fbpx

(Video) ଶୁଭ୍ରା ରଞ୍ଜନ କିଏ? ଯାହାଙ୍କର ପଢାଇବା ଶୈଳୀ ପାଇଁ ଆରମ୍ଭ ହୋଇଛି ବିବାଦ, ଜାଣନ୍ତୁ ମାମଲା

ନୂଆଦିଲ୍ଲୀ: ୟୁପିଏସସି କୋଚ ଶୁଭ୍ରା ରଞ୍ଜନଙ୍କର ପଢାଇବା ଶୈଳୀକୁ ନେଇ ବିବାଦ ଆରମ୍ଭ ହୋଇଛି । ଶୁଭ୍ରା ରଞ୍ଜନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ସେ ୟୁପିଏସସି ଛାତ୍ରଙ୍କୁ ପଢାଇବା ବେଳେ ଭଗବାନ ରାମଙ୍କ ତୁଳନା ମୁଗଲ ଶାସକ ଆକବରଙ୍କ ସହ କରୁଛନ୍ତି । ଶୁଭ୍ରା ରଞ୍ଜନଙ୍କ ଏହି ଭିଡିଓକୁ ନେଇ ସୋସିଆଲ ମିଡିଆରେ ତାଙ୍କ ବିରୋଧରେ ଲୋକେ କ୍ରୋଧ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ଲୋକେ ତାଙ୍କର ଏହି ଭିଡିଓରେ କମେଣ୍ଟ କରି ପୋଲିସକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି ।

ଅଙ୍କିତ ଜୈନ ନାମ ଜଣେ ସୋସିଆଲ ମିଡିଆ ୟୁଜର ଶୁଭ୍ରା ରଞ୍ଜନଙ୍କ ଏହି ଭିଡିଓ ସେୟାର କରି କହିଛନ୍ତି ଯେ, ପ୍ରଭୁ ରାମଙ୍କ ତୁଳନା ଭାରତର ସମ୍ବଳ ଲୁଟ କରିଥିବା ଆକବରଙ୍କ ସହ କରୁଛନ୍ତି, କଣ ଏହି ତୁଳନା ସମ୍ଭବପର? ଅଙ୍କିତ ଦିଲ୍ଲୀ ପୋଲିସକୁ ଏହି ଭିଡିଓ ଟ୍ୟାଗ କରି ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

ମିଷ୍ଟର ସିହ୍ନା ନାମକ ଜଣେ ଅନ୍ୟ ସୋସିଆଲ ମିଡିଆ ୟୁଜର ମଧ୍ୟ ଶୁଭ୍ରା ରଞ୍ଜନଙ୍କ ଭିଡିଓ ସେୟାର କରି ଏହାକୁ ହାସ୍ୟସ୍ପଦ ବୋଲି କହିଛନ୍ତି । ସେ ଲେଖିଛନ୍ତି ଯେ, ୟୁପିଏସସି କୋଚ ଶୁଭ୍ରା ରଞ୍ଜନ ମର୍ଯ୍ୟଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଙ୍କ ତୁଳନା ଇସ୍ଲାମିକ ଆକ୍ରମଣକାରୀ ଆକବରଙ୍କ ସହ କରୁଛନ୍ତି । ଏହାକୁ ରୋକାଯିବା ଆବଶ୍ୟକ ଏବଂ ଶୁଭ୍ରା ରଞ୍ଜନଙ୍କୁ ଏହି କାର୍ଯ୍ୟ ପାଇଁ ଭୁଲ ମାଗିବା ଆବଶ୍ୟକ।

https://x.com/MumbaichaDon/status/1817114145336263022

ଶୁଭ୍ରା ରଞ୍ଜନ ୟୁପିଏସସିର କୋଚିଙ୍ଗ ଆଇଏଏସ ଇନଷ୍ଟିଚ୍ୟୁଟର ଫାଉଣ୍ଡର ଅଟନ୍ତି । ଶୁଭ୍ରା ୟୁପିଏସସି ଛାତ୍ରମାନଙ୍କୁ ପଲିଟିକାଲ ସାଇନ୍ସ, ଇଣ୍ଟରନେସନାଲ ରିଲେସନର ବିଷୟ ପଢାନ୍ତି । ଶୁଭ୍ରା ରଞ୍ଜନଙ୍କ ଏକ ୟୁଟ୍ୟୁବ ଚ୍ୟାନେଲ ଅଛି, ଯେଉଁଥିରେ ସେ ନିଜ କ୍ଲାସର ପଢାକୁ ଅପଲୋଡ କରନ୍ତି । ୟୁପିଏସସିର ପ୍ରସ୍ତୁତି କରୁଥିବା ପିଲାଙ୍କ ମଧ୍ୟରେ ଶୁଭ୍ରା ବହୁତ ପପୁଲାର । ଏତିକି ନୁହେଁ ସେ ପଢାଇଥିବା ଅନେକ ଛାତ୍ର ୟୁପିଏସସି ପରୀକ୍ଷାର ଟପର ମଧ୍ୟ ଅଛନ୍ତି । ଆଇଏଏସ ଟୀନା ଡାବୀ ମଧ୍ୟ ଶୁଭ୍ରା ରଞ୍ଜନଙ୍କ ଛାତ୍ରୀ । ୨୦୨୨ର ୟୁପିଏସସି ଟପର ଇଶିତାଙ୍କୁ ମଧ୍ୟ ଶୁଭ୍ରା ରଞ୍ଜନ ପଲିଟିକାଲ ସାଇନ୍ସ ପଢାଉଥିଲେ ।

Get real time updates directly on you device, subscribe now.