fbpx

India vs Zimbabwe 4th T -20 : ପଦାର୍ପଣ କଲେ ତୁଷାର ଦେଶପାଣ୍ଡେ, କିଛି ସମୟ ପରେ ହରାରେ ଖେଳାଯିବ ମ୍ୟାଚ

ଓଡିଶା ଭାସ୍କର: ଭାରତ ଓ ଜିମ୍ବାୱେ ମଧ୍ୟରେ ଆଉ କିଛି ସମୟ ପରେ ଚତୁର୍ଥ ଟ୍ୱେଣ୍ଟି ଟ୍ୱେଣ୍ଟି ମ୍ୟାଚ ଖେଳାଯିବ । ଜିମ୍ବାୱେର ହରାରେରେ ମୁହାଁମୁହିଁ ହେବେ ଏହି ଦୁଇ ଦଳ । ଭାରତ ଏହି ସିରିଜରେ ୨-୧ ରେ ଆଗୁଅ ଅଛି । ଆଜି ମ୍ୟାଚ ଜିତି ଭାରତ ସିରିଜ କବ୍ଚା କରିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ । ଭାରତୀୟ ଦଳ ଗତ ଦୁଇ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛି । ପ୍ରଥମ ମ୍ୟାଚରେ କିନ୍ତୁ ଟିମ୍ ଇଣ୍ଡିଆକୁ ମାତ ଦେଇଥିଲା ଘରୋଇ ଦଳ ଜିମ୍ବାୱେ । ସେପଟେ ସିକନ୍ଧର ରାଜାଙ୍କ ଦଳ ମଧ୍ୟ ଏହି ମ୍ୟାଚରେ ନୂଆ ରଣନୀତି ନେଇ ଆସିବ ।

ସିରିଜରେ ଟିମ୍ ଇଣ୍ଡିଆର ଯୁବ ଖେଳାଳି ଅଭିଷେକ ଶର୍ମା ନିଜର ପ୍ରଦର୍ଶନ ପାଇଁ ବେଶ୍ ଚର୍ଚ୍ଚାରେ ମଧ୍ୟ ରହିଛନ୍ତି । ସେ ପ୍ରଥମ ଦୁଇଟି ମ୍ୟାଚରେ ଭାରତ ପକ୍ଷରୁ ଓପନିଂ କରିଥିଲେ । ପ୍ରଥମ ମ୍ୟାଚରେ ତାଙ୍କ ବ୍ୟାଟ ଚାଲି ନଥିଲା । ମାତ୍ର ଦ୍ୱିତୀୟ ଟ୍ୱେଣ୍ଟି ଟ୍ୱେଣ୍ଟିରେ ଦମଦାର ଶତକ ହାସଲ କରିଥିଲେ । ତୃତୀୟ ମ୍ୟାଚରେ ଟିମ ଇଣ୍ଡିଆର ନୂଆ ଷ୍ଟାର ବ୍ୟାଟର ଅଭିଷେକ ମାତ୍ର ୧୦ ରନ କରିଥିଲେ । ଏହି ମ୍ୟାଚରେ ସେ ତୃତୀୟ ସ୍ଥାନରେ ଖେଳିବାକୁ ଆସିଥିଲେ । ଯଶସ୍ୱୀ ଜୟସ୍ୱାଲ ଆସିବା ପରେ ତାଙ୍କ ବ୍ୟାଟିଂ ଅର୍ଡରରେ ପରିବର୍ତ୍ତନ କରାଯାଇଥିଲା । ଚତୁର୍ଥ ମ୍ୟାଚରେ ପୁଣି ଥରେ ସେ ଓପନର ଭାବରେ ପଡିଆକୁ ଓହ୍ଲାଇ ପାରନ୍ତି । ଋତୁରାଜ ଗାୟକୱାଡ ମଧ୍ୟ ଏହି ମ୍ୟାଚରେ ଖେଳୁଛନ୍ତି । କାରଣ ତାଙ୍କ ପ୍ରଦର୍ଶନ ଏବେ ପର୍ଯ୍ୟନ୍ତ ଠିକ ଚାଲିଛି । ସେପଟେ ଶିବମ ଦୁବେ ଓ ସଞ୍ଜୁ ସାମସନ ଚତୁର୍ଥ ମ୍ୟାଚ ଖେଳିଛନ୍ତି । ରବି ବିଷ୍ଣୋଇଙ୍କ ଯାଦୁକରୀ ସ୍ପିନରେ ଦଳ ଝଲସୁଛି । ସେ ଚୂଡାନ୍ତ ଏକାଦଶରେ ନିଜସ୍ଥାନ ପକ୍କା କରିଛନ୍ତି । ସେପଟେ ତୁଷାର ଦେଶପାଣ୍ଡେ ନିଜର ପଦାର୍ପଣ ମ୍ୟାଚ ଖେଳିବେ ହରାରେରେ ।

ଭାରତର ଚୂଡାନ୍ତ ଏକାଦଶ: ଅଭିଷେକ ଶର୍ମା, ଶୁଭମନ ଗିଲ (ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ଋତୁରାଜ ଗାୟକୱାଡ, ଶିବମ ଦୁବେ, ସଞ୍ଜୁ ସାମସନ (ୱିକେଟରକ୍ଷକ), ରିଙ୍କୁ ସିଂ, ୱାଶିଂଗଟନ ସୁନ୍ଦର, ରବି ବିଷ୍ଣୋଇ, ତୁଷାର ଦେଶପାଣ୍ଡେ, ଖଲିଲ ଅହମଦ

ଜିମ୍ବାୱେର ଚୂଡାନ୍ତ ଏକାଦଶ: ବେସ୍ଲି ମଧେବର, ତାଦିମାନଶେ ମାରୁମାନୀ/ଇନୋସେଣ୍ଟ କାଇୟା, ବ୍ରାଇନ ବେନେଟ, ସିକନ୍ଧର ରଜା (ଅଧିନାୟକ), ଡାୟୋନ ମାୟର୍ସ, ଜାଁନାଥନ କୈମ୍ପବେଲ, କ୍ଲାଇବ ମନ୍ଦାଣ୍ଡେ (ୱିକେଟ ରକ୍ଷକ ), ଫରାଜ ଆକ୍ରମ, ରିଚର୍ଡ ନଗାରୱା, ବ୍ଲେସିଙ୍ଗ ମୁଜରବାନୀ, ତେନ୍ଦଇ ଚତାରା

 

Get real time updates directly on you device, subscribe now.