fbpx

କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ସୁଯୋଗ: ଯୋଗ୍ୟ ପ୍ରାର୍ଥୀଙ୍କୁ ଓଡ଼ିଶାରେ ଦିଆଯିବ ପୋଷ୍ଟିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସରକାରୀ ଚାକିରି ସନ୍ଧାନରେ ରହିଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ଯୋଗ୍ୟ ପ୍ରାର୍ଥୀମାନେ ଶ୍ରୀ ସଦାଶିବ କମ୍ପ୍ୟାସ ପୁରୀ, ଓଡ଼ିଶାରେ ପୋଷ୍ଟିଂ ପାଇବେ । ଆସନ୍ତା ୧୨ ତାରିଖ ଦିନ ୧୧ଟା ସମୟରେ ସାକ୍ଷାତକାର ନିଆଯିବ । ରାଜନୀତି ବିଜ୍ଞାନ, ହିନ୍ଦି ଓ ଭୂଗୋଳ ବିଷୟରେ ଅତିଥି ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯିବ । ସମସ୍ତ ବିଷୟ ପାଇଁ ୧ଟି ଲେଖାଏଁ ପଦ ଖାଲି ରହିଛି । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନିୟମ ଅନୁସାରେ ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଧାର୍ଯ୍ୟ ହେବ । ଏ ବାବଦରେ ଅଧିକ ଜାଣିବା ପାଇଁ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍ https://www.csu-puri.edu.in/କୁ ପରିଦର୍ଶନ କରି ସବିଶେଷ ତଥ୍ୟ ପାଇ ପାରିବେ ।

Get real time updates directly on you device, subscribe now.