fbpx

ମଣିଷକୁ ବରବାଦ କରିଦିଏ କ୍ରୋଧ: ଜାଣନ୍ତୁ କିପରି କରିବେ ନିୟନ୍ତ୍ରଣ

କ୍ରୋଧ ହେଉଛି ମଣିଷର ସବୁଠୁ ବଡ଼ ଶତ୍ରୁ। ଏହି ରାଗ ଆପଣଙ୍କ ପାଇଁ ହୋଇପାରେ ବହୁ କ୍ଷତିକାରକ । କ୍ରୋଧଠାରୁ ସର୍ବଦା ଦୁରେଇ ରହିବା ଆବଶ୍ୟକ । ଭଗବାନ ଶ୍ରୀ କୃଷ୍ଣ ଗୀତାର ଉପଦେଶରେ ଅର୍ଜୁନଙ୍କୁ କ୍ରୋଧଠାରୁ ଦୁରେଇ ରହିବ ପାଇଁ ସନ୍ଦେଶ ଦେଇଛନ୍ତି । ତେବେ ନୀତି ଶାସ୍ତ୍ର ଓ ପୁରଣ ଶାସ୍ତ୍ରରେ ବର୍ଣ୍ଣିତ ଅଛି ଯେ ବିଦ୍ୱାନ ମାନଙ୍କ ମତରେ ଯୋଗ୍ୟ ବ୍ୟକ୍ତି କଦାପି କ୍ରୋଧ କରି ନଥାଏ ।

କ୍ରୋଧରେ ମଣିଷ କଣ କରେ :

କ୍ରୋଧରେ ବ୍ୟକ୍ତିର ଚେତନା ଶକ୍ତି ନଷ୍ଟ ହୋଇଯାଏ ଯାହା ତା ପାଇଁ କ୍ଷତିକାରକ ଅଟେ ।

– କ୍ରୋଧ ସମୟରେ ବ୍ୟକ୍ତିର ଏପରି କିଛି କାର୍ଯ୍ୟକଳାପ ତାକୁ ଅସୁବିଧାରେ ପକାଇଥାଏ ଯାହା ଜୀବନରେ ଉଚିତ ଶିକ୍ଷା ପାଇବା ଭଳି ହୋଇଥାଏ ।

– ବିଦ୍ୱାନ ମାନେ କହିଛନ୍ତି ମଣିଷର ବଡ଼ ଶତ୍ରୁ ହେଉଛି କ୍ରୋଧ କାରଣ କ୍ରୋଧ ଅହଂକାରକୁ ବଢ଼ିଥାଏ । ଅହଂକାରୀ ବ୍ୟକ୍ତି ନିଜର ସର୍ବନାଶ କରିବା ସହିତ ଅନ୍ୟ ମାନଙ୍କର ମଧ୍ୟ ସର୍ବନାଶ କରେ ।

– କ୍ରୋଧଠାରୁ ସର୍ବଦା ଦୁରେଇ ରହିବ ପାଇଁ ପ୍ରୟାସ କରିବା ଆବଶ୍ୟକ କାରଣ କ୍ରୋଧୀ ବ୍ୟକ୍ତି ଠାରୁ ସମସ୍ତେ ଦୂରତା ରଖି ସମ୍ପର୍କ ରଖନ୍ତି ।

– କ୍ରୋଧ କରୁଥିବା ବ୍ୟକ୍ତିକୁ ଅନ୍ୟମାନେ ଭୟ କରିଥାନ୍ତି । କାରଣ ସେ ଅନ୍ୟ ମାନଙ୍କ ଉପରେ ପ୍ରଭୁତ୍ୱ ଜାହିର କରି ଡରଇ ରଖିବାକୁ ଚେଷ୍ଟା କରିଥାଏ ।

– କ୍ରୋଧକୁ ଜ୍ଞାନ ,ସଂସ୍କାର ଓ ଆଧ୍ୟାତ୍ମିକ ଭାବ ଦ୍ୱାରା ଦୂର କରାଯାଇ ପାରିବ । ଯେଉଁ ବ୍ୟକ୍ତି ମାନବ ଜୀବନକୁ ଠିକରେ ଉପଯୋଗ କରି ପାରିଲା ସେଭଳି ବ୍ୟକ୍ତି କ୍ରୋଧଠାରୁ ଦୁରେଇ ରହିବ ।

କ୍ରୋଧକୁ କିପରି କରିବେ ନିୟନ୍ତ୍ରଣ:

– ଆପଣ କହିବା ପୂର୍ବରୁ ଭାବନ୍ତୁ ।

– ଥରେ ଶାନ୍ତ ହୋଇଗଲା ପରେ ତୁମର କ୍ରୋଧ ପ୍ରକାଶ କର ।

– କ୍ରୋଧକୁ ନିୟନ୍ତ୍ରଣ କରିବା ପାଇଁ କିଛି ବ୍ୟାୟାମ କରନ୍ତୁ ।

– କ୍ରୋଧକୁ ଫୁଜୁଥିବା ସମ୍ଭାବ୍ୟ ସମାଧାନଗୁଡିକ ଚିହ୍ନଟ କରନ୍ତୁ ।

-ଟେନସନ ମୁକ୍ତ କରିବାକୁ ସବୁବେଳେ ହସିବାକୁ ଓ ଖୁସି ରହିବାକୁ ଚେଷ୍ଟା କରନ୍ତୁ ।

Get real time updates directly on you device, subscribe now.