fbpx

କେତେ qualified ଅମ୍ବାନୀ କିଡ୍ସ ? ଜାଣନ୍ତୁ ଆକାଶ- ଅନନ୍ତ- ଇଶାଙ୍କ net worth

ନୂଆଦିଲ୍ଲୀ: ଦେଶରେ ଧନୀଙ୍କ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ନାଁ ସବୁବେଳେ ଚର୍ଚ୍ଚାରେ । ମୁକେଶ ବିଶିଷ୍ଟ ବିଜନେସମ୍ୟାନ୍ ଭାବେ ଯେତିକି ଚର୍ଚ୍ଚିତ ନିଜ ଉଦାରତା ପାଇଁ ମଧ୍ୟ ସେତିକି ପ୍ରସିଦ୍ଧ । ବର୍ତ୍ତମାନ ଅନନ୍ତ- ରାଧିକାଙ୍କ ବିବାହକୁ ନେଇ ଅମ୍ବାନୀ ପରିବାରରେ ଖୁସିର ମାହୋଲ । ତେବେ ଆପଣମାନେ କେବେ ଚିନ୍ତା କରିଛନ୍ତି ମୁକେଶ ଏବଂ ପତ୍ନୀ ନୀତା ଅମ୍ବାନୀଙ୍କ ୩ଟି ସନ୍ତାନ ଅକାଶ ଅମ୍ବାନୀ, ଅନନ୍ତ ଅମ୍ବାନୀ ଏବଂ ଈଶା ଅମ୍ବାନୀ କେତେ ପାଠ ପଢ଼ିଛନ୍ତି ? ଏମାନଙ୍କ ମଧ୍ୟରୁ କିଏ ସବୁଠାରୁ ଧନୀ ? ଆସନ୍ତୁ ନଜର ପକାଇବା ସମସ୍ତଙ୍କ ଶିକ୍ଷାଗତ ଯୋଗ୍ୟତା ଏବଂ ପ୍ରଫେସନାଲ ଲାଇଫ୍ ଉପରେ ।

୧. ଆକାଶ ଅମ୍ବାନୀ: ମୁକେଶ ଅମ୍ବାନୀଙ୍କ ଜ୍ୟେଷ୍ଠ ପୁତ୍ର ଆକାଶ ଅମ୍ବାନୀ ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲ ଏବଂ ମୁମ୍ବାଇର କ୍ୟାମ୍ପିୟନ୍ ସ୍କୁଲରୁ ଅଧ୍ୟୟନ କରିଥିଲେ । ଏହା ପରେ ଆମେରିକା ସ୍ଥିତ ବ୍ରାଉନ୍ ୟୁନିଭର୍ସିଟିର ବିଜନେସ୍ କମର୍ସରେ ସ୍ନାତନ ଡିଗ୍ରୀ ହାସଲ କରିଥିଲେ । ୩୨ ବର୍ଷୀୟ ଆକାଶ ୨୦୨୨ରୁ ରିଲାଏନ୍ସ ଜିଓର ଚେୟାରମ୍ୟାନ ଅଛନ୍ତି । ଏହା ବ୍ୟତୀତ ସେ ଜିଓ ପ୍ଲାଟଫର୍ମ ଏବଂ ରିଟେଲରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି । ଏଭଳି ଭାବରେ ସେ ନିଜ ପିତାଙ୍କୁ ସହଯୋଗ କରୁଛନ୍ତି । ତାଙ୍କର ବାର୍ଷିକ ଦରମା ହେଉଛି ୫.୪ କୋଟି ଟଙ୍କା । ସେହିପରି ଆକାଶଙ୍କ ନେଟ୍ ୱର୍ଥ ହେଉଛି ୪୧ ବିଲିୟନ ଡଲାର (ଭାରତୀୟ ମୁଦ୍ରାରେ ୩, ୩୩, ୩୧୩ କୋଟି ଟଙ୍କା) ।

