fbpx

ଧବଳେଶ୍ୱର ପୀଠରେ ପ୍ଲାଷ୍ଟିକ୍ ମନା, ମନ୍ଦିରକୁ ନେଇପାରିବେନି ପ୍ଲାଷ୍ଟିକ କଳସୀ

କଟକ: ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ପ୍ଲାଷ୍ଟିକ ଜିନିଷର ବ୍ୟବହାରକୁ ମନା କରାଯାଇଛି । ପ୍ଲାଷ୍ଟିକ କଳସ, ପ୍ଲାଷ୍ଟିକ ତିଆରି ଅନ୍ୟାନ୍ୟ ସାମଗ୍ରୀକୁ ମଧ୍ୟ ସଂପୂର୍ଣ୍ଣ ମନା କରାଯାଇଛି । ଦେବୋତ୍ତର ବିଭାଗ ଏବଂ ପୂଜକ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଆଗକୁ ଶ୍ରାବଣ ମାସରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।

ରାଜ୍ୟ ତଥା ଦେଶରେ ପ୍ଲାଷ୍ଟିକର ବ୍ୟବହାରକୁ ଅନେକ ସ୍ଥାନରେ ବ୍ୟାନ କରାଯାଇଛି । ଏହା ସତ୍ତ୍ୱେ କିଛି ସ୍ଥାନରେ ଏହି ନୀତିକୁ କୋହଳ ମଧ୍ୟ କରାଯାଉଛି । ତେବେ ଆଗକୁ ଆସୁଛି ଶ୍ରାବଣ ମାସ ସୋମବାର । କାହିଁ କେତେ ଦୂରରୁ ଭକ୍ତମାନେ ଭଗବାନଙ୍କ ପାଖକୁ ଧାଇଁ ଆସନ୍ତି ଜଳାଭିଶେକ କରିବାକୁ । ଶୈବ ଭକ୍ତମାନେ ପ୍ଲାଷ୍ଟିକ କଳସୀ ମଧ୍ୟ ବ୍ୟବହାର କରୁଛନ୍ତି । କିନ୍ତୁ ତାକୁ ବର୍ତ୍ତମାନ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ପ୍ଲାଷ୍ଟିକକୁ ବ୍ୟାନ କରାଯାଇଛି ।

Get real time updates directly on you device, subscribe now.