fbpx

Union Budget 2024: ଆୟକର କ୍ଷେତ୍ରରେ ୭ଟି ବଡ଼ ଆଶ୍ୱସ୍ତି ମିଳିବାର ସମ୍ଭାବନା ଅଧିକ, ଜୁଲାଇ ୨୩ରେ ବଡ଼ ଘୋଷଣା କରିପାରନ୍ତି ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା ୨୩ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟ ୨୦୨୪ ଆଗତ କରିବେ । ଏହି ବଜେଟ ଉପରେ ଏବେ ସାରା ଦେଶବାସୀଙ୍କ ନଜର ରହିଛି । ତେବେ ଏଥର ଅର୍ଥମନ୍ତ୍ରୀ ୭ଟି ଇନକମ୍ ଟ୍ୟାକ୍ସ ରିଲିଫ୍ ଘୋଷଣା କରିବାର ଯଥେଷ୍ଟ ସମ୍ଭାବନା ରହିଛି । ବିଶେଷ କରି ବେତନ ଶ୍ରେଣୀର ଜନସାଧାରଣ ଓ ଟ୍ୟାକ୍ସ ପ୍ରଦାତ୍ତାମାନେ କିଛିଟା ଆଶ୍ୱସ୍ତି ପାଇବା ପାଇଁ ଆଶା ରଖିଛନ୍ତି । ବିଭିନ୍ନ ଶ୍ରେଣୀର ଲୋକମାନେ ଟ୍ୟାକ୍ସ ଛାଡ଼ ନେଇ ଆଶାବାଦୀ ରହିଛନ୍ତି ।

୧- ଟ୍ୟାକ୍ସ ସ୍ଲବରେ ଆଡଜଷ୍ଟମେଣ୍ଟ: ଏଥର ବଜେଟରେ ଟ୍ୟାକ୍ସ ସ୍ଲାବରେ କିଛିଟା ପରିବର୍ତ୍ତନ କରାଯାଇ ଏକ ସମାନ ଓ ପ୍ରଗତିଶୀଳ ଆୟକର ବ୍ୟବସ୍ଥା ପାଇଁ ପଦକ୍ଷେପ ଗ୍ରହଣ କରାଯାଇପାରେ । ଏହା ସମାଜର ମଧ୍ୟମ ଶ୍ରେଣୀର ଲୋକଙ୍କ ଆୟକର ହାର ହ୍ରାସ କରିପାରେ । ନୂତନ ଟିକସ ବ୍ୟବସ୍ଥାରେ ବର୍ତ୍ତମାନ ସର୍ବାଧିକ ସରଚାର୍ଜ ୨୫ ପ୍ରତିଶତ ରହିଥିବା ବେଳେ ତାହା ପୂର୍ବ ଟ୍ୟାକ୍ସ ଢାଞ୍ଚା ୩୭ ପ୍ରତିଶତରୁ ହ୍ରାସ ପାଇଛି । ତେଣୁ ନୂଆ ଟ୍ୟାକ୍ସ ବ୍ୟବସ୍ଥାର ସୁଫଳ ପାଇବା ପାଇଁ ପୁରୁଣା ଟ୍ୟାକ୍ସ ବ୍ୟବସ୍ଥାକୁ ମଧ୍ୟ ସାମିଲ କରାଯାଇପାରେ ।

୨- ସେକ୍ସନ ୮୦ସିର ପୁନର୍ଗଠନ: କେନ୍ଦ୍ର ସରକାର ଏଥର ବଜେଟରେ ଆୟକର ଅଧିନିୟମର ସେକ୍ସନ ୮୦ସିକୁ ନେଇ ଆୟକର ଛାଡ଼ ସୀମା ବୃଦ୍ଧି ପ୍ରସ୍ତାବ ଉପରେ କିଛି ଘୋଷଣା କରିବା ନେଇ ବେତନଭୋଗୀ ଶ୍ରେଣୀ ଆଶାବାଦୀ ରହିଛନ୍ତି । ୨୦୧୪-୧୫ ଆର୍ଥିକ ବର୍ଷରେ ଆୟକର ଛାଡ଼ ସୀମା ୧.୫ ଲକ୍ଷ ରହିଥିବା ବେଳେ ସେ କ୍ଷେତ୍ରରେ ଏବେ କିଛି ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ତେଣୁ ଉକ୍ତ ଛାଡ଼ ସୀମା ୧.୫ ଲକ୍ଷରୁ ୨ ଲକ୍ଷକୁ ବୃଦ୍ଧି କରି କେନ୍ଦ୍ର ସରକାର ଅନେକ ବେତନଭୋଗୀଙ୍କୁ ଆଶ୍ୱସ୍ତି ଦେଇ ପାରନ୍ତି ।

