fbpx

ହମାସକୁ ମିଳିଲା ନୂଆ ମୁଖ୍ୟ! ଇସ୍ରାଏଲକୁ ‘ଚକମା’ ଦେବା ପାଇଁ ଖାଲିଦ ମେଶାଲ ଗ୍ରହଣ କଲେ ଦାୟିତ୍ୱଭାର

ନୂଆଦିଲ୍ଲୀ: ଚରମପନ୍ଥୀ ସଂଗଠନ ହମାସକୁ ନିଜର ନୂଆ ଚିଫ ବା ମୁଖ୍ୟ ମିଳିବା ଖବର ସାମ୍ନାକୁ ଆସିଛି । ଖାଲିଦ ମେଶାଲ ହମାସର ନୂଆ ମୁଖ୍ୟ ଭାବେ ଦାୟିତ୍ୱଭାର ଗ୍ରହଣ କରିଛନ୍ତି । ହମାସ ମୁଖ୍ୟ ଇସ୍ମାଇଲ ହାନିଆଙ୍କୁ ବୁଧବାର ଦିନ ଇରାନର ରାଜଧାନୀ ତେହରାନରେ ହତ୍ୟା କରାଯାଇଛି । ଏନେଇ ପୂର୍ବ ମଧ୍ୟଭାଗରେ ଆନ୍ଦୋଳନ ଜାରି ରହିଛି । ଇରାନର ସୁପ୍ରିମ ଲିଡର ଅୟାତୁଲ୍ଲାହ ଅଲି ଖାମନେଇ ଇତ୍ସାଏଲ ଉପରେ ଆକ୍ରମଣ କରିବାର ନିର୍ଦ୍ଦେଶ ଦେଇଛନ୍ତି । ଇରାନ ନିଜ ଦେଶରେ ହୋଇଥିବା ଏହି ହତ୍ୟାକୁ ନେଇ କ୍ରୋଧିତ ହୋଇଛି ।

ସମାଚାର ଏଜେନ୍ସି ରଏଟର୍ସ ମୁତାବକ, ଇତ୍ସାଏଲ ୧୯୯୭ରେ ଜାର୍ଡନର ରାଜଧାନୀ ଅମ୍ମାନରେ ଖାଲିଦ ମେଶାଲଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲା, ହେଲେ ଏଥିରେ ସେ ସଫଳ ହୋଇପାରିନଥିଲା । ଇସ୍ରାଏଲ ଏଜେଣ୍ଟସ ତାଙ୍କୁ ବିଷାକ୍ତ ଇଞ୍ଜେକସନ ଲଗାଇଥିଲା । ହେଲେ ତାଙ୍କ ଜୀବନ ବଞ୍ଚିଯାଇଥିଲା । ଏହାପରେ ସାରା ଦୁନିଆରେ ଖାଲିଦ ମେଶାଲ ଚର୍ଚ୍ଚାରେ ରହିଥିଲେ । ସେହି ସମୟରେ ଖାଲିଦ ମେଶାଲଙ୍କୁ ହତ୍ୟା କରାଯିବାର ଉଦ୍ୟମକୁ ନେଇ ଜାର୍ଡନର ରାଜା ହୁସେନ ଇସ୍ରାଏଲ ଉପରେ କ୍ରୋଧ ପ୍ରକାଶ କରିଥିଲେ । ସେ ହତ୍ୟା କରିବାକୁ ଉଦ୍ୟମ କରିଥିବା ହତ୍ୟାକାରୀଙ୍କୁ ଫାଶୀ ଦେବା ପାଇଁ ଘୋଷଣା କରିଥିଲେ ।

Get real time updates directly on you device, subscribe now.