fbpx

ଇତିହାସ ରଚିଲେ କାର୍ଲୋସ ଅଲକାରାଜ: ନୋବାକ ଜୋକୋବିଚଙ୍କୁ ପରାସ୍ତ କରି ଜିତିଲେ ୱିମ୍ବଲଡନ ଟାଇଟଲ

ନୂଆଦିଲ୍ଲୀ: ୱିମ୍ବଲଡନ୍ ୨୦୨୪ ର ଫାଇନାଲରେ ନୋଭାକ୍ ଜୋକୋବିଚଙ୍କୁ ପରାସ୍ତ କରି ସ୍ପେନର କାର୍ଲୋସ୍ ଅଲକାରାଜ୍ ଦ୍ୱିତୀୟ ଥର ପାଇଁ ୱିମ୍ବଲଡନ୍ ଟାଇଟଲ୍ ଜିତିଛନ୍ତି ।

ଜୋକୋବିଚଙ୍କୁ ୬-୨, ୬-୨, ୭-୬ ରେ ପରାସ୍ତ କରି ଅଲକାରାଜ୍ ଲଗାତାର ଦ୍ୱିତୀୟ ଥର ପାଇଁ ଏହି ଟାଇଟଲ୍ ଜିତିଛନ୍ତି । ୨୪ ଥର ଗ୍ରାଣ୍ଡସ୍ଲାମ ବିଜେତା ଜୋକୋବିଚଙ୍କୁ ମଧ୍ୟ ଗତ ବର୍ଷ ୱିମ୍ବଲଡନର ଫାଇନାଲରେ ଅଲକାରାଜ ପରାସ୍ତ କରିଥିଲେ ।

୨୦୨୪ ଫାଇନାଲରେ ଜୋକୋବିଚ ବିପକ୍ଷରେ କାର୍ଲୋସ୍ ଅଲକାରାଜ୍ ସହଜରେ ପ୍ରଥମ ଦୁଇଟି ସେଟ୍ ଜିତିଥିଲେ । ସେ ପ୍ରଥମ ଦୁଇଟି ସେଟ୍ ୬-୨, ୬-୨ ଜିତିଥିଲେ, କିନ୍ତୁ ତୃତୀୟ ସେଟ୍ ପାଇଁ ବହୁତ ସଂଘର୍ଷ କରିବାକୁ ପଡିଲା । ତୃତୀୟ ସେଟ୍ ଟାଇ ବ୍ରେକର୍ ପର୍ଯ୍ୟନ୍ତ ଚାଲିଥିଲା, ଯେଉଁଥିରେ ୨୧ ବର୍ଷୀୟ କାର୍ଲୋସ୍ ତାଙ୍କ କ୍ୟାରିୟରର ଚତୁର୍ଥ ଗ୍ରାଣ୍ଡ୍ ସ୍ଲାମ୍ ଟାଇଟଲ୍ ଜିତିଥିଲେ । ଆପଣଙ୍କୁ କହିରଖୁଛୁ ଯେ ୱେଲ୍ସର ରାଜକୁମାରୀ କେଟ୍ ମଧ୍ୟ ଏହି ଲଢ଼େଇ ଦେଖିବାକୁ ଆସିଥିଲେ, ଯିଏକି ନିକଟରେ କର୍କଟ ରୋଗରେ ପୀଡିତ ଥିବା ଖବର ସାମ୍ନାକୁ ଆସିଥିଲା ।

Get real time updates directly on you device, subscribe now.