର ଗ୍ରସେରୀ ମାର୍କେଟରେ ଏଣ୍ଟ୍ରି କରିବ Ola । ଓପେନ୍ ନେଟୱାର୍କ ଫର୍ ଡିିଜିଟାଲ କମର୍ସ(ONDC) ମାଧ୍ୟମରେ Ola ଗ୍ରସେରୀ ମାର୍କେଟରେ ଏଣ୍ଟ୍ରି କରିବ । ଭାରତରେ ଗ୍ରୋସେରୀ ଡେଲିଭେରୀ ମାର୍କେଟ ଦୃତ ଗତିରେ ଏହାର କାୟା ବିସ୍ତାର କରୁଛି । ଦିଲ୍ଲୀ NCR ସମେତ ମେଟ୍ରୋ ସିଟିରେ ଏଭଳି ପ୍ଲାଟଫର୍ମ ଲୋକପ୍ରିୟତା ଅର୍ଜନ କରିବାରେ ଲାଗିଛି । ଏହା ଦ୍ୱାରା ବ୍ୟକ୍ତି ଜଣଙ୍କ ଘରେ ବସି ଫୋନ୍ କଲ୍ କିମ୍ବା Ola ଆପ୍ ମାଧ୍ୟମରେ ଅର୍ଡ଼ର ଦେଇପାରିବେ । ଏହା ଭାରତୀୟ ବଜାରରେ Blinkit ଏବଂ Bi Basket  ଭଳି ପ୍ରତିଦ୍ୱନ୍ଦୀଙ୍କୁ କଡ଼ା ଟକ୍କର ଦେବ ।

୨୦୧୫ରେ ଙକ୍ଷବ ବେଙ୍ଗାଲୁରୁରେ ଏକ ସ୍ୱତନ୍ତ୍ର ଗ୍ରସେରୀ ଷ୍ଟୋର ସହ ଫୁଡ୍ ଡେଲିଭେରୀ ଆପ୍ ମଧ୍ୟ ଲଞ୍ଚ୍ କରିଥିଲା । ସକାଳ ୯ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଗ୍ରାହକଙ୍କ ପାଇଁ ଏହି ସେବା ଉପଲବ୍ଧ ଥିଲା । କିନ୍ତୁ ଲଞ୍ଚିଂର କିଛି ମାସ ପରେ ହିଁ ଏହି ସେବା ବନ୍ଦ ହୋଇଯାଇଥିଲା । କହିରଖୁଛୁ ଇ- କମର୍ସ ନେଟୱାର୍କକୁ ପ୍ରୋତ୍ସାହିତ କରିବା ପାଇଁ ଗ୍ରସେରୀ ମାର୍କେଟରେ Olaକୁ ଏଣ୍ଟ୍ରୀ କରାଇବା ONDCର ଏକ ପଦକ୍ଷେପ । ONDCର ଉଦେ୍ଦଶ୍ୟ ହେଉଛି ନିରପେକ୍ଷ ପ୍ରତିଯୋଗୀତାକୁ ପ୍ରୋତ୍ସାହିତ କରିବା । ଏହା ଛୋଟ ବ୍ୟବସାୟୀଙ୍କ ପାଇଁ ମଧ୍ୟ ଲାଭବାନ ଅଟେ । ଯେଉଁ ବ୍ୟବସାୟୀଙ୍କ ପାଖରେ ମାର୍କେଟରେ ପ୍ଲେୟର୍ସଙ୍କ ସହ ପ୍ରତିଦ୍ୱନ୍ଦିତା କରିବା ପାଇଁ ଅଧିକ ଅର୍ଥ କିମ୍ବା ସମ୍ବଳ ନାହିଁ ସେମାନେ ଏହି ପ୍ଲାଟଫର୍ମର ସାହାଯ୍ୟ ନେଇପାରିବେ ।

 

 

 

Get real time updates directly on you device, subscribe now.