fbpx

ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡ଼ପ ମଣ୍ଡପ ବିଜେ ଆରମ୍ଭ

ପୁରୀ, ୨୪ା୬(ଓଡ଼ିଶା ଭାସ୍କର): ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡ଼ପ ମଣ୍ଡପ ବିଜେ ଆରମ୍ଭ ହୋଇଛି । ପହଣ୍ଡି ଆରମ୍ଭ ହୋଇ ଶ୍ରୀ ମଦନ ମୋହନ ଓ ରାମକୃଷ୍ଣଙ୍କ ଗୋଟି ପହଣ୍ଡି ଶେଷ ହୋଇଛି । ଗୋଟି ପହଣ୍ଡିରେ ଜନ୍ମବେଦିକୁ ଯାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଏହାପରେ ପରେ ସୁଦର୍ଶନ ମହାପ୍ରଭୁଙ୍କ ଗୋଟି ପହଣ୍ଡି ଆରମ୍ଭ ହୋଇଥିବା ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ ଯେ ବହୁ ବାଦବିବାଦ ପରେ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଅନୁମତି ମିଳିଥିଲା । କଟକଣା ଓ ବିନା ଭକ୍ତରେ ଗତକାଲି ଶରଧାବାଲିରେ ତିନିଠାକୁରଙ୍କ ରଥ ଆସି ଲାଗିଥିଲା । ସେବାୟତ ଓ ପୋଲିସଙ୍କ ସାହାଯ୍ୟରେ ରଥଟଣା ହୋଇଥିଲା ।

Get real time updates directly on you device, subscribe now.