fbpx

ଅଗଷ୍ଟର ପ୍ରଥମ ଦିନ ମହାଦେବ ଭକ୍ତଙ୍କ ପାଇଁ ଖାସ, ଏହି ରାଶିମାନଙ୍କ ଉପରେ ବର୍ଷିବ ଶିବଙ୍କ କୃପା

ଓଡ଼ିଶା ଭାସ୍କର: ଧାର୍ମିକ ଦୃଷ୍ଟିକୋଣରୁ ଅଗଷ୍ଟ ମାସ ବହୁତ ଶୁଭ ରହିବ । କାରଣ ଏହି ମାସରେ ଅନେକ ବିଶେଷ ପର୍ବ-ପର୍ବାଣୀ ଲାଗିରହିବ । ଯାହାର ଆରମ୍ଭ ଆଜି ୧ ଅଗଷ୍ଟ ୨୦୨୪ ରୁ ହୋଇସାରିଛି । ଆଜି ଅର୍ଥାତ ୧ ଅଗଷ୍ଟରେ ଅନେକ ରାଶିମାନଙ୍କ ଉପରେ ଶିବଙ୍କ କୃପା ବର୍ଷିବାକୁ ଯାଉଛି । କାରଣ ଆଜି ଶ୍ରାବଣ ମାସର ପ୍ରଥମ ପ୍ରଦୋଷ ବ୍ରତ, ଯାହା ଭଗବାନ ଶିବଙ୍କ ପ୍ରିୟ ଦିନ ବୋଲି କୁହାଯାଉଛି । ସେହିପରି ଗୁରୁବାର ଦିନ ଏହାର ଶୁଭ ଆହୁରି ବଢିଯାଇଥାଏ ।

ଏଥିପାଇଁ ଆଜି ଭଗବାନ ଶିବଙ୍କ ପୂଜା, ବ୍ରତ ଏବଂ ଜଳାଭିଷେକ ଆଦି ଆବଶ୍ୟକ । ଏହି କାର୍ଯ୍ୟରେ ଶିବ ନିଜ ଭକ୍ତଙ୍କ ପାଇଁ ଖୁବ ପ୍ରସନ୍ନ ହୁଅନ୍ତି, ଏବଂ ଆଶୀର୍ବାଦ ଦିଅନ୍ତି । ଆସନ୍ତୁ ଜାଣିବା କେଉଁ ରାଶିମାନଙ୍କ ଉପରେ ଶିବଙ୍କର କୃପା ରହିବ ।

ମେଷ ରାଶି: ମେଷ ରାଶିର ଲୋକେ ଆଜି ଭଗବାନ ଶିବଙ୍କର କୃପା ଲାଭ କରିବେ ଏବଂ ଚାଲୁଥିବା ଆର୍ଥିକ ସମସ୍ୟାରୁ ମଧ୍ୟ ଆପଣଙ୍କୁ ଆଶ୍ୱସ୍ତି ମିଳିବ । ଏହି ସମୟରେ ଅଟକିଥିବା କାର୍ଯ୍ୟ ସଫଳ ହେବ ।

ବୃଷ ରାଶି: ଏହି ଦିନ ବୃଷ ରାଶିର ଲୋକେ ମୌଜ-ମସ୍ତି କରିବେ । ଶିକ୍ଷା, ବିଜନେସ ମ୍ୟାନ, ବ୍ୟବସାୟ ଆଦି ଲାଭ ହେବ । ଆଜି ଏହି ରାଶିର ଲୋକଙ୍କୁ ଅନେକ ଶୁଭ ଖବର ମଧ୍ୟ ମିଳିପାରେ ।

କନ୍ୟା ରାଶି: ଶିବଙ୍କ କୃପାରେ ଅଟକିଥିବା ଯୋଜନାମାନ ବର୍ତ୍ତମାନ ପୂରା ହେବ । ବ୍ୟବସାୟରେ ଅଧିକ ଲାଭ ହେବ ଏବଂ ଅନେକ ଅଟକିଥିବା କାର୍ଯ୍ୟ ପୂରଣ ହେବାର ସମ୍ଭାବନା ରହିଛି ।

ବିଛା ରାଶି: ଏହି ରାଶିର ଲୋକଙ୍କର ଏକ ବଡ଼ କାର୍ଯ୍ୟ ଆଜି ଶିବଙ୍କ କୃପାରେ ସଂପନ୍ନ ହୋଇପାରେ । ଚାକିରି-ବ୍ୟବସାୟରେ ଉନ୍ନତି ହେବ ଏବଂ ଅନେକ ବଡ଼ ପଦବୀ ମିଳିବ ।

ମକର ରାଶି: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିବ । ପ୍ରେମ ପ୍ରସଙ୍ଗରେ ମଧୁରତା ବଢିବ । ଶିବଙ୍କ ଆଶୀର୍ବାଦରେ ବେରୋଜଗାରୀଙ୍‌କୁ ରୋଜଗାର ପ୍ରାପ୍ତ ହେବ ଏବଂ ଧନ ସଂପତ୍ତି ସହ ଜଡିତ ସମସ୍ୟା ମଧ୍ୟ ଦୂର ହେବ ।

Get real time updates directly on you device, subscribe now.