fbpx

ସ୍ୱର୍ଣ୍ଣ ସ୍ୱପ୍ନ ହେଲା ଧୂଳିସାତ, ଘମାଘୋଟ ଲଢେଇରେ ବାଜି ମାରିନେଲା ଜର୍ମାନୀ, କାଂସ୍ୟ ପଦକ ପାଇଁ ସ୍ପେନ ସହ ଲଢିବ ଭାରତୀୟ ହକି ଦଳ

ଓଡିଶା ଭାସ୍କର:ପ୍ୟାରିସରେ ଭାରତର ସ୍ୱର୍ଣ୍ଣ ସ୍ୱପ୍ନ ଧୂଳିସାତ ହୋଇଛି । ଭାରତ ୨-୩ ଗୋଲରେ ଜର୍ମାନୀଠୁ ପରାସ୍ତ ହୋଇଛି । ରୋମାଞ୍ଚକର ମୁକାବିଲାରେ ଟୋକିଓର ମଧୁର ପ୍ରତିଶୋଧ ନେଇଛି ଜର୍ମାନୀ ହକି ଦଳ । ଏହାସହ ୪୪ ବର୍ଷ ପରେ ସ୍ୱର୍ଣ୍ଣ ଜିତିବାର ସ୍ୱପ୍ନ ମଧ୍ୟ ପାଣି ଫୋଟକା ଭଳି ଭାଙ୍ଗିଯାଇଛି । ଏହି ସେମିଫାଇନାଲ ମ୍ୟାଚରେ ସାରା ବିଶ୍ୱ ଦେଖିଥିଲା ହକିରେ ରୋମାଞ୍ଚର ସମସ୍ତ ସୀମା । ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା ।

ମ୍ୟାଚର ପ୍ରଥମ କ୍ୱାର୍ଟରରେ ଭାରତ ୧-୦ ଗୋଲରେ ଅଗ୍ରଣୀ ହାସଲ କରିଥିଲା । ମାତ୍ର ଦ୍ୱିତୀୟ କ୍ୱାର୍ଟରରେ ଜର୍ମାନୀ ଅସାଧାରଣ ପ୍ରଦର୍ଶନ କରି ଏହାକୁ ବରାବର ସ୍ଥିତିକୁ ନେଇ ଆସିଯାଇଥିଲା । ଭାରତୀୟ ଦଳକୁ ମଧ୍ୟ ମ୍ୟାଚରେ ଅନେକ ପେନଲ୍ଟି କର୍ଣ୍ଣର ମିଳିଥିଲା । କିନ୍ତୁ, ଦଳ ଏହାକୁ ଗୋଲରେ ପରିଣତ କରିବାରେ ବିଫଳ ହେଉଥିଲା । ତୃତୀୟ କ୍ୱାର୍ଟର ଯାଏଁ ମ୍ୟାଚ ୨-୨ ସ୍ଥିତିରେ ରହିଥିଲା । ମାତ୍ର ଚତୁର୍ଥ କ୍ୱାର୍ଟରେ ଜର୍ମାନୀର ଆକ୍ରମଣାତ୍ମକ ଖେଳ ସାମ୍ନାରେ ଘାଇଲା ହୋଇଗଲା ଭାରତ । ଜର୍ମାନୀ ଗୋଲ କରି ୩-୨ ଗୋଲ ବ୍ୟାବଧାନନରେ ବିଜୟୀ ହୋଇ ଫାଇନାଲକୁ ଚାଲିଗଲା । ଏହାସହ ୧୪୦ କୋଟି ଭାରତୀୟଙ୍କ ସ୍ୱପ୍ନ କ୍ଷଣକରେ ଚୂରମାର ହୋଇ ଯାଇଥିଲା । ୧୯୮୦ ମସିହା ପରେ ଭାରତ ହକିରେ ସ୍ୱର୍ଣ୍ଣ ଜିତିବ ବୋଲି ଭାବୁଥିଲେ ଭାରତୀୟ ପ୍ରଶଂସକ । ମାତ୍ର ତାହା ପୂରଣ ହୋଇ ନି ।

ପ୍ୟାରିସରେ ସେମିଫାଇନାଲ ପରାସ୍ତ ପରେ ଭାରତୀୟ ପ୍ରଶଂସକ କାନ୍ଦିବା ସହ ଭାରତୀୟ ହକି ଦଳର ତାରକା ମଧ୍ୟ କୋହଭରା କଣ୍ଠରେ ଭାବବିହ୍ୱଳ ହୋଇଥିଲେ । ସେମିଫାଇନାଲ ପରାସ୍ତ ପରେ ଭାରତୀୟ ଦଳ ଏବେ କାଂସ୍ୟ ଲଢେଇରେ ସ୍ପେନ ସହ ମୁକାବିଲା କରିବ । ଏହାକୁ ଜିତି ଦଳ ପୋଡିୟମରେ ପ୍ୟାରିସ ଅଲିମ୍ପିକ୍ସ ଶେଷ କରିବାକୁ ଚାହିଁବ ।

Get real time updates directly on you device, subscribe now.