fbpx

ଭାରତ ସରକାରଙ୍କ ନୂଆ ଜିଏସଟି କାଉନସିଲ ଗଠନ:କେନ୍ଦ୍ର ଜିଏସଟି ପରିଷଦର ସଦସ୍ୟ ହେଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ହେଲେ କେନ୍ଦ୍ର ଜିଏସଟି ପରିଷଦର ସଦସ୍ୟ । ଭାରତ ସରକାରଙ୍କ ଅଧୀନରେ ଏକ ନୂଆ ଜିଏସଟି କାଉନ୍ସିଲ ଗଠନ କରାଯାଇଛି । ଏଥିରେ ସମସ୍ତ ରାଜ୍ୟର ମନ୍ତ୍ରୀମାନଙ୍କୁ ସଦସ୍ୟ ଭାବେ ଚୟନ କରାଯାଇଛି ।

ଖବର ଅନୁଯାୟୀ, ଅନ୍ୟ ରାଜ୍ୟର ଅର୍ଥ ମନ୍ତ୍ରୀମାନେ ଏହି ପରିଷଦର ସଦସ୍ୟ ହୋଇଥିବାବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ନାମକୁ ଏହି ପରିଷଦ ସଦସ୍ୟ ନିମନ୍ତେ ମନୋନୀତ କରିଛନ୍ତି ।

ସେହିପରି ଦିଲ୍ଲୀ ଅର୍ଥମନ୍ତ୍ରୀ ଆତିଶ ମାରଲେନା, ଆସାମ ଅର୍ଥମନ୍ତ୍ରୀ ଅଜନ୍ତା ନିଓଗ, ଆନ୍ଧ୍ରପ୍ରଦେଶ ଅର୍ଥମନ୍ତ୍ରୀ ପାୟଭଲୁ କେଶବ ଓ ତାମିଲନାଡୁ ଅର୍ଥମନ୍ତ୍ରୀ ଥାଙ୍ଗମ ଥେନାରସୁ, ହରିୟାଣା ଅର୍ଥମନ୍ତ୍ରୀ ଜୟପ୍ରକାଶ ପଟେଲ, ଛତିଶଗଡ଼ ଅର୍ଥମନ୍ତ୍ରୀ ଓପି ଚୌଧୁରୀ ଜିଏସଟି ପରିଷଦର ସମସ୍ୟ ଥିଲାବେଳେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର ଏହି ଜିଏସଟି ପରିଷଦର ଆବାହକ ରହିଛନ୍ତି ।

Get real time updates directly on you device, subscribe now.