fbpx

ଅପରେସନ ଥିଏଟରରୁ ବାହାରିଲା ବିଷାକ୍ତ ସାପ, ଆଉ ତାପରେ ଯାହା ହେଲା..

ମହାରାଷ୍ଟ୍ର, ୨୪ା୬: ପ୍ରାୟ ଅପରାହ୍ନ ୨ଟା ସମୟ ହେବ ଏକ ସରକାରୀ ହସ୍ପିଟାଲରେ ଜଣେ ମହିଳାଙ୍କ ଅସ୍ତ୍ରୋପଚାର କରିବା ନେଇ ସମସ୍ତ ପ୍ରସ୍ତୁତି ସରିଥିଲା । ଠିକ ସେତିକି ବେଳେ ଅପରେସନ ଥିଏଟରରେ ଉପସ୍ଥିତ ଥିବା ଡାକ୍ତର ଏକ କୋଣରେ ଏକ ବିଷାକ୍ତ ସାପ ଦେଖିଥିଲେ । ଏହାପରେ ସମସ୍ତେ ଡ଼ରି ଦୌଡ଼ିବା ଆରମ୍ଭ କରିଦେଇଥିଲେ । ଏହିପରି ଆଶ୍ଚର୍ଯ୍ୟକର ଘଟଣା ମହାରାଷ୍ଟ୍ରର ନନ୍ଦୁରବର ଜିଲ୍ଲାର ସରକାରୀ ଡାକ୍ତରଖାନାରେ ଘଟିଛି ।

ସାପକୁ ଦେଖି ସବୁ ଡାକ୍ତରମାନେ ପଳେଇଯାଉଥିଲେ ସେହି ସମୟରେ ନନ୍ଦୁରବର ପୋଲିସ କର୍ମଚାରୀ ବିଶାଲ ନାଗ୍ରେ ସାହସ ଦେଖାଇଥିଲେ । ବିଶାଲ ଦୀର୍ଘ ସମୟ ଧରିସାପ ସାମ୍ନାରେ ଏକ ଖାଲି ବାକ୍ସ ଧରି ଠିଆ ହେଲେ । ଯେମିତି ମଉକା ମିଳିଥିଲା ତାପରେ ସେ ଡ଼ବାକୁ ସାପର ମୁଣ୍ଡ ଉପରେ ରଖିଦେଲେ । ପରେ ସାପଟି ସେହି ଡ଼ବା ଭିତରକୁ ପଶିଗଲା । ଅପରେସନ ସମୟରେ ବାହାରୁ ଆସିଥିବା ଏହି ସାପକୁ ଧରିବା ପରେ ପୋଲିସ ବିଶାଲଙ୍କ ସମସ୍ତେ ପ୍ରଶଂସା କରିଥିଲେ ।

Get real time updates directly on you device, subscribe now.