fbpx

ଖାଲି ପେଟରେ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ନା କ୍ଷତିକାରକ? ଜାଣନ୍ତୁ କଣ କହୁଛନ୍ତି ଏକ୍ସପର୍ଟ

ଓଡ଼ିଶା ଭାସ୍କର: ପାଣି ଆମ ଶରୀର ପାଇଁ ସବୁଠାରୁ ଆବଶ୍ୟକୀୟ ମିନେରାଲ। ଏହାର ଅଭାବ ହେତୁ ଆମ ଶରୀର ଡିହାଇଡ୍ରେସନ ହୋଇଯାଏ ଏବଂ ଆମେ ଅନେକ ରୋଗର ଶିକାର ହୋଇଥାଉ। ଏଭଳି ପରିସ୍ଥିତିରୁ ବଞ୍ଚିବା ପାଇଁ ଶରୀରରେ ପାଣିର ଅଭାବ ନ ହେବା ଆବଶ୍ୟକ। ଅନେକ ଲୋକେ ଏହା ବିଶ୍ୱାସ କରନ୍ତି ଯେ, ସକାଳୁ ଖାଲି ପେଟରେ ପାଣି ପିଇବା ଶରୀରର ପାଇଁ ଭଲ ଏବଂ ଏହା ଅନେକ ରୋଗକୁ ଭଲ କରିଥାଏ। ତେବେ ଆସନ୍ତୁ ଏକ୍ସପର୍ଟଙ୍କ ଠାରୁ ଜାଣିବା ଏହା କେତେ ଭଲ..

ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ: ଯଦି ଆପଣ ସକାଳୁ ଖାଲିପେଟରେ ପାଣି ପିଉଛନ୍ତି ତେବେ ଏହା ଲାଭଦାୟକ ହୋଇଥାଏ, କାରଣ ଆପଣଙ୍କ ମୁହଁରେ ଥିବା ବ୍ୟାକ୍ଟେରିଆ ଆପଣଙ୍କ ଭିତରକୁ ଚାଲିଯାଇଥାଏ। ଏଥିରେ ଆପଣଙ୍କ ଦୁର୍ବଳ ଇମ୍ୟୁନିଟୀ ଶକ୍ତିଶାଳୀ ହୋଇଯାଏ। ଏଥିସହ ଶୌଚ କରିବାରେ ମଧ୍ୟ ସହଜ ହୋଇଥାଏ।

ମଳ ତ୍ୟାଗ କରିବାରେ ସହଜ ହୋଇଥାଏ: ସକାଳେ ଖାଲି ପେଟରେ ପାଣି ପିଇବା ଦ୍ୱାରା ମଳ ତ୍ୟାଗ କରିବାରେ ସହଜ ହୋଇଥାଏ ଏବଂ ଆପଣଙ୍କ ଅନ୍ତ ସ୍ୱସ୍ଥ୍ୟ ମଧ୍ୟ ବଲ ହୋଇଥାଏ।

ତ୍ୱଚାରେ ଚମକ: ଖାଲିପେଟରେ ପାଣି ପିଇବା ଦ୍ୱାରା ଆପଣଙ୍କ ଶରୀରରେ ଜମା ବିଷାକ୍ତ ପଦାର୍ଥ ବାହାରିଯାଇଥାଏ, ଯେଉଁଥିରେ ଆପଣଙ୍କ ତ୍ୱଚାରେ ଚମକ ଆସିଥାଏ।

Get real time updates directly on you device, subscribe now.