fbpx

Bronze ସହ ବିଦାୟ ନେଲେ ଟିମ ଇଣ୍ଡିଆର ‘Deewar’: ହକି ଜଗତରୁ ଶ୍ରୀଜେଶଙ୍କ ଅବସର

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ-୨୦୨୪ରେ ସ୍ପେନକୁ ପରାସ୍ତ କରିଛି ଟିମ ଇଣ୍ଡିଆ । ବ୍ରୋଞ୍ଜ ପଦକ ହାସଲ କରିବା ସହ ଚଳିତ ଅଲିମ୍ପକ୍ସରେ ଶେଷ ହୋଇଛି ଭାରତୀୟ ହକି ଦଳର ଯାତ୍ରା । ଏହାସହିତ ଶେଷ ହୋଇଛି ଗୋଲ୍-କିପର ପି.ଆର ଶ୍ରୀଜେଶଙ୍କ ହକି କ୍ୟାରିୟର । ବ୍ରୋଞ୍ଜ ପଦକ ହାସଲ କରିବା ସହ ହକିରୁ ଅବସର ଗ୍ରହଣ କରିଛନ୍ତି ପି.ଆର ଶ୍ରୀଜେଶ । ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ଏକ ଐତିହାସିକ ବିଜୟ ସହ ଶ୍ରୀଜେଶ ବିଦାୟ ନେଇଛନ୍ତି । ପ୍ୟାରିସ ଅଲିମ୍ପିକ୍ସ-୨୦୨୪ରେ ଭାରତର ଜବରଦସ୍ତ ପ୍ରଦର୍ଶନରେ ପ୍ରମୁଖ ଭୂମିକା ତୁଲାଇଛନ୍ତି ଗୋଲ କିପର ଶ୍ରୀଜେଶ । କ୍ୟାରିୟରର ଶେଷ ଟୁର୍ଣ୍ଣାମେଣ୍ଟରେ ଶ୍ରୀଜେଶ ଭାରତୀୟ ଦଳ ପାଇଁ ଶତ ପ୍ରତିଶତ ଚେଷ୍ଟା ଜାରି ରଖିଥିଲେ । କିନ୍ତୁ ଶେଷରେ ବ୍ରୋଞ୍ଜ ପଦକ ସହିତ ହକିରୁ ଅବସର ନେଇଛନ୍ତି ଭାରତୀୟ ହକିର ‘ଦିୱାର’ ।

ଆଜି ସ୍ପେନ୍ ବିପକ୍ଷରେ ବ୍ରୋଞ୍ଜ ପାଇଁ ଖେଳି ଭାରତ ୨-୧ରେ ବିଜୟୀ ହୋଇଛି । ପ୍ୟାରିୟସ ଅଲିମ୍ପିକ୍ସ-୨୦୨୪ରେ ବ୍ରୋଞ୍ଜ ପଦକ ସହିତ ଟୁର୍ଣ୍ଣାମେଣ୍ଟରେ ଯାତ୍ରା ଶେଷ କରିଛି ଟିମ୍ ଇଣ୍ଡିଆ । ଏହାସହିତ ହକି କ୍ୟାରିୟରରୁ ମଧ୍ୟ ଅବସର ଘୋଷଣା କରିଛନ୍ତି ଦଳର ଷ୍ଟାର ଗୋଲ୍ କିପର । ଏହି ଟୁର୍ଣ୍ଣାମେଣ୍ଟରେ ଟିମ ଇଣ୍ଡିଆର ଦମଦାର ପ୍ରଦର୍ଶନରେ ଶ୍ରୀଜେଶଙ୍କ ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ଦିୱାର ଭଳି ଗୋଲ୍ ପୋଷ୍ଟରେ ରହି ଭାରତକୁ ଅନେକ ଗୋଲରୁ ରକ୍ଷା କରିଛନ୍ତି ଶ୍ରୀଜେଶ । ଶ୍ରୀଜେଶ ଏବଂ ଟିମ ଇଣ୍ଡିଆ ସ୍ୱର୍ଣ୍ଣ ପଦକ ଲକ୍ଷ୍ୟରେ ଖେଳୁଥିବା ବେଳେ ଉଭୟଙ୍କୁ କେବଳ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ସ୍ୱର୍ଣ୍ଣ ଜିତିବାର ଶେଷ ସୁଯୋଗ ହାତଛଡ଼ା ହୋଇଥିଲେ ମଧ୍ୟ ବ୍ରୋଞ୍ଜ ପଦକ ସହିତ ହକିରୁ ବିଦାୟ ନେଇଛନ୍ତି ଶ୍ରୀଜେଶ ।

ଗ୍ରେଟ୍ ବ୍ରିଟେନ୍ ବିପକ୍ଷ କ୍ୱାର୍ଟର ଫାଇନାଲରେ ଶ୍ରୀଜେଶ ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ଏହି ମ୍ୟାଚରେ ଭାରତକୁ ୪୩ ମିନିଟ ପର୍ଯ୍ୟନ୍ତ ୧୦ ଖେଳାଳିଙ୍କ ସହ ଖେଳିବାକୁ ପଡ଼ିଥିଲା । ଡିଫେଣ୍ଡର ଅମିତ ରୋହିଦାସଙ୍କୁ ରେଡ୍ କାର୍ଡ ମିଳିବା ପରେ ତାଙ୍କ ବିନା ସମ୍ପୂର୍ଣ୍ଣ ମ୍ୟାଚ ଖେଳିଥିଲା ଟିମ ଇଣ୍ଡିଆ । ଏହି ମ୍ୟାଚରେ ଶୁଟ-ଆଉଟରେ ୨ଟି ଦମଦାର ଗୋଲ୍ ରକ୍ଷା କରି ଭାରତକୁ ସେମି ଫାଇନାଲରେ ପହଞ୍ଚାଇଥିଲେ ଶ୍ରୀଜେଶ । ଏହାପରେ ଜର୍ମାନୀ ବିପକ୍ଷ ସେମି ଫାଇନାଲରେ ମଧ୍ୟ ସେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ । କିନ୍ତୁ ଏହି ମ୍ୟାଚକୁ ୨-୩ରେ ପରା୍ସତ ହୋଇ ବ୍ରୋଞ୍ଜ ପଦକକୁ ଖସି ଆସିଥିଲା ଟିମ ଇଣ୍ଡିଆ ।

ତେବେ ସ୍ପେନ ବିପକ୍ଷରେ ବ୍ରୋଞ୍ଜ ପଦକ ପାଇଁ ଖେଳି ବିଦାୟ ନେଇଛନ୍ତି ଶ୍ରୀଜେଶ । ଶେଷ ମିନିଟରେ ସ୍ପେନକୁ ଗୋଲ୍ କରିବାରେ ରୋକିବା ସହ ଶ୍ରୀଜେଶ ଭାରତକୁ ଦମଦାର ବିଜୟ ଭେଟି ଦେଇଛନ୍ତି । ଏହାସହିତ ପ୍ୟାରିସ ଅଲିମ୍ପିକ୍ସ-୨୦୨୪ରେ ବ୍ରୋଞ୍ଜ ପଦକ ସହ ହକି କ୍ୟାରିୟରେ ପୂର୍ଣ୍ଣମେଚ୍ଛଦ ପକାଇଛନ୍ତି ଭାରତୀୟ ହକି ଟିମର ‘ଦିୱାର’ ତଥା ଷ୍ଟାର ଗୋଲ୍-କିପର ପି.ଆର ଶ୍ରୀଜେଶ ।

Get real time updates directly on you device, subscribe now.