fbpx

ନିଦରେ ଚାଲୁଥିବା ମଣିଷ କେତେ ଦୂର ପର୍ଯ୍ୟନ୍ତ ଯାଇପରିବ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ଓଡ଼ିଶା ଭାସ୍କର: ନିଦରେ ଚାଲିବା ରୋଗ ସବୁଠାରୁ ଭୟଙ୍କର ହୋଇଥାଏ । ଏହି କାରଣରୁ ମୁମ୍ବାଇରେ ଏକ ବର୍ଷୀୟ ଝିଅର ମୃତ୍ୟୁ ଘଟିଥିଲା । ମୁମ୍ବାଇରେ ରହୁଥିବା ଜଣେ ଝିଅର ନିଦରେ ଚାଲିବା ରୋଗ ଥିଲ, ଏକ ରାତିରେ ସେ ନିଦରେ ଚାଲି ଚାଲି ବିଲ୍ଡିଂର ଛଅ ମହଲା ଉପରେ ଚଢି ତଳକୁ ଖସିପଡିଥିଲେ ଏବଂ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଆସନ୍ତୁ ଜାଣିବା ନିଦରେ ଚାଲୁଥିବା ବ୍ୟକ୍ତି ଜଣକ କେତେ ଦୂର ପର୍ଯ୍ୟନ୍ତ ଚାଲିପାରିବ ।

ମଣିଷଙ୍କ ନିଦ ଦୁଇଟି ଷ୍ଟେଜରେ ବିଭକ୍ତ । ଆରଇଏମ ଏବଂ ଏନଆରଇଏମ । ନିଦରେ ଚାଲିବାକୁ ନେଇ ସ୍ୱପ୍‌ନ ସହ ସମ୍ବନ୍ଧିତ ଯେତେ ବି ନିଦର ସମସ୍ୟାମାନ ଥାଏ ତାହା ଆରଇଏମ ଷ୍ଟେଜରେ ଥାଏ । ଡାକ୍ତରଙ୍କ କହିବାନୁ୍‌ାୟୀ, ନିଦରେ ଚାଲିବା ଏତେ ବଡ଼ ସମସ୍ୟା ନୁହେଁ । ହେଲେ ଯେବେ କୌଣସି ମଣିଷ ପ୍ରତିଦିନ ନିଦରେ ଚାଲିବାକୁ ଲାଗେ ତେବେ ପୁଣିଥରେ ଏହା ବିପଦପୂର୍ଣ୍ଣ ହୋଇପଡେ ।

ନିଦରେ ମଣିଷ କେତେ ବାଟ ଚାଲିପାରିବା ତାହା ସେହି ମଣିଷ କେତେ ଦୂର ପର୍ଯ୍ୟନ୍ତ ନିଦରେ ଅଛି ତା’ ଉପରେ ନିର୍ବର କରିଥାଏ । ଯଦି କୌଣସି ମଣିଷ ନିଦରେ ଚାଲୁଛି ତେବେ ସେ ସେହି ପର୍ଯ୍ୟନ୍ତ କରିବ ଯେଉଁ ପର୍ଯ୍ୟନ୍ତ ତାର ନିଦ ଛାଡିନଥିବ । କିଛି ଲୋକେ ନିଦରେ ଚାଲିବାର କିଛି ସମୟରେ ଆଖି ଖୋଲିଯାଏ । ଅନ୍ୟମାନେ ୧୦୦ ମିଟର ବା ୨୦୦ ମିଟର ଚାଲିଥାଆନ୍ତି । କିଛି ଲୋକଙ୍କ ନିଦ ଅନେକ କିଲୋମିଟର ପର୍ଯ୍ୟନ୍ତ ଚାଲିବା ପରେ ଛାଡିଥାଏ ।

Get real time updates directly on you device, subscribe now.