fbpx

(Video) ଝିଅ ପଦକ ଜିତିପାରିଲାନି ବୋଲି ଏପରି ସାହସ ଦେଲେ ବାପା, ଦେଖନ୍ତୁ ଅଲିମ୍ପିକ୍ସର ଭାଇରାଲ ଭିଡିଓ

ନୂଆଦିଲ୍ଲୀ: ଝିଅ-ପୁଅଙ୍କ ସ୍ୱପ୍ନକୁ ପୁରା କରିବା ପାଇଁ ମାଆ-ବାପା ଅନେକ ପରିଶ୍ରମ କରିଥାଆନ୍ତି। ପିଲାମାନଙ୍କ ସାହସ ନ କମିବା ପାଇଁ ପ୍ରତ୍ୟେକ ମାଆ-ବାପା ଏକ ସାହାରା ପରି ତାଙ୍କ ପଛରେ ଛିଡା ହୁଅନ୍ତି। ସେମାନଙ୍କ ସାହସ ବଢାଇବା ପାଇଁ ସେ ସବୁକିଛି କରନ୍ତି। ଏଭଳି ଏକ ବାପା-ଝିଅଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଝିଅ ଅଲିମ୍ପିକ୍ସରେ ମେଡାଲ ଆଣିବାରେ ବିଫଳ ହୋଇଥିବାରୁ ତାଙ୍କ ବାପା ତାଙ୍କୁ ଆଉଥରେ ଚେଷ୍ଟା କରିବା ପାଇଁ ଏପରି ପ୍ରୋତ୍ସାହିତ କଲେ ଯେଉଁଥିରେ ତାଙ୍କର ସାହସ ଆହୁରି ବଢିଯାଇଥିଲା।

ଭିଡିଓରେ ଦେଖିବାକୁ ମିଳୁଛି ଯେ, ମେଡାଲ ନ ଜିତିପାରିଲେନି ବୋଲି ଝିଅଟି କାନ୍ଦୁଛି। ତାଙ୍କ ବାପା ତାଙ୍କ ପାଖରେ ଛିଡା ହୋଇ କହୁଛନ୍ତି ଯେ, ଏହା ଏକ ଖେଳ, ଏଥିରେ ତୁମକୁ କେବେ ଜିତିବାକୁ ପଡେ ତ କେଉଁ ଦିନ ତୁମକୁ ହାରିବାକୁ ପଡିଥାଏ। କାଲି ତୁମେ ଭଲ କରିଥିଲ। ଏହାପରେ ତାଙ୍କ ବାପା ନିଜ ମୋବାଇଲ ବାହାର କରି ତାଙ୍କ ମେସେଜ ଗୁଡିକ ନିଜ ଝିଅକୁ ଦେଖାଉଛନ୍ତି। ସେ କହୁଛନ୍ତି ଯେ, ଦେଖ, ତୁମକୁ ନେଇ ଆମ ଦେଶ କେତେ ଗର୍ବିତ। ଜଣେ ବ୍ୟକ୍ତି ମୋତେ ମେସେଜ କରି କହିଛନ୍ତି ଯେ, ସାରା ଦେଶକୁ ଆପଣଙ୍କ ଝିଅ ଉପରେ ଗର୍ବ ରହିଛି, ମୋ ଝିଅ ତାଙ୍କୁ ଦେକି ଡାଇଭିଙ୍ଗ ଶିଖିବାକୁ ଚେଷ୍ଟା କରୁଛି। ଆପଣଙ୍କ ଝିଅ ଏକ ସୁପରହିରୋ ଅଟେ। ଦେଖ ତୁମ ପାଇଁ କେତେ ମେସଜ ଆସିଛି। ତୁମେ ତୁମର ବେଷ୍ଟ ଦେଇଛ। ବାପାଙ୍କ ଏହି କଥା ଶୁଣି ଝିଅ କହୁଛି ଯେ, ହଁ ମୁଁ ଜାଣିଛି ଏବଂ ଏହା ମୋ ପାଇଁ ବହୁତ କିଛି। ଏହାପରେ ବାପା ନିଜ ଝିଅକୁ ଆଲିଙ୍ଗନ କରୁଛନ୍ତି।

 

Get real time updates directly on you device, subscribe now.