fbpx

Samsung Galaxy S24ର ଦାମ୍ ୧୨ ହଜାର ଟଙ୍କା ଶସ୍ତା ହେଲା: କମ୍ପାନୀ ତରଫରୁ ବମ୍ପର ଅଫର ଘୋଷଣା

ନୂଆଦିଲ୍ଲୀ: ସ୍ମାର୍ଟଫୋନ ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ଼ ଅଫର । ସାମସଙ୍ଗ ଗାଲାକ୍ସି ଏସ୨୪ର ଦାମ ୧୨ ହଜାର ଟଙ୍କା ଶସ୍ତା ହୋଇଯାଇଛି । ନିଜର ଫ୍ୟାଗଶିପ ଫୋନ ଉପରେ ସାମସଙ୍ଗ ଏଭଳି ବମ୍ପର ଅଫର ଘୋଷଣା କରିଛି । ଏହି ଫୋନରେ ଗାଲାକ୍ସି ଏଆଇ, ୫୦ଏମପିର ମେନ ଲେନ୍ସ, ୪୦୦୦ଏମଏଏଚର ବ୍ୟାଟେରୀ ଓ ଅନ୍ୟାନ୍ୟ ଫିଚର୍ସ ମିଳୁଛି । ସାମସଙ୍ଗ ପକ୍ଷରୁ ଇଣ୍ଡିପେଣ୍ଡେନ୍ସ ଡେ ଅଫର ଘୋଷଣା କରାଯାଇ ଗ୍ରାହକଙ୍କୁ ହଜାର ହଜାର ଟଙ୍କା ରିହାତି ପ୍ରଦାନ କରାଯାଉଛି ।

ଏହି ଫୋନରେ ଗ୍ରାହକମାନେ ୧୨ ହଜାର ଟଙ୍କାର ଡିସକାଉଣ୍ଟ ପାଇବା ସହ ତାହାକୁ ଉଭୟ ଅନଲାଇନ୍ ଓ ଅଫଲାଇନ ଉଭୟ ପ୍ଲାଟଫର୍ମରେ କିଣି ପାରିବେ । ଚଳିତ ବର୍ଷ ପ୍ରାରମ୍ଭରେ କମ୍ପାନୀ ଗାଲାକ୍ସି ଏସ୨୪କୁ ଲଞ୍ଚ କରିଥିଲା । ଏଥିରେ ଗ୍ରାହକଙ୍କୁ ଦମଦାର ଫିଚର୍ସ ଓ କାମ୍ପେ୍ଲକ୍ଟ ସାଇଜ୍ ମିଳିଥାଏ । ଏଥିରେ ୪ ହଜାରଏମଏଏଚ ବ୍ୟାଟେରୀ ଦିଆଯାଇଥିବା ବେଳେ ଏହହାକୁ ସାମସଙ୍ଗ ବ୍ରାଣ୍ଡ ପକ୍ଷରୁ ୭୪,୯୯୯ ମୂଲ୍ୟରେ ଲଞ୍ଚ କରାଯାଇଥିଲା । ତେବେ ଇଣ୍ଡେିପେଣ୍ଡେନ୍ସ ଡେ ଅଫର ଅନୁସାରେ ଏହି ଫୋନର ମୂଲ୍ୟ ଏବେ ୬୨,୯୯୯ ଟଙ୍କା ରଖାଯାଇଛି । ଏହି ମୂଲ୍ୟରେ ଗ୍ରାହକମାନେ ଏହାକୁ କ୍ରୟ କରିପାରିବେ ।

ସବୁଠାରୁ ବଡ଼ କଥା ହେଉଛି, ଗ୍ରାହକମାନେ ଏହି ଫୋନକୁ ୨୪ ମାସର ନୋ-କଷ୍ଟ ଇଏମଆଇରେ ମଧ୍ୟ କିଣିପାରିବେ । ଏହି ସ୍ମାର୍ଟଫୋନ ଏମ୍ବର ୟେଲୋ, କୋବାଲ୍ଟ ଭାୟଲେଟ, ଆନିକ୍ସ ବ୍ଲାକ ଓ ମାର୍ବଳ ଗ୍ରେ ଆଦି ରଙ୍ଗରେ ଆସୁଛି । ।ଏହି ହ୍ୟାଣ୍ଡସେଟ ୫୦ଏମପି ପ୍ଲସ ୧୦ ଏମପି ପ୍ଲସ ୧୨ ଏମପିର ଟ୍ରିପଲ ରିୟର କ୍ୟାମେରା ସେଟଅପ୍ ସହିତ ଆସୁଛି । ଫ୍ରଣ୍ଟରେ କମ୍ପାନୀ ୧୨ ଏମପିର ସେଲଫୀ କ୍ୟାମେରା ଦେଇଛି । ଡିଭାଇସକୁ ପାୱର ଦେବାକୁ ଦିଆଯାଇଥିବା ବ୍ୟାଟେରୀ ୨୫ଡବ୍ଲ୍ୟୁର ୱେୟାର ଓ ୧୫ଡବ୍ଲ୍ୟୁର ୱେୟାରଲେସ ଚାର୍ଜିକୁ ସପୋର୍ଟ କରିଥାଏ । ଏହି ଡିସପ୍ଲେରେ ଫିଙ୍ଗରପ୍ରିଣ୍ଟ ସେନ୍ସର ମିଳିଥାଏ ।

Get real time updates directly on you device, subscribe now.