fbpx

ଲିପଷ୍ଟିକ୍ ଶେଡ୍ ପାଇଁ ଟ୍ରୋଲ ହୋଇଥିଲେ ଏହି ବଲିଉଡ ସେଲିବ୍ରିଟି, ଅଜବ ଲୁକ୍ ଦେଖି ଫ୍ୟାନ୍ସ ତାଜୁବ୍‌

ଓଡ଼ିଶା ଭାସ୍କର: ମହିଳାଙ୍କ ମେକଅପରେ ଲିପଷ୍ଟିକ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ଆମ ଲୁକକୁ ଦ୍ୱିଗୁଣିତ କରିଥାଏ । ବଜାରରେ ବିଭିନ୍ନ ପ୍ରକାର ବ୍ରାଣ୍ଡ୍ ଏବଂ ଶେଡ୍‌ସର ଲିପଷ୍ଟିକ୍ ଉପଲବ୍ଧ । ଏମିତିରେ ମହିଳା ଜଣଙ୍କ ନିଜ ଫେସ୍ କଟିଂ ଏବଂ ପର୍ସନାଲିଟିକୁ ନେଇ ଲିପଷ୍ଟିକ୍ ଚୟନ କରିଥାନ୍ତି । ଘରର ଛୋଟ ବଡ଼ ପାର୍ଟି, ସ୍କୁଲ ପ୍ରୋଗ୍ରାମ, ବିବାହ ଉତ୍ସବ ଇତ୍ୟାଦି ପାଇଁ ବିଭିନ୍ନ ପ୍ରକାର ପୋଷାକ ପରିଧାନ ଏବଂ ମେକଅପକୁ ନେଇ ଲିପଷ୍ଟିକ୍ ଶେଡ୍ ଚୟନ କରାଯାଇଥାଏ । କିନ୍ତୁ ଅଧିକାଂଶ ହଟକେ ଦେଖାଯିବା ପାଇଁ ଅଜବ ରଂଗର ଲିପଷ୍ଟିକ ବ୍ୟବହାର କରିଥାନ୍ତି । ପରବର୍ତ୍ତୀ ମୁହୂର୍ତ୍ତରେ ଏଥିପାଇଁ ସେମାନେ ଟ୍ରୋଲିଂର ଶିକାର ମଧ୍ୟ ହୋଇଥାନ୍ତି ।

ବଲିଉଡର ବିଶିଷ୍ଟ ସେଲିବ୍ରିଟି ଏବଂ ଆକ୍ଟ୍ରେସ ସବୁବେଳେ ଲାଇମ୍ ଲାଇଟରେ ରହିବାକୁ ପସନ୍ଦ କରିଥାନ୍ତି । ବଡ଼ ବଡ଼ ଇଭେଣ୍ଟରେ ସେମାନଙ୍କ ବେଶ ପୋଷାକକୁ ନେଇ ଚର୍ଚ୍ଚା ଲାଗି ରହିଥାଏ । ବଲିଉଡରେ ଏମିତି ଅନେକ ହସୀନା ଅଛନ୍ତି ଯେଉଁମାନେ ସେମାନଙ୍କ ଲିପଷ୍ଟିକର ଶେଡ୍ ପାଇଁ କେଉଁଠି ପ୍ରଶଂସା ସାଉଁଟିଛନ୍ତି ତ କେଉଁଠି ଟ୍ରୋଲିଂର ଶିକାର ହୋଇଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ତାଲିକାରେ ଥିବା କିଛି ସେଲିବ୍ରିଟି ଓ ବଲିଉଡ ଆକ୍ଟ୍ରେସଙ୍କ ବିଷୟରେ ।

୧. ଐଶ୍ୱର୍ଯ୍ୟା ରାୟ: ବଲିଉଡ ସୁନ୍ଦରୀ ତଥା ମିସ୍ ୱାର୍ଲ୍ଡ ଐଶ୍ୱର୍ଯ୍ୟା ରାୟଙ୍କ ପ୍ରଶଂସକଙ୍କ ସଂଖ୍ୟ ବହୁତ । ଏକ ଇଭେଣ୍ଟରେ ସେ ବାଇଗିଣି ରଂଗର ଲିପଷ୍ଟିକ୍ ଲଗାଇ ଆସିଥିଲେ । ଐଶ୍ୱର୍ଯ୍ୟା ନିଜ ବେଶପୋଷକକୁ ଆତ୍ମବିଶ୍ୱାସର ସହ ହ୍ୟାଣ୍ଡେଲ କରିଥିଲେ । କିନ୍ତୁ ତାଙ୍କ ଫ୍ୟାନ୍ସଙ୍କୁ ଏଭଳି ଲୁକ୍ ପସନ୍ଦ ଆସିନଥିଲା । ଏଥିପାଇଁ ସେ ସୋସିଆଲ ମିଡିଆରେ ଟ୍ରୋଲିଂର ଶିକାର ହୋଇଥିଲେ ।

