fbpx

ସ୍ତ୍ରୀକୁ ୩୩ ଥର ଛୁରୀ ଭୂଷି ବୀଭତ୍ସ ହତ୍ୟା ମାମଲା: ହତ୍ୟାକାରୀ ସ୍ୱାମୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ ଅଦାଲତ

ଭୁବନେଶ୍ୱର: ସ୍ତ୍ରୀକୁ ନିର୍ମମ ହତ୍ୟା ମାମଲାରେ ସ୍ୱାମୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ ଅତିିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଦ୍ୱିତୀୟ । ମୃତ୍ୟୁ ଦଣ୍ଡାଦେଶ ପରେ ପେନ୍ ଭାଙ୍ଗିଥିଲେ ଜଜ୍ । ସର୍ବନିମ୍ନ ଦଣ୍ଡାଦେଶ ପାଇଁ ଯୁକ୍ତି କରିଥିଲେ ଅଭିଯୁକ୍ତଙ୍କ ଓକିଲ କିନ୍ତୁ ଅପରାଧର ଗମ୍ଭୀରତା ବିଚାର କରିବା ପାଇଁ ଯୁକ୍ତି କରିଥିଲେ ସରକାରୀ ଓକିଲ ।

ସୂଚନାରୁ ପ୍ରକାଶ ୨୦୨୨ ମସିହା ଜୁନ୍ ୯ରେ ଭୁବନେଶ୍ୱର ଭରତପୁର ଅଞ୍ଚଳରେ ଏକ ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏହି ଅଞ୍ଚଳରେ ସଞ୍ଜିତ ଦାସ ନିଜ ସ୍ତ୍ରୀ ଓ ୬ ବର୍ଷର ଝିଅ ସହ ବସବାସ କରୁଥିଲେ । ନିଶା ପାଇଁ ନିଜ ସ୍ତ୍ରୀକୁ ନିର୍ମମ ଭାବେ ୩୩ ଥର ଛୁରୀ ଭୂଷି ହତ୍ୟା କରିଥିଲେ । ଏହା ପରେ ସେ ତାଙ୍କ ଝିଅର ତଣ୍ଟି କାଟି ମାରିଦେବାକୁ ଉଦ୍ୟମ କରିଥିଲେ କିନ୍ତୁ ସୌଭାଗ୍ୟବଶତଃ ସେ ବଞ୍ଚିଯାଇଥିଲେ । ଛୋଟ ଝିଅକୁ ଜୀବନ ଫେରି ପାଇବାକୁ ପ୍ରାୟ ୩ ମାସ ସମୟ ଲାଗିଥିଲା । ଏହା ପରେ ଭରତପୁର ଥାନା ପୋଲିସ ଅଭିଯୁକ୍ତ ସଞ୍ଜିତ ଦାସଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ମୃତ ସ୍ତ୍ରୀଙ୍କ ନାଁ ହେଉଛି ସରସ୍ୱତୀ ଦାସ । ବର୍ତ୍ତମାନ ଭୁବନେଶ୍ୱର ଏଡିଜେ ୨ ଅଦାଲତ ମାମଲାର ଶୁଣାଣି କରି ଅଭିଯୁକ୍ତ ସ୍ୱାମୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ଅଭିଯୁକ୍ତ ଜଣଙ୍କ ନିଜ ସ୍ତ୍ରୀକୁ ହତ୍ୟା କରିନାହିଁ ବରଂ ଜଣେ କୋମଳ ଶିଶୁଙ୍କ ଠାରୁ ତାଙ୍କ ମାଆ ଛଡ଼ାଇ ନେଇଛି । ତେଣୁ ତାଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ । ଭାରତୀୟ ଆଇନ୍ ଅନୁସାରେ ତାଙ୍କୁ କୋର୍ଟ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ କରୁଛନ୍ତି ବୋଲି କୋର୍ଟ ନିଜ ରାୟରେ କହିଛନ୍ତି ।

 

Get real time updates directly on you device, subscribe now.