fbpx

ସୁପ୍ରିମକୋର୍ଟକୁ ନୂଆ ବିଚାରପତି ନିଯୁକ୍ତି: ସ୍ୱାଧୀନ ଭାରତରେ ଏହି ରାଜ୍ୟରୁ ପ୍ରଥମ ଜଜ୍

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଦୁଇ ଜଣ ନୂଆ ବିଚାରପତିଙ୍କ ନାମ ଘୋଷଣା କରିଛନ୍ତି କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନରାମ ମେଘୱାଲ । ଜଷ୍ଟିସ କୋଟିଶ୍ୱରଏବଂ ଜଷ୍ଟିସ ଆର. ମାଧୱନ ସୁପ୍ରିମକୋର୍ଟରେ ନୂଆ ବିଚାରପତି ଭାବରେ ନିଯୁକ୍ତି ପାଇଛନ୍ତି । ବର୍ତ୍ତମାନ ମୁଖ୍ୟ ବିଚାରପତିଙ୍କ ସମେତ ସୁପ୍ରିମକୋର୍ଟରେ ମୋଟ ୩୨ ଜଣ ବିଚାରପତି ରହିଛନ୍ତି । ନବନିଯୁକ୍ତ ବିଚାରପତି ଶପଥ ଗ୍ରହଣ କରିବା ସହ ସ୍ୱାଧୀନ ଭାରତର ସୁପ୍ରିମକୋର୍ଟରେ ସୃଷ୍ଟି ହେବ ଇତହାସ । ଏହାସହିତ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ସର୍ବୋଚ୍ଚ ସ୍ତରରେ ପହଞ୍ଚିବ । ଏହାବ୍ୟତୀତ ଚଷ୍ଟିସ ସିଂହ ସୁପ୍ରିମକୋର୍ଟରେ ପହଞ୍ଚିବା ଏକ ଐତିହାସିକ ନିଷ୍ପତ୍ତି ହେବ । ମଣିପୁରରୁ ପ୍ରଥମ ବିଚାରପତି ଭାବରେ ସୁପ୍ରିମକୋର୍ଟରେ ଦାୟିତ୍ୱ ନେବେ ଜଷ୍ଟିସ ସିଂହ ।

ମୁଖ୍ୟ ବିଚାରପତି ଡ.ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ କଲେଜିୟମ୍ ଜୁଲାଇ ୧୧ ତାରିଖରେ ବରିଷ୍ଠତା, ମେରିଟ ଇତ୍ୟାଦିକୁ ଦୃଷ୍ଟିରେ ରଖି ଏହି ଦୁଇ ବିଚାରପତିଙ୍କ ନାମ ସୁପାରିଶ କରିଛନ୍ତି । ଜଷ୍ଟିସ ସିଂହ ଜମ୍ମୁ-କାଶ୍ମୀର ଏବଂ ଲଦ୍ଦାଖ ହାଇକୋର୍ଟରେ ୨୦୨୩ ଫେବୃଆରୀରୁ ମୁଖ୍ୟ ବିଚାରପତି ପଦରେ ରହିଥିଲେ । ୨୦୧୧ ମସିହାରେ ସେ ଗୌହାଟ୍ଟୀ ହାଇକୋର୍ଟରୁ ଅତିରିକ୍ତ ବିଚାରପତି ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ହାଇକୋର୍ଟରେ ତାଙ୍କର ନିଷ୍ପତ୍ତି ଗୁଡ଼ିକୁ ଦେଖିବା ପରେ ମୁଖ୍ୟ ବିଚାରପତି ଭାବରେ ତାଙ୍କର ନିଯୁକ୍ତି ଉପରେ ମୋହର ମାରିଛନ୍ତି ସୁପ୍ରିମକୋର୍ଟଙ୍କ କଲେଜିୟମ୍ ।

ଜଷ୍ଟିସ ସଂହଙ୍କ ପିତା ଇବୋତୋମଭି ସିଂହ ମଣିପୁରର ପ୍ରଥମ ଆଡଭୋକେଟ ଜେନେରାଲ ରହିଥିଲେ । ଜଷ୍ଟିସ ସିଂହ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କିରୋଡ଼ି ଲାଲ ମୀନା କଲେଜରୁ ନିଜର ଲ’ କୋର୍ସ ଶେଷ କରିଥିଲେ । ବିଚାରପତି ହେବା ପୂର୍ବରୁ ମଣିପୁରରେ ଆଡଭୋକେଟ ଜେନେରାଲ ଭାବରେ କାର୍ଯ୍ୟ କରୁଥିଲେ ଜଷ୍ଟିସ ସିଂହ ।

ତେବେ ନିକଟରେ ବିଚାରପତିଙ୍କ ଅବସର ପରେ ସୁପ୍ରିମକୋର୍ଟରେ ମାତ୍ର ୩୨ ଜଣ ବିଚାରପତି ରହିଛନ୍ତି । ଏହାବ୍ୟତୀତ ଅସନ୍ତା ସେପ୍ଟେମ୍ବରରେ ଜଷ୍ଟିସ ହିମା କୋହଲି ମଧ୍ୟ ଅବସର ଗ୍ରହଣ କରିବେ । ତେଣୁ ସୁପ୍ରିମକୋର୍ଟଙ୍କ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.