ଭକ୍ତି ନାଁରେ ଗୁଣ୍ଡାଗର୍ଦ୍ଦି… କାଉଡ଼ି ଯାତ୍ରାରେ ବୁଲିଲା ଖଣ୍ଡା: ଆକ୍ରମଣ ଘଟଣାରେ ୪ କାଉଁଡ଼ିଆ ଗିରଫ

ନୂଆଦିଲ୍ଲୀ: ଶ୍ରାବଣ ମାସକୁ ଧର୍ମର ମାସ ବୋଲି କୁହାଯାଏ । କାଉଡ଼ି ଯାତ୍ରାରେ ଯାଇ ପ୍ରଭୁ ଭୋଳାନାଥଙ୍କ ଜଳାଭିଷେକ କଲେ ପାପକ୍ଷୟ ହୋଇଥାଏ ବୋଲି ବିଶ୍ୱାସ ରହିଛି । କିନ୍ତୁ ଏଥର ଶ୍ରାବଣର ପ୍ରଥମ ସୋମବାର ପୂର୍ବରୁ ହିଁ ଦେଖାଯାଇଛି କାଉଁଡ଼ିଆଙ୍କ ଭୟଙ୍କର ରୂପ । ଜଣେ ବ୍ୟକ୍ତିଙ୍କ ଉପରେ ଖଣ୍ଡାରେ ଆକ୍ରମଣ କରି ତାଙ୍କୁ ଲହୁଲୁହାଣ କରିଥିବା ନେଇ ଅଭିଯୋଗ ହୋଇଛି । ତେବେ ଏ ଘଟଣାର ଖବର ପାଇଁ ପୋଲିସ ମାମଲାରେ ସମ୍ପୃକ୍ତ ୪ ଜଣ କାଉଡ଼ିଆଙ୍କୁ ଗିରଫ କରିଛି । ଜଣେ ପାର୍କିଂ ଷ୍ଟାଫଙ୍କୁ ଖଣ୍ଡାରେ ଆକ୍ରମଣ କରିଥିବା ନେଇ ଅଭିଯୋଗ ଦାୟର ହୋଇଛି ।

ସୂଚନା ଅନୁସାରେ, ଉତ୍ତରାଖଣ୍ଡରେ ହରିୟାଣାର ୪ ଜଣ କାଉଡ଼ିଆ କାଉଡ଼ି ଯାତ୍ରା ବେଳେ ତୁମୁଳ କାଣ୍ଡ ଘଟାଇଛନ୍ତି । ତେବେ ନୀଳକଣ୍ଠ ମନ୍ଦିର ନିକଟସ୍ଥଜାନକୀ ପୁଲ୍ ପାଖରେ ପାର୍କିଂ ଶୁଳ୍କକୁ ନେଇ କାଉଡ଼ିଆ ଏବଂ କର୍ମଚାରୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ମନ୍ଦିର ରେ ଦର୍ଶନ କରିବା ପରେ କାଉଡ଼ିଆ ପାର୍କିଂ ସ୍ଥଳରେ ପହଞ୍ଚିବା ବେଳେ ପାର୍କିଂରେ ଥିବା ଟ୍ରାକ୍ଟର-ଟ୍ରଲି ପାଇଁ ବାଲମ ସିଂହ ବିଷ୍ଟ, ଅଜୟ ଏବଂ ସୁଭାଷ ସେମାନଙ୍କୁ ପାର୍କିଂ ଶୁଳ୍କ ମାଗିଥିଲେ । କିନ୍ତୁ ଅଭିଯୁକ୍ତ ଏହି ଟଙ୍କା ଦେବାକୁ ମନା କରିଥିଲେ । ଏହାକୁ ନେଇ କାଉଡ଼ିଆ ଏବଂ ପାର୍କିଂ କର୍ମଚାରୀଙ୍କ ମଧ୍ୟରେ ବିବାଦ ହୋଇଥିଲା ଏବଂ ପରେ ବିଷ୍ଟଙ୍କ ଉପରେ ଖଣ୍ଡାରେ ଆକ୍ରମଣ କରିଥିଲେ ଅଭିଯୁକ୍ତ କାଉଡ଼ିଆ । ଫଳରେ ବିଷ୍ଟ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ ଏ ନେଇ ମୁନିର ରେତି ଥାନା ପ୍ରଭାରୀ ରିତେଶ ଶାହ କହିଛନ୍ତି ଯେ, ପାର୍କିଂ ଅଞ୍ଚଳର ଠିକାଦାର ରାହୁଲ ଗୁପ୍ତାଙ୍କ ଅଭିଯୋଗ ପରେ ଏକ ମାମଲା ରୁଜୁ କରାଯାଇଛି । ଏହାସହିତ ମହନ୍ତ ସୌରଭ ଗିରି ନାଗା ବାବା(୪୦), ଦିପୁ(୧୯, ରଜତ(୧୯) ଏବଂ ଅରୁଣ(୧୮)ଙ୍କୁ ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ହରିୟାଣାର ସୋନିପତ୍ ଅଞ୍ଚଳର ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.