fbpx

ପ୍ୟାରିସ ଅଲିମ୍ପିକ୍ସ: ଷଷ୍ଠ ଦିବସରେ ବ୍ରୋଞ୍ଜ ପଦକ ଜିତିଲା ଭାରତ, ଶୁଟିଂରେ ଦେଶ ପାଇଁ ଗୌରବ ଆଣିଲେ ସ୍ୱପ୍ନିଲ କୁସାଲେ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଆଜି ଷଷ୍ଠ ଦିବସରେ ଭାରତ ପାଇଁ ଶୁଟିଂରୁ ଆସିଛି ଏକ ବଡ଼ ଶୁଭ ଖବର । ପୁରୁଷ ୫୦ ମିଟର ରାଇଫଲ ୩ ପୋଜିସନ୍ସ ଫାଇନାଲରେ ସ୍ୱପ୍ନିଲ କୁସାଲେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏହି ପ୍ରତିଯୋଗିତା ଆରମ୍ଭରୁ ସ୍ୱପ୍ନିଲ ଯଥାକ୍ରମେ ଷଷ୍ଠ, ପଞ୍ଚମ, ଚତୁର୍ଥ ସ୍ଥାନରେ ରହି ତା’ପରେ ତୃତୀୟ ସ୍ଥାନକୁ ଆସିଥିଲେ । ଏହା ପୂର୍ବରୁ ଭାରତ ଦୁଇଟି ପଦକ ଜିତିଥିବା ବେଳେ ଏହା ମଧ୍ୟରେ ମୋଟ ଅଲିମ୍ପିକ୍ସ ପଦକ ସଂଖ୍ୟା ୩ରେ ପହଞ୍ଚି ଯାଇଛି । ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମନୁ ଭାକର ବ୍ରୋଞ୍ଜ ଜିତିଥିବା ବେଳେ ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ମନୁ ଭାକର-ସରବଜୋତ ସିଂହ ବ୍ରୋଞ୍ଜ ମେଡାଲ ଜିତିଥିଲେ ।

ପ୍ୟାରିସ ଅଲିମ୍ପିକ୍ସର ଷଷ୍ଠ ଦିବସରେ ବ୍ରୋଞ୍ଜ ପଦକ ଜିତି ସ୍ୱପ୍ନିଲ କୁସାଲେ ଇତିହାସ ରଚିଛନ୍ତି । ସ୍ୱପ୍ନିଲ ଶୁଟିଂର ମେନ୍ସ ୫୦ ମିଟର ରାଇଫଲ ଥ୍ରୀ ପୋଜିସନରେ ବ୍ରୋଞ୍ଜ ହାସଲ କରିଛନ୍ତି । ପ୍ରଥମ ଥର କୌଣସି ଭାରତୀୟ ଶୁଟର ଅଲିମ୍ପିକ୍ସରେ ୫୦ ମିଟର ରାଇଫଲ ଥ୍ରୀ ପୋଜିସନରେ ପଦକ ହାସଲ କରିଛନ୍ତି । ଏହା ଚଳିତ ଅଲିମ୍ପିକ୍ସରେ ଭାରତର ତୃତୀୟ ପଦକ । ଏହା ପୂର୍ବରୁ ମଧ୍ୟ ଭାରତ ଶୁଟିଂରେ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିଲା । ସ୍ୱପ୍ନିଲ ମୋଟ ୪୫୧.୪ ଅଙ୍କ ହାସଲ କରିଥିଲେ ।

Get real time updates directly on you device, subscribe now.