fbpx

ରୁଷରେ ଫସିଥିବା ଯାତ୍ରୀଙ୍କୁ ସବୁତକ ଭଡା ଫେରାଇବ ଏୟାର ଇଣ୍ଡିଆ, ସମସ୍ୟା ପାଇଁ ମାଗିଲା କ୍ଷମା

ନୂଆଦିଲ୍ଲୀ: ଟାଟା ଗ୍ରୁପର ଏୟାରଲାଇନ ଏୟାର ଇଣ୍ଡିଆ ଦିଲ୍ଲୀରୁ ସାନ୍ ଫ୍ରାନ୍ସିସ୍କୋ ଯାଉଥିବା ଫ୍ଲାଇଟର ସମସ୍ୟା ଯୋଗୁଁ ଯାତ୍ରୀମାନଙ୍କୁ କ୍ଷମା ମାଗିଛି । ଏଥିସହ କହିଛି ଯେ, ଏହି ଯାତ୍ରୀମାନଙ୍କ ଭଡା ଫେରାଇବ । ଏହି ଫ୍ଲାଇଟ କାର୍ଗୋ ଅଞ୍ଚଳରେ ହୋଇଥିବା ଅସୁବିଧା ଯୋଗୁଁ ରୁଷର କ୍ରାସ୍ନୋୟାର୍ସ୍କ ଇଣ୍ଟରନେସନାଲ ଏୟାରପୋର୍ଟରେ ଫସି ଯାଇଥିଲା । ଏହି ସମସ୍ୟାକୁ କକ୍‌ପିଟ୍ କ୍ରୁ ସଦସ୍ୟ ଧରିଥିଲେ ।

ଏୟାର ଇଣ୍ଡିଆର ଏକ ବରିଷ୍ଠ ଅଧିକାର ବିବୃତ୍ତି ଜାରି କରି କହିଛନ୍ତି ଯେ, ଆମେ ସମସ୍ତେ ଯାତ୍ରୀମାନଙ୍କୁ କ୍ଷମା ମାଗୁଛୁ । ଆମେ ଜାଣିଛୁ ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଆପଣ କେତେ ଅସୁବିଧାର ସମ୍ମୁଖୀନ କରିଛନ୍ତି । ଆମେ ଆଶା କରୁଛୁ ଯେ, ଆମ ସମସ୍ୟାମାନକୁ ବୁଝନ୍ତୁ । ଆପଣ ଙ୍କ ସୁରକ୍ଷା ଆମର ପ୍ରାଥମିକତା । ଆମ ପାଇଲଟ ଆପଣଙ୍କ ସୁରକ୍ଷାକୁ ଦୃଷ୍ଟି ରଖି ରୁଷରେ ବିମାନ ଅବତରଣର ନିଷ୍ପତ୍ତି ନେଇଥିଲେ ।

Get real time updates directly on you device, subscribe now.