fbpx

ଜମ୍ମୁ-କଶ୍ମୀର କେରନ ସେକ୍ଟରରେ ୩ ଆତଙ୍କବାଦୀ ନିପାତ, ନିୟନ୍ତ୍ରଣ ରେଖା ପାର କରିବାରେ ଫେଲ, ସେନାର ଗୁଳିରେ ଟଳିଲେ…

ଓଡିଶା ଭାସ୍କର: ଜମ୍ମୁ-କଶ୍ମୀରର କୁପୱାଡା ଜିଲ୍ଲା ନିୟନ୍ତ୍ରଣ ରେଖାରେ ୩ ଜଣ ଆତଙ୍କବାଦୀଙ୍କୁ ମାରିଛି ଭାରତୀୟ ସେନା । ତାହାସହ ସୁରକ୍ଷାକର୍ମୀ ସେମାନଙ୍କଠୁ ଅନ୍ୟ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଛନ୍ତି । ଆତଙ୍କୀମାନେ ଭାରତୀୟ ସୀମାକୁ ପ୍ରବେଶ କରିବା ପାଇଁ ଉଦ୍ୟମ ଚଲାଉଥିବା ସମୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ସେମାନେ ପ୍ରାଣ ହରାଇଛନ୍ତି । ଏହାପୂର୍ବରୁ ମଧ୍ୟ ଏହି ଆତଙ୍କୀ ନିପାତ ଅଭିଯାନରେ ଭାରତୀୟ ସେନା ଧନୁଷ-୨ ଅଭିଯାନ ଆରମ୍ଭ କରିଥିଲେ ।

ଜମ୍ମୁ-କଶ୍ମୀରରେ ଗତ କିଛିଦିନ ହେବ ଆତଙ୍କବାଦୀମାନେ ସୀମାକୁ ପ୍ରବେଶ କରିବାର ଉଦ୍ୟମ କରୁଛନ୍ତି । କିନ୍ତୁ, ସେଥିରେ ସେମାନେ ସଫଳ ହୋଇ ନାହାନ୍ତି । ଗତମାସରେ ଆତଙ୍କବାଦୀମାନେ କଠୁଆ, ଡୋଡା, ରିୟାସୀ ଓ ଉଦମପୁରକୁ ନିଜର ନିଶାଣ ବନାଇଥିଲେ । ଯାହାଫଳରେ ସେଠାରେ ୯ ତୀର୍ଥଯାତ୍ରୀ ଓ ୬ ସୁରକ୍ଷାକର୍ମୀ ପ୍ରାଣ ହରାଇଥିଲେ । ଏଥିରେ ୪୬ ଜଣ ଗୁରୁତର ମଧ୍ୟ ହୋଇଥିଲେ । ଆତଙ୍କବାଦୀଙ୍କ ସୀମାପାରର ଏହି ପ୍ରୟାସ ଅମରନାଥ ଯାତ୍ରା ସମୟରେ ଆରମ୍ଭ ହୋଇଛି । ଯେଉଁଥିରେ ଦେଶର ଭିନ୍ନ ଭିନ୍ନ ସ୍ଥାନରୁ ବହୁ ଶ୍ରଦ୍ଧାଳୁ ପ୍ରତିଦିନ ଜମ୍ମୁର ଆଧାର ଶିବିର ଦେଇ ଆସନ୍ତି । ୫୨ ଦିନରେ ଏହି ବାର୍ଷିକ ଯାତ୍ରା ୨୯ ଜୁନରୁ ଆରମ୍ଭ ହୋଇଥିଲା ।

Get real time updates directly on you device, subscribe now.