fbpx

(Video) KKR ମ୍ୟାନେଜମେଣ୍ଟର ବଡ଼ ଘୋଷଣା: ନୂଆ ମେଣ୍ଟର ବାଛିଲା ନାଇଟ ରାଇଡର୍ସ, ପରବର୍ତ୍ତୀ ସିଜନରୁ ଦାୟିତ୍ୱ…

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ଷ୍ଟାର କ୍ରିକେଟରଙ୍କୁ ଦଳର ମେଣ୍ଟର ପଦରେ ନିୟୋଜିତ କରିଛି ନାଇଟ ରାଇଡର୍ସ । ଏ ନେଇ ନୂଆ ମେଣ୍ଟରଙ୍କ ନାଁ ମଧ୍ୟ ଘୋଷଣା କରିଛି ମ୍ୟାନେଜମେଣ୍ଟ । ପୂର୍ବତନ ପେସ୍ ବୋଲର ଝୁଲଣ ଗୋସ୍ୱାମୀଙ୍କୁ ନାଇଟ ରାଇଡର୍ସ ଦଳର ମେଣ୍ଟର ଦାୟିତ୍ୱ ପ୍ରଦାନ କରିଛି । ମହିଳା କାରବିୟନ୍ ପ୍ରିମିୟର ଲିଗରେ ଟ୍ରିନବାଗୋ ନାଇଟ ରାଇଡର୍ସ ପାଇଁ ନୂଆ ମେଣ୍ଟର ଦାୟିତ୍ୱରେ ରହିବେ ଝୁଲଣ ଗୋସ୍ୱାମୀ । ୨୦୨୨ ମସିହାରେ କ୍ରିକେଟରୁ ବିଦାୟ ନେଇଥିବା ଝୁଲଣ ଚଳିତଥର କାରବିୟନ ଲିଗରେ ନୂଆ ଅବତାରରେ କମବ୍ୟାକ କରିବେ ।

ଆସନ୍ତା ଅଗଷ୍ଟ ୨୧ ତାରିଖରୁ ଆରମ୍ଭ ହେବ ମହିଳା କାରବିୟନ୍ ପ୍ରିମିୟର ଲିଗ୍-୨୦୨୪ । ତେବେ ନୂଆ ସିଜନ ପୂର୍ବରୁ ନୂଆ ମେଣ୍ଟରଙ୍କ ନାଁ ଘୋଷଣା କରିଛି KKR ମ୍ୟାନେଜମେଣ୍ଟ । ତେବେ ଟ୍ରିନବାଗୋ ନାଇଟ ରାଇଡର୍ସର ମେଣ୍ଟର ଭାବରେ ନିୟୋଜିତ ହେବା ପରେ ଝୁଲଣ ଗୋସ୍ୱାମୀ କହିଛନ୍ତି ଯେ, ଏଭଳି ଏକ ଦଳ ସହ ସାମିଲ ହେବା ଏକ ଗର୍ବର ବିଷୟ । ନାଇଟ ରାଇଡର୍ସର ଦମଦାର ପ୍ରଦର୍ଶନ କରିଥିବା ବେଳେ TKR ଦଳରେ ସାମିଲ ହେବା ବେଶ୍ ସୁନ୍ଦର ଅନୁଭୂତି ହେବ । ଏଥିପାଇଁ ସେ KKR ମ୍ୟାନେଜମେଣ୍ଟକୁ ଧନ୍ୟବାଦ୍ ଦେଇଛନ୍ତି । ଏହି ଦଳରେ ଜେମିମା ରୋଡ୍ରିଗ୍ସ, ମେଗ୍ ଲାନିଙ୍ଗ, ଜେସ ଗେଜାନାସନ୍ ଏବଂ ଶିଖା ପାଣ୍ଡେ ସାମିଲ ରହିଛନ୍ତି ।

ଟିମ ଇଣ୍ଡିଆର ଷ୍ଟାର ବୋଲର ଝୁଲଣ ଗୋସ୍ୱାମୀ ନିଜର୨ ଦଶନ୍ଧି କ୍ରିକେଟ କ୍ୟାରିୟରରେ ଭାରତ ପାଇଁ ମ୍ୟାଚ ଖେଳିଛନ୍ତି । ୨୦୦୨ ମସିହାରେ ଡେବ୍ୟୁ କରିଥିବା ଝୁଲଣ ମୋଟ ୩୫୫ ୱିକେଟ ନିଜ ନାମରେ କରିଛନ୍ତି । ଟେଷ୍ଟ ଇତିହାସରେ ୪୪ଟି ସଫଳତା ପାଇଥିବା ବେଳେ ଦିନିକିଆରେ ୨୫୫ ଏବଂ ଟି-୨୦ ଫର୍ମାଟରେ ୫୬ଟି ୱିକେଟ ହାସଲ କରିଛନ୍ତି ଝୁଲଣ ଗୋସ୍ୱାମୀ । ତେବେ ତାଙ୍କ ମନ୍ତ୍ରଣାରେ ଦଳ ଆହୁରି ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ବିଶେଷ କରି ଦଳର ବୋଲରଙ୍କ ପାଇଁ ଝୁଲଣ ଗୋସ୍ୱାମୀ ପ୍ରମୁଖ ଭୂମିକା ତୁଲାଇପାରନ୍ତି ।

Get real time updates directly on you device, subscribe now.