୨. ଈଶା ଅମ୍ବାନୀ: ମୁକେଶ ଏବଂ ନୀତା ଅମ୍ବାନୀଙ୍କ ଅଲିଅଳି ଈଶା ଅମ୍ବାନୀ । ସେ ଆକାଶ ଅମ୍ବାନୀଙ୍କ ଯାଆଁଳା ଭଉଣୀ । ୧୯୯୧ ମସିହା ଅକ୍ଟୋବର ୨୩ରେ ଈଶାଙ୍କ ଜନ୍ମ । ସେ ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲରୁ ପାଠପଢ଼ା ଶେଷ କରିଥିଲେ । ଆମେରିକା ସ୍ଥିତ ୟେଲ୍ ବିଶ୍ୱବିଦ୍ୟାଳୟରୁ ସାଇକୋଲୋଜୀରେ ସ୍ନାତକ କରିବା ପରେ ଷ୍ଟେନଫୋର୍ଡ଼ ବିଶ୍ୱବିଦ୍ୟାଳୟରୁ ଏମବିଏ କରିଛନ୍ତି । ଈଶା ଅମ୍ବାନୀ ନିଜ ପିତାଙ୍କୁ ବିଜନେସରେ ସହଯୋଗ କରିନ୍ତି । ସେ ରିଲାଏନ୍ସ ଗ୍ରୁପର ରିଟେଲ ବିଜନେସ୍ ପରିଚାଳନା କରିବା ସହ ରିଲାଏନ୍ସ ବୋର୍ଡ଼ରେ ନନ୍ ଏକଜେକ୍ୟୁଟିଭ୍ ଡିରେକ୍ଟର ଅଛନ୍ତି । ରିଲାଏନ୍ସ ରିଟେଲ, ରିଲାଏନ୍ସ ଜିଓ ଏବଂ ରିଲାଏନ୍ସ ଫାଉଣ୍ଡେସନରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଉଛନ୍ତି । ଈଶାଙ୍କ ବାର୍ଷିକ ଦରମା ୪.୨ କୋଟି ଟଙ୍କା । ତାଙ୍କ ନେଟ୍ ୱର୍ଥ ୧୦୦ ମିଲିୟନ୍ ଡଲାର(ଭାରତୀୟ ମୁଦ୍ରାରେ ୮୩୧ କୋଟି ଟଙ୍କା) ।

୩. ଅନନ୍ତ ଅମ୍ବାନୀ: ନୀତା ଏବଂ ମୁକେଶ ଅମ୍ବାନୀଙ୍କ ଗେହ୍ଲା ଓ କନିଷ୍ଠ ପୁତ୍ର ଅନନ୍ତ ଅମ୍ବାନୀ । ବର୍ତ୍ତମାନ ରାଧିକା ମର୍ଚାଟଙ୍କ ସହ ତାଙ୍କ ବିବାହକୁ ନେଇ ସବୁଆଡ଼େ ଚର୍ଚ୍ଚା । ୨୯ ବର୍ଷୀୟ ଅନନ୍ତ ୧୯୯୫ ମସିହା ଏପ୍ରିଲ ୧୦ରେ ଜନ୍ମଗ୍ରହଣ କରିଥିଲେ । ସେ ମଧ୍ୟ ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲରୁ ପାଠପଢ଼ା ଶେଷ କରିଥିଲେ । ଏହା ପରେ ସେ ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ୨୦୨୨ରେ ଅନନ୍ତଙ୍କୁ ରିଲାଏନ୍ସ ରିଟେଲରେ ଡାଇରେକ୍ଟର୍ସ ଅଫ୍ ବୋର୍ଡ୍‌ସରେ ସାମିଲ କରାଯାଇଥିଲା । ରିଲାଏନ୍ସରେ ସେ ଗ୍ରୀନ୍ ଏବଂ ରିନ୍ୟୁଏବଲ ଏନର୍ଜୀର ଗ୍ଲୋବାଲ ଅପରେସନ୍ ଦାୟିତ୍ୱ ସମ୍ଭାଳୁଛନ୍ତି । ତାଙ୍କର ବାର୍ଷିକ ଦରମା ୪.୨ କୋଟି ଟଙ୍କା ଏବଂ ନେଟ୍ ୱର୍ଥ ୩, ୪୪, ୦୦୦ କୋଟି ଟଙ୍କା ଅଟେ ।

 

Get real time updates directly on you device, subscribe now.