୨. ଦୀପିକା ପାଦୁକୋନ୍‌: ବଲିଉଡର ‘ଲୀଲା’ ଭାବେ ଲୋକପ୍ରିୟ ଦୀପିକା ପାଦୁକୋନ । ତାଙ୍କ ଗ୍ଲାମରସ୍ ଲୁକ୍ ସମସ୍ତଙ୍କୁ ଦିୱାନା କରିଥାଏ । ଏକ ଇଭେଣ୍ଟରେ ସେ ଡାର୍କ ବ୍ରାଉନ୍ ରଂଗର ଲିପଷ୍ଟିକ୍ ଲଗାଇ ଆସିଥିଲେ ଯାହା ତାଙ୍କ ଲୁକକୁ କମ୍ପ୍ଲିମେଣ୍ଟ କରୁଥିଲା । ତାଙ୍କ କିଛି ଫ୍ୟାନ୍ସଙ୍କୁ ଏହି ଲୁକ୍ ବେଶ ପସନ୍ଦ ଆସିଥିବାବେଳେ କିଛି ଫ୍ୟାନ୍ସଙ୍କୁ କିଛି ଖାସ ଲାଗିନଥିଲା । ଏଥିପାଇଁ ଦୀପିକା ଟ୍ରୋଲିଂର ଶିକାର ହୋଇଥିଲେ ।

୩. ସାରା ଅଲି ଖାନ୍‌: ବଲିଉଡର ଚୁଲବୁଲି ଆକ୍ଟ୍ରେସ ସାରା । ତାଙ୍କ କ୍ୟୁଟନେସର ପ୍ରାୟ ଅଧିକାଂଶ ଦିୱାନା । ସମୁଦ୍ର କୂଳରେ କୁଲ୍ ଟପ୍ସ ସହ ହଟ୍ ଜିନ୍ସ ପ୍ୟାଣ୍ଟରେ ଗଗଲ୍ସ ଏବଂ ନୀଳ ରଂଗର ଲିପଷ୍ଟିକ ସହ ସାରାଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଫଟୋକୁ ନେଇ ତାଙ୍କର ବହୁତ ମଜାକ୍ ଉଡ଼ିଥିଲା ।

୪. ସୋନମ କପୁର: ନିଜ ଫ୍ୟାଶନ ସେନ୍ସ ପାଇଁ ଲାଇମ୍ ଲାଇଟରେ ରହୁଥିବା ସୋନମ ବି ଅନେକ ଥର ଅଜବ ଗାଢ଼ ରଂଗର ଲିପଷ୍ଟିକ୍ ଶେଡ୍ ଲଗାଇବା ନେଇ ଟ୍ରୋଲିଂର ଶିକାର ହୋଇଥିଲେ ।

୫. ଉବର୍ଶୀ ରାଉତେଲା: ଏକ ଇଭେଣ୍ଟରେ ଉବର୍ଶୀଙ୍କ ସି ଗ୍ରୀନ୍ ଲିପଷ୍ଟିକ୍ ଶେଡ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ତାଙ୍କର ଏହି ଲକ୍ ବହୁତ ହଟକେ ଥିଲା । ସେ ଚର୍ଚ୍ଚାରେ ବି ଥିଲେ କିନ୍ତୁ ଶେଷରେ ଟ୍ରୋଲିଂର ଶିକାର ହେବାକୁ ପଡ଼ିଥିଲା ।

ସେହିପରି ପ୍ରିୟଙ୍କା ଚୋପ୍ରା, ନିୟା ଶର୍ମା, କରୀନା କପୁର, ଦେବୋଲୀନା ଭଟ୍ଟାଚାର୍ଯ୍ୟଙ୍କ ଭଳି ଅନ୍ୟ ସୁନ୍ଦରୀମାନେ ସେମାନଙ୍କ ଅଜବ ରଂଗର ଲିପଷ୍ଟିକ୍ ପାଇଁ ଟ୍ରୋଲିଂର ଶିକାର ହୋଇଥିଲେ ।

Get real time updates directly on you device, subscribe now.