୩- ଷ୍ଟାଣ୍ଡାର୍ଡ ଡିଡକ୍ସନରେ ବୃଦ୍ଧି: ୨୦୧୮ କେନ୍ଦୀୟ ବଜେଟରେ ବେତନ ଶ୍ରେଣୀଙ୍କ ପାଇଁ ବାର୍ଷିକ ୪୦ ହଜାର ଷ୍ଟାଣ୍ଡାର୍ଡ ଡିଡକ୍ସନ ଘୋଷଣା କରାଯାଇଥିଲା । ସେହିପରି ୨୦୧୯ ଅନ୍ତରୀଣ ବଜେଟରେ ଉକ୍ତ ସୀମା ୫୦ ହଜାରକୁ ବୃଦ୍ଧି କରାଯାଇଥିଲା । ତା’ ପରଠାରୁ ଉକ୍ତ ଷ୍ଟାଣ୍ଡାର୍ଡ ଡିଡକ୍ସନ ଅର୍ଥରାଶିରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ତେଣୁ ଏଥର ଅର୍ଥମନ୍ତ୍ରୀ ଷ୍ଟାଣ୍ଡାର୍ଡ ଡିଡକ୍ସନ ସୀମା ବାର୍ଷିକ ୧ ଲକ୍ଷକୁ ବୃଦ୍ଧି କରିପାରନ୍ତି ।

୪- New Tax Regime rejig: ପୁରୁଣା ଟ୍ୟାକ୍ସ ବ୍ୟବସ୍ଥାରୁ ନୂତନ ଟ୍ୟାକ୍ସ ବ୍ୟବସ୍ଥାରେ ପ୍ରବେଶ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଟ୍ୟାକ୍ସ ଛାଡ଼ର ସମ୍ଭାବନା ଉପରେ ବିଚାର କରାଯିବାର ଆବଶ୍ୟକତା ରହିଛି । ଏହାଦ୍ୱାରା ଟ୍ୟାକ୍ସ ପ୍ରଦାତ୍ତାଙ୍କ ସ୍ୱାସ୍ଥ୍ୟ ବୀମା, ଏନପିଏସ ଯୋଗଦାନ ସହ ସ୍ୱାସ୍ଥ୍ୟେସେବା, ଫାଇନାନ୍ସିଆଲ ଯୋଜନା, ନିବେଶ କ୍ଷେତ୍ରରେ ଲାଭ ପାଇବା ନେଇ ସୁଯୋଗ ସୃଷ୍ଟି ହେବ । ସେହିପରି ନୂଆ ଟ୍ୟାକ୍ସ ବ୍ୟବସ୍ଥାରେ ରିଡକ୍ସନ ସୀମା ୩୦ରୁ ୨୫ ପ୍ରତିଶତକୁ ହ୍ରାସ ହୋଇପାରେ । ଏଥିସହିତ ସର୍ବାଧିକ ଟ୍ୟାକ୍ସ ବ୍ରାକେଟ ସୀମା ୧୦ ଲକ୍ଷରୁ ୨୦ ଲକ୍ଷକୁ ବୃଦ୍ଧି କରିବା ନେଇ ବିଚାର କରାଯାଉଛି ।

୫. ପୁରୁଣା ଟ୍ୟାକ୍ସ ବ୍ୟବସ୍ଥା: ୨୦୨୩ କେନ୍ଦ୍ରୀୟ ବଜେଟରେ ନୂଆ ବ୍ୟକ୍ତିଗତ ଟ୍ୟାକ୍ସ ବ୍ୟବସ୍ଥା ଉପରେ ଘୋଷଣା କରାଯାଇଥିଲା । ତେଣୁ ଆଗାମୀ ବଜେଟରେ ପୁରୁଣା ଟ୍ୟାକ୍ସ ବ୍ୟବସ୍ଥା ସ୍ଲାବରେ କେନ୍ଦ୍ର ସରକାର କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିପାରନ୍ତି । ନୂଆ ଟ୍ୟାକ୍ସ ବ୍ୟବସ୍ଥା ସହ ତାଳ ଦେବା ପାଇଁ ଆୟକର ଛାଡ଼ ସୀମା ୫ ଲକ୍ଷ କରାଯାଇପାରେ । ଏନଡିଏ ସରକାର ଏଥର ଟ୍ୟାକ୍ସ ସ୍ଲାବକୁ ସହଜ କରିବା ସହ ବ୍ୟକ୍ତିଗତ ଟ୍ୟାକ୍ସ ପେୟର୍ସଙ୍କ ବୋଝ ହ୍ରାସ କରିପାରନ୍ତି । ବର୍ତ୍ତମାନ ଟ୍ୟାକ୍ସ ପେୟର୍ସଙ୍କ ଆୟ ସ୍ତର ଅନୁସାରେ ନୂଆ ଟ୍ୟାକ୍ସ ବ୍ୟବସ୍ଥାରେ ଟ୍ୟାକ୍ସ ହାର ୫ରୁ ୩୦ ପ୍ରତିଶତ ମଧ୍ୟରେ ଭିନ୍ନ ରହିଛି ।

