fbpx

(Video) ଜଳୁଛି ଏକ୍ସପ୍ରେସ ଟ୍ରେନ୍, ଷ୍ଟେସନରେ ଠିଆ ଠିଆ ଜଳିଗଲା ଗାଡ଼ି: ଖେଳିଗଲା ଆତଙ୍କ

ନୂଆଦିଲ୍ଲୀ: ଷ୍ଟେସନରେ ଠିଆ ହୋଇଥିବା ବେଳେ ଅଚାନକ ଟ୍ରେନରେ ଲାଗିଯାଇଛି ଭୟଙ୍କର ଅଗ୍ନିକାଣ୍ଡ । ଅନେକ ସମୟରେ ଭାରତୀୟ ରେଲୱେ ବିଭିନ୍ନ ଦୁର୍ଘଟଣାର ଶିକାର ହେଉଛି । କିଛି ଦିନ ପୂର୍ବରୁ ଟ୍ରେନ ଲେଉଟିଥିଲା ବେଳେ ଏବେ ଟ୍ରେନ୍ରେ ନିଆଁ ଲାଗି ଯାଇଛି । ଏମିତି କିଛି ଭୟାନକ ଦୃଶ୍ୟ ଦେଖିବାକୁ ମିଳିଛି ବିଶାଖାପାଟନମ ରେଲୱେ ଷ୍ଟେସନରେ । ଏକ୍ସପ୍ରେସ ଟ୍ରେନର ୩ଟି ବଗିରେ ଲାଗି ଯାଇଛି ନିଆଁ ।

ସୂଚନା ମୁତାବିକ କୋରବା ଏକ୍ସପ୍ରେସ ବିଶାଖାପାଟନମରେ ଲାଗିବା ବରେ ସେହିଠାରୁ ତିରୁମାଲା ଯାଇଥାନ୍ତା । କିଛି ସମୟରେ ହଲ୍ଟ କରିଥିଲା ଟ୍ରେନ୍ । ଯାତ୍ରୀ ମାନେ ଷ୍ଟେସନରେ ଓହ୍ଲାଇ ପାଣି ଭରୁତିିଲେ ବୋତଲରେ । ଆଉ ଏତିକି ବେଳେ ଶୁଭିଲା ଆରେ ଓହ୍ଲେଇପଡ଼ ଟ୍ରେନରେ ନିଆଁ ଲାଗିଗଲା । ଯାହା ପରେ ଜୀବନ ବିକଳରେ ଟ୍ରେନରୁ ଓହ୍ଲେଇ ପଡ଼ିଲେ ଯାତ୍ରୀ ମାନେ ।

ହଠାତ ଟ୍ରେନ୍ରେ ଲାଗିଗଲା ନିଆଁ । କେହି କିଛି ବୁଝି ପାରିଲେ ନାହିଁ ନିଆଁ କେଉଁଠୁ ଲାଗିଲା । ଆଖି ଆଗରେ ହୁତ ହୁତ ହୋଇ ଜଳିଲା ଟ୍ରେନ୍ । ଆଲାର୍ମ ବାଜିବା ପରେ ବିଳକ ହୋଇ ଟ୍ରେନରୁ ସବୁ ଓହ୍ଲାଇ ଦଉଡ଼ିବାକୁ ଲାଗିଲେ ଯାତ୍ରୀ । ଟ୍ରେନରେ ଯାତ୍ରୀ ମାନଙ୍କର ଲଗେଜବି ଜଳିଗଲା । ମୃତ୍ୟୁ ମୁହଁରୁ ଫେରି ଆସିଲେ ଶହ ଶହ ଯାତ୍ରୀ ।

ରେଲୱେ ଅଧିକାରୀଙ୍କ କହିବା ମୁତାବିକ ଟ୍ରେନରେ ନିଆଁ ଲାଗିବା ମାତ୍ରେ ଜିଆରପି ନଗର ପୋଲିସ ଏବଂ ରେଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ବି ୭ କୋଚର ଶୌଚାଳୟରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା । ଏଥିରେ ବି୭ ବଗି ପୁରା ଜଳି ଯାଇଥିବା ବେଳେ ଅନ୍ୟ ଦୁଇଟି ବଗି ଆଂଶିକ କ୍ଷତି ହୋଇଛି । ଯାତ୍ରୀ ମାନଙ୍କୁ ଅନ୍ୟ ଟ୍ରେନ ଯୋଗେ ଯାତ୍ରା କରିବା ପାଇଁ ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.