fbpx

ୱାୟନାଡ ଭୂସ୍ଖଳନ ପାଇଁ ଆରବ ସାଗର ଦାୟୀ! ବର୍ଦ୍ଧିତ ତାପମାତ୍ରା ଆଣିଦେଲା ଘୋର ବିପଦ, ବୈଜ୍ଞାନିକମାନେ ଭୟାବହତା ପ୍ରତି କଲେ….

ଓଡିଶା ଭାସ୍କର: କେରଳର ୱାୟନାଡରେ ହୋଇଥିବା ଭୂସ୍ଖଳନ ସେଠାର ତାଣ୍ଡବର ଲୀଳା ଲଙ୍ଘି ସାରିଛି । ଏହି ଘଟଣା କେଇ ମିନିଟ ମଧ୍ୟରେ ଦେଶକୁ ସ୍ତବ୍ଧ କରି ଦେଇଛି । ଆକଳନ ଅନୁସାରେ, ପ୍ରାୟ ୧୬୩ ରୁ ଊର୍ଦ୍ଧ୍ୱ ଲୋକ ଏଥିରେ ପ୍ରାଣ ହରାଇ ସାରିଛନ୍ତି । ତେବେ ଆପଣ ଜାଣିଛନ୍ତି, ଏହି ୱାୟାନାଡ ଭୂସ୍ଖଳନ ପାଇଁ ଆରବ ସାଗର ଦାୟୀ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏ କଥାଟି ସମ୍ପୂର୍ଣ୍ଣରୂପେ ସତ ।

ଆରବ ସାଗରରେ ବଢୁଥିବା ତାପମାତ୍ରା ହିଁ ଏହି ଭୂସ୍ଖଳନକୁ ଆମନ୍ତ୍ରିତ କଲା । ଯେଉଁଥିରେ ଅକାଳରେ ଶହ ଶହ ଜୀବନ ମଉଳି ମାଟିରେ ମିଶିଗଲା । ଭାରି ବର୍ଷା କାରଣରୁ ଏହି ଭୂସ୍ଖଳନ ହୋଇଥିଲା । ଏଥିରେ ମୃତ୍ୟୁୁ ରଚିଥିଲା ତାଣ୍ଡବ ଲୀଳା ଓ ଅନେକ ଲୋକ ଗୁରୁତର ମଧ୍ୟ ହୋଇ ଚିକିତ୍ସିତ ହେଉଛନ୍ତି । ବୃକ୍ଷ ତଳେ ଶୋଇଗଲା, ଘର ଉଜୁଡିଗଲା ଏହି ଭୂସ୍ଖଳନ ପାଇଁ । ଏହାବାଦ ମାନବ ଜାତିରେ ଅନେକ ଅମୂଲ୍ୟ ଜୀବନ ଅକାଳରେ ମାଟିରେ ଚିରଦିନ ପାଇଁ ଚିରନିଦ୍ରାରେ ଶୋଇଗଲା ।

ବିଶେଷଜ୍ଞଙ୍କ କହିବାନୁସାରେ, ଆରବସାଗରରେ ବର୍ଦ୍ଧିତ ତାପମାତ୍ରା କାରଣରୁ କେରଳରେ ପ୍ରବଳ ବର୍ଷା ହୋଇଥିଲା । ସେଠାରେ ତାପମାତ୍ରା ବଢିଥିବାରୁ ଆକାଶରେ ବାଦଲ ତିଆରି ହୋଇ ତାହା ବର୍ଷାର କାରଣ ସାଜୁଛି । ଏହି ବର୍ଷା ହିଁ ଭୂସ୍ଖଳନକୁ ଡାକିଛି । ଏଭଳି ପରିସ୍ଥିତିରେ ବୈଜ୍ଞାନିକମାନେ ମଧ୍ୟ ସ୍ଥାନୀୟ ଲୋକଙ୍କୁ ଭୂସ୍ଖଳନରୁ ରକ୍ଷା ପାଇବା ଭଳି ସ୍ଥାନର ବ୍ୟବସ୍ଥା କରିବା ପାଇଁ ସତର୍କ କରାଇଛନ୍ତି ।କୋଚିନ ବାୟୁମଣ୍ଡଳୀୟ ରାଡାର ଅନୁସନ୍ଧାନ ଆଧୁନିକ କେନ୍ଦ୍ରର ନିର୍ଦ୍ଦେଶକ ଏସ ଅଭିଳାଷ କହିଛନ୍ତି ଯେ ମୌସୁମୀୟ ଅପତଟୀୟ ନିମ୍ନ କ୍ଷେତ୍ର କାପଣରୁ ୱାୟନାଡ, କାଲୀକଟ, କାସରଗୋଡ, କନ୍ନୁର ତଥା ମଲ୍ଲପୁରମ ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି । ଯାହା ଫଳରେ ଗତ ଦୁଇ ସପ୍ତାହରୁ ପୁରା କୋଙ୍କଣ କ୍ଷେତ୍ର ପ୍ରଭାବିତ ହୋଇଛି ।

Get real time updates directly on you device, subscribe now.