ଦୁନିଆର ଏହି ଗୋଟିଏ ମନ୍ଦିରରେ ଏକା ବସିଛନ୍ତି ଶିବ, ୫୩୦୦ ବର୍ଷ ହେଲାଣି ବାହାରେ ଆପେକ୍ଷା କରିଛନ୍ତି ମାଆ ପାର୍ବତୀ

ନୂଆଦିଲ୍ଲୀ: ଭଗବାନ ଶିବଙ୍କର ପ୍ରିୟ ମାସ, ଶ୍ରାବଣ ମାସ । ଯଦି ଆପଣ ଭଗବାନ ଶିବଙ୍କର ଯେକୌଣସି ମନ୍ଦିର ଯିବେ ସେଠାରେ ଆପଣ ଗର୍ଭଗୃହରେ ଶିବଲିଙ୍ଗ ପାଖରେ ନନ୍ଦୀ, ପାର୍ବତୀ, ଗଣେଶ ଏବଂ କାର୍ତ୍ତିକଙ୍କୁ ଦେଖିବାକୁ ମିଳିବ । ହେଲେ ଦୁନିଆରେ ଗୋଟିଏ ଶିବ ମନ୍ଦିର ବୃନ୍ଦାବନରେ ଅଛି, ଯେଉଁଠାରେ ଶିବ ଗର୍ଭଗୃହରେ ଏକା ଅଛନ୍ତି, ଏବଂ ମାଆ ପାର୍ବତୀ କବାଟ ବାହାରେ ତାଙ୍କୁ ଅପେକ୍ଷା କରିଛନ୍ତି ।
ଦ୍ୱାପର ଯୁଗ ଅର୍ଥାତ ପାଖାପାଖି ୫୩୦୦ ବର୍ଷ ପୂର୍ବରୁ ସ୍ଥାପିତ ପ୍ରସିଦ୍ଧ ଗୋପେଶ୍ୱର ମହାଦେବ ମନ୍ଦିର ରହିଛି । ଶ୍ରୀମଦ ଭାଗବତ ମହାପୁରାଣରେ ଏହି ମନ୍ଦିର ଏବଂ ଗୋପେଶ୍ୱର ମହାଦେବଙ୍କ ମହିମାର ପ୍ରସଙ୍ଗ ଅଛି । ଏହି ପ୍ରସଙ୍ଗରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ବୃନ୍ଦାବନରେ ସ୍ଥାପିତ ଏହି ମନ୍ଦିର ସେହି ସମୟର ଯେଉଁ ସମୟରେ ଭଗବାନ କୃଷ୍ଣ ମହାରାସ କରିଥିଲେ । ଏହାକୁ ଦେଖିବା ପାଇଁ ଶିବ ସେଠାକୁ ଯାଇଥିଲେ ।

ଏହି ମହାରାସରେ ଭଗବାନ କୃଷ୍ଣ ଏକା ପୁରୁଷ ଥିଲେ, ଯେଉଁଥିରେ ତାଙ୍କ ସହ ଲକ୍ଷ ଲକ୍ଷ ଗୋପି ଥିଲେ । ଭଗବାନ ଶିବ ଯେତେବେଳେ ସେଠାରେ ଯାଇ ପହଞ୍ଚିଲେ ତାଙ୍କୁ ଭିତରକୁ ଯିବା ପାଇଁ ଗୋପିମାନେ ମନା କରିଦେଇଥିଲେ । ସେହି ସମୟରେ ସେ ଏକ ଗୋପିଙ୍କଠାରୁ ପରାମର୍ଶ ନେଇ ସ୍ତ୍ରୀ ରୂପ ଧାରଣ କରି ସେଠାକୁ ଯାଇଥିଲେ ।

ଭଗବାନ ମହାପୁରୁଷଙ୍କ ମୁତାବକ ସେହି ସମୟ ଭଗବାନ ଶିବ ପ୍ରଥମଥର ପାଇଁ ମାଆ ପାର୍ବତୀଙ୍କୁ ନକହି ଆସିଥିଲେ । ଏହାପରେ ପାର୍ବତୀ ଶିବଙ୍କ ଅନୁସନ୍ଧାନରେ ସେଠାରେ ଯାଇ ପହଞ୍ଚିଲେ । ହେଲେ ପ୍ରଭୁଙ୍କର ଏଭଳି ରୂପ ଦେଖି ସେ ଆହୁରି ମୋହିତ ହୋଇଗଲେ । ପାର୍ବତୀ ଭିତରକୁ ଯାଇଥାଆନ୍ତେ ହେଲେ ସେ ଭୟକଲେ ଯଦି ଶିବ ପୁଣିଥରେ ପୁରୁଷ ରୂପ ଧାରଣ କରନ୍ତି କଣ ହେବ ।

କବାଟ ପାଖେ ମାଆ ପାର୍ବତୀ ବସି ମହାଦେବଙ୍କୁ ବାହାରକୁ ଆସିବା ପାଇଁ କହୁଥିଲେ । ସେହି ସମୟରେ ପ୍ରଭୁ ସ୍ପଷ୍ଟଭାବେ ମନାକରିଦେଇଥିଲେ । ସେହିଦିନରୁ ଭଗବାନ ଶିବ ସାକ୍ଷାତ ଗୋପେଶ୍ୱର ମହାଦେବ ଭାଭେ ସେଠାରେ ବିରାଜମାନ ଅଛନ୍ତି ଏବଂ ଗର୍ଭଗୃହ ବାହାରେ ବସି ମାଆ ପାର୍ବତୀ ତାଙ୍କୁ ଅପେକ୍ଷା କରିଛନ୍ତି.