fbpx

Microsoft ର ଅଫିସ ଏବଂ କ୍ଲାଉଡ ସର୍ଭିସରେ ପୁଣି ସମସ୍ୟା, ଚିନ୍ତାରେ ଲକ୍ଷ ଲକ୍ଷ ୟୁଜର୍ସ

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ଆଜି ପୁଣିଥରେ କିଛି ଅଫିସ ଆପ୍ଲିକେସନ ଏବଂ କ୍ଲାଉଡ ସେବାଗୁଡିକରେ ସମସ୍ୟା ଦେଖାଯିବାର ସୂଚନା ଦେଇଛି । କମ୍ପାନୀ ନିଜ ଆଜୁର କ୍ଲାଉଡ ସେବାଗୁଡିକର ପ୍ରବେଶ ଉପରେ ନଜର ରଖିବା ପାଇଁ ଡିଜାଇନ ହୋଇଥିବା ଏକ ୱେବସାଇଟର ଅପଡେଟରେ କମ୍ପାନୀ କହିଛି ଯେ, ଆମେ ସର୍ବଭାରତୀୟ ସ୍ତରରେ ମାଇକ୍ରୋସଫ୍ଟ ସେବା ସହ ସଂଯୁକ୍ତ ସମସ୍ୟାଗୁଡିକର ଅନୁସନ୍ଧାନ କରୁଛୁ ।

ମାଇକ୍ରୋସଫ୍ଟ ମଙ୍ଗଳବାର ଦିନ ସକାଳେ ସୋସିଆଲ ନେଟୱାର୍କଂଗ ଏକ୍ସରେ ଏକ ପୋଷ୍ଟରେ କହିଛି ଯେ, ଏହି ସମସ୍ୟା ଅନେକ ମାଇକ୍ରୋସଫ୍ଟ ୩୬୫ ସର୍ଭିସେଜ ଏବଂ ଫିଚରକୁ ପ୍ରଭାବିତ କରୁଛି । ମାଇକ୍ରୋସଫ୍ଟ ୩୬୫ରେ ଆଉଟଲୁକ, ୱାର୍ଡ ଏବଂ ଏକ୍ସେଲ ଭଳି ସାମାନ୍ୟ ପ୍ରଡକ୍ଟ ଆପ୍ଲିକେସନ ସାମିଲ ରହିଛି ।

Get real time updates directly on you device, subscribe now.