fbpx

ଚଣ୍ଡିଗଡ଼ରେ ଭବିଷ୍ୟବାଣୀ କଲେ ଅମିତ ଶାହ, ବିରୋଧିକୁ ଦେଲେ କଡ଼ା ଟକ୍କର

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ରବିବାର ଦିନ ଚଣ୍ଡିଗଡ଼ ଗସ୍ତରେ ମାଣୀମାଜ୍ରା ଜଳ ଯୋଗାଣ ପ୍ରକଳ୍ପ ଉଦଘାଟନ କରିଛନ୍ତି । ଏହି ସମୟରେ ସେ ଜନସଭାକୁ ସମ୍ବୋଧିତ କରି ଦାବି କରିଛନ୍ତି ଯେ, ୨୦୨୯ରେ ମଧ୍ୟ ଏନଡିଏ ସରକାର ଗଠନ କରିବ । ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ଏନଡିଏ ସରକାର ନିଜ କାର୍ଯ୍ୟକାଳ ପୁରଣ କରିବା ସହ ଆଗାମୀ କାର୍ଯ୍ୟକାଳ ଏହି ସରକାରର ହେବ । ଏହି ସମୟରେ ସେ କଂଗ୍ରେସ ଉପରେ ବର୍ଷିଛନ୍ତି ।

ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ବିଜେପି ୨୦୨୪ର ଲୋକସଭା ନିର୍ବାଚନରେ କଂଗ୍ରେସକୁ ତିନୋଟି ନିର୍ବାଚନରୁ ମିଳିଥିବା ସିଟରୁ ଅଧିକ ଜିତିଛନ୍ତି । ବିରୋଧୀଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ, ଇଣ୍ଡିଆ ମେଣ୍ଟ ଅସ୍ଥିରତା କରିବାକୁ ଚାହୁଁଛି, ତାଙ୍କୁ ବିପକ୍ଷରେ ରହି କାମ କରିବାକୁ ଶିଖିବାକୁ ପଡିବ । ଏହି ଲୋକମାନେ ବାରମ୍ବାର କୁହନ୍ତି ଯେ, ଏହି ସରକାର ଚାଲିବ ନାହିଁ । ମୁଁ ସେମାନଙ୍କୁ ଆଶ୍ୱସ୍ତି ଦେବାକୁ ଆସିଛି ଯେ, ସରକାର ନିଜ କାର୍ଯ୍ୟକାଳ ପୂରା କରିବା ସହ ଆଗାମୀ ନିର୍ବାଚନରେ ପୁଣି ସରକାର ଗଠନ କରିବେ ।

https://x.com/AmitShah/status/1820001511285707039?t=qrS36gt7tsnqL1UI7PbbKg&s=19

Get real time updates directly on you device, subscribe now.