୬. ଏଚଆରଏ ବୃଦ୍ଧି: ବେତନଭୋଗୀ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ଘର ଭଡ଼ା ଭତ୍ତା (ଏଚଆରଏ) ପ୍ରଦାନ କରାଯାଇଥାଏ । ଜଣେ କର୍ମଚାରୀଙ୍କ ବେସିକ ବେତନ, ଚାକିରି ସ୍ଥାନକୁ ଆଧାର କରି ଏଚଆରଏ ନିର୍ଦ୍ଧାରଣ କରାଯାଇଥାଏ । ଯେଉଁମାନେ ସେମାନଙ୍କର ହୋମ ଟାଉନ ଛାଡ଼ି ଅନ୍ୟ ସହରରେ ରହିଥାନ୍ତି ସେମାନଙ୍କୁ ଭରଘଡ଼ା କ୍ଷେତ୍ରରେ ଏକ ବଡ଼ ଆଶ୍ୱସ୍ତି ମିଳିଥାଏ । ବର୍ତ୍ତମାନ ଚେନ୍ନାଇ, ଦିଲ୍ଲୀ, କୋଲକତା, ଦିଲ୍ଲୀ ପରି ୪ଟି ସହରରେ କର୍ମଚାରୀମାନେ ସେମାନଙ୍କର ବେସିକ ବେତନର ୫୦ ପ୍ରତିଶତ ଏଚଆରଏ ରିହାତି ପାଇଁ ଯୋଗ୍ୟ ହୋଇଥାନ୍ତି । ଅନ୍ୟ ସ୍ଥାନର କର୍ମଚାରୀଙ୍କ ପାଇଁ ବେତନର ୪୦ ପ୍ରତିଶତ ଛାଡ଼ କରାଯାଉଛି । ବର୍ତ୍ତମାନ ସମୟରେ ବେଙ୍ଗାଲୁରୁ, ଗୁରୁଗ୍ରାମ, ପୁଣେ, ହାଇଦ୍ରାବ ଭଳି ସହରମାନଙ୍କରେ ମଧ୍ୟରେ ଦାମ୍ ବୃଦ୍ଧି ପାଇଥିବାରୁ କେନ୍ଦ୍ର ସରକାର ଏଥର ବଜେଟର କିଛି ଏଚଆରଏ ବୃଦ୍ଧି ଘୋଷଣା କରିପାରନ୍ତି ।

୭- ସେକ୍ସନ ୮୦ଟିଟିଏ ପାଇଁ ସୀମା ବୃଦ୍ଧି: ବେତନଭୋଗୀ କର୍ମଚାରୀମାନେ ସେମାନଙ୍କର ଆୟକୁ ବୃଦ୍ଧି ପାଇଁ ସେମାନଙ୍କର ଅର୍ଥରାଶିକୁ ବିଭିନ୍ନ ସେଭିଙ୍ଗସ ଓ ଟର୍ମ ଡିପୋଜିଟ ଆକାଉଣ୍ଟରେ ରଖିଥାନ୍ତି । ତେଣୁ କେନ୍ଦ୍ର ସରକାର ବିଭିନ୍ନ ବ୍ୟାଙ୍କର ଜମା ରାଶି, ସ୍ଥାୟୀ ଜମାକୁ ୮୦ଟିଟିଏ ଅଧିନରେ ସାମିଲ କରିବା ଉପରେ ବିଚାର କରିବା ନେଇ ପ୍ରଶ୍ନ ଉଠିଛି । ତେଣୁ ଏଥର ବଜେଟରେ ଏହି ସୀମା ୧୦ରୁ ୫୦ ହଜାର ଟଙ୍କାକୁ ବୃଦ୍ଧି ହୋଇପାରେ ।

Get real time updates directly on you device, subscribe now.