fbpx

ପ୍ୟାରିସ ଅଲିମ୍ପିକ୍ସରେ ଦ୍ୱିତୀୟ ପଦକ ଜିତିଲା ଭାରତ: ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ବ୍ରୋଞ୍ଜ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସର ଚତୁର୍ଥ ଦିବସରେ ଆଜି ଭାରତର କ୍ରୀଡ଼ା ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଛି । ଗତ ୨୮ ତାରିଖରେ ଭାରତ ପ୍ରଥମ ପଦକ ଜିତିଥିବା ବେଳେ ଆଜି ଦ୍ୱିତୀୟ ପଦକ ଜିତିଛି । ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ଭାରତ ବ୍ରୋଞ୍ଜ ପଦକ ଜିତିଛି । ମାନୁ ଭାକର ଓ ସରବଜୋତ ସିଂହ ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ଭାରତକୁ ଏହି ସଫଳତା ଦେଇଛନ୍ତି । ଏହା ଫଳରେ ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ମୋଟ ପଦକ ସଂଖ୍ୟା ୨ରେ ପହଞ୍ଚିଛି । ଆଗକୁ ଭାରତୀୟ ଆଥଲେଟମାନେ ଆହୁରି ପଦକ ଜିତିବାର ସମ୍ଭାବନା ରହିଛି ।

ଗତ ୨୮ ତାରିଖରେ ଭାରତୀୟ ଶୁଟର ମନୁ ଭାକର ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ବେଳେ ଆଜି ମନୁ ଭାକର ଓ ସରବଜୋତ ସିଂହ ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ଭାରତୀୟ ଯୋଡ଼ି ପ୍ରତିପକ୍ଷ ଦକ୍ଷିଣ କୋରିଆର ଯୋଡ଼ି ଓହ ୟେ ଜିନ ଓ ଲୀ ବୋନହୋଙ୍କୁ ୧୬-୧୦ ବ୍ୟବଧାନରେ ପରାସ୍ତ କରିଥିଲେ । ଏହା ଫଳରେ ମନୁ ଭାକଙ୍କର ନାମରେ ଚଳିତ ଅଲିମ୍ପିକ୍ସରେ ଦୁଇଟି ବ୍ରୋଞ୍ଜ ପଦକ ଜିତିବାର ରେକର୍ଡ ସ୍ଥାପିତ ହୋଇଛି । ପ୍ରଥମ ଭାରତୀୟ ଭାବେ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିବାରେ ମନୁ ଇତିହାସ ରଚିଛନ୍ତି ।

Get real time updates directly on you device, subscribe now.