fbpx

‘ରାଜ୍ୟରେ ରହିବନି ଝୁମ୍ପୁଡ଼ି ଘର’: ସୁରେଶ ପୂଜାରୀ

ଭୁବନେଶ୍ୱର: ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କର ବଡ଼ ବିବୃତ୍ତି ସାମ୍ନାକୁ ଆସିଛି । ତାଙ୍କ କହିବାନୁଯାୟୀ, ‘୨୦୩୬ ସୁଦ୍ଧା ନୂଆ ଓଡ଼ିଶା ଦେଖିବ ସାରା ବିଶ୍ୱ । ଆଧୁନିକ ଓ ବିକଶିତ ଓଡ଼ିଶା ପାଇଁ ଶପଥ ନିଆଯାଇଛି । ଓଡ଼ିଶା ଅସ୍ମିତାକୁ ବିଶ୍ୱ ଦରବାରରେ ପହଞ୍ଚାଯିବ । ବିଜେପି ସରକାର ଲୋକଙ୍କ ସରକାର ହେବ । ରାଜ୍ୟ ମୁଖ୍ୟମନ୍ତ୍ରୀ ଲୋକଙ୍କ ମୁଖ୍ୟମନ୍ତ୍ରୀ ହେବେ । ସରକାର ଲୋକଙ୍କ ପାଖରେ ପହଞ୍ଚିବାକୁ ଗୁରୁତ୍ୱ ।’

ସେହିପରି ସୁରେଶ ପୂଜାରୀ କହିଛନ୍ତି ଯେ, ‘ରାଜ୍ୟରେ ୨୦୨୯ ବେଳକୁ ଝୁମ୍ପୁଡ଼ି ଘର ରହିବନି । ଆମେ ସେମାନଙ୍କୁ ଘର ଦେବାକୁ ଯୋଜନା କରିବୁ । ଜବରଦଖଲକାରୀଙ୍କୁ ହଟାଇବା କାମ ଚାଲିବ । ପ୍ରଭାବଶାଳୀ ଲୋକ ବି ଜବରଦଖଲ କରି ରଖିଛନ୍ତି । ସରକାର ଓ ମହାପ୍ରଭୁଙ୍କ ଜମି ବି ଜବରଦଖଲରେ ଅଛି । ସରକାର ଜମିର ଜବରଦଖଲକୁ ମୁକ୍ତ କରାଯିବ । ଅଧିକ ଜମି ନେଇଥିଲେ ଫେରାଇ ଅଣାଯିବ ।’

Get real time updates directly on you device, subscribe now.