fbpx

ଏଣିକି ସବୁଠି ମିଳିବ 4G-5G ନେଟୱର୍କ: ହାଇସ୍ପିଡ ଇଣ୍ଟରନେଟର ମଜା ନେବେ ଗ୍ରାହକ

ନୂଆଦିଲ୍ଲୀ: ୟୁଜରମାନଙ୍କ ପାଇଁ 4G ଏବଂ 5G ରେଡି ସିମ୍ କାର୍ଡକୁ ନେଇ ଘୋଷଣା କରିଛି ସରକାରୀ ଟେଲିକମ୍ କମ୍ପାନୀ BSNL। ୟୁଜରମାନଙ୍କୁ ଓଭର-ଦ-ଏୟାର(OTA) ଏବଂ ୟୁନିଭର୍ସାଲ ସିମ୍(USIM) କାର୍ଡ ଜାରି କରାଯିବ । ଯେକୌଣସି ସ୍ଥାନରେ ଏହାକୁ ଆକ୍ଟିଭେଟ କରି ବ୍ୟବହାର କରିପାରିବେ ୟୁଜର । ଏହାବ୍ୟତୀତ ୟୁଜର୍ସଙ୍କୁ ନିଜ ମୋବାଇଲ ନମ୍ବର ଚୟନ କରିବା ପାଇଁ ମଧ୍ୟ ସୁବିଧା ପ୍ରଦାନ କରାଯିବ । ଏ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର(X)ରେ ସୂଚନା ଦେଇଛି BSNL।

ଏହି ପୋଷ୍ଟରେ ଦୂରସଞ୍ଚାର ବିଭାଗ ତରଫରୁ କୁହାଯାଇଛି ଯେ, ‘4G ଏବଂ 5G ସର୍ଭିସ ରୋଲ ଆଉଟ ପରେ ୟୁଜର୍ସଙ୍କୁ ଭୌଗୋଳିକ ପ୍ରତିବନ୍ଧକ ବିନା ନିଜ ମୋବାଇଲ ନମ୍ବର ଚୟନ କରିବା ପାଇଁ ସୁଯୋଗ ମିଳିବ । ଏହାସହିତ ସିମ୍ ପରିବର୍ତ୍ତନ କରିବାରେ ମଧ୍ୟ ସୁବିଧା ମିଳିପାରିବ । ପାୟରୋ ହୋଲ୍ଡିଙ୍ଗସ ପ୍ରାଇଭେଟ ଲିମିଟେଡ ସହ ମିଶି ଏହି ସିମ୍ ବାହାର କରିଛି BSNL। ଏ ନେଇ କମ୍ପାନୀ କହିଛି ଯେ, ପାୟରୋ ହୋଲ୍ଡିଙ୍ଗସ ସହ ମିଳିତ ଭାବରେ ବିକଶିତ ଏହି ପ୍ଲାଟଫର୍ମ ଚଣ୍ଡିଗଡ଼ରେ ଉଦ୍ଘାଟିତ ହୋଇଛି। ଏହା ମଧ୍ୟ ତ୍ରିଚିରେ ବିପର୍ୟ୍ୟୟ ‘ପୁନରୁଦ୍ଧାର ସ୍ଥାନ’ ମଧ୍ୟ ସାମିଲ ରହିଛି । BSNL କହିଛି, “ନୂତନ 4G ଏବଂ 5G ଉପଯୁକ୍ତ ପ୍ଲାଟଫର୍ମ ଦେଶର ସମସ୍ତ ଗ୍ରାହକଙ୍କୁ ଉନ୍ନତ ସଂଯୋଗ ଏବଂ ସେବା ଗୁଣବତ୍ତା ଯୋଗାଇବା ପାଇଁ ପ୍ରସ୍ତୁତ କରାଯାଇଛି।” ଧୀରେ ଧୀରେ କମ୍ପାନୀ ସାରା ଦେଶରେ 4G ନେଟୱର୍କ ଆରମ୍ଭ କରୁଛି ।

ବିବୃତ୍ତିରେ କୁହାଯାଇଛି ଯେ, “BSNL 4G ଏବଂ 5G ପାଇଁ ନେଟୱର୍କରେ ଉନ୍ନତି କରୁଛି । ତେଣୁ ଏହି ପ୍ଲାଟଫର୍ମର ଉନ୍ମୋଚନ ଏହି ପଦକ୍ଷେପର ଏକ ଶୁଭାରମ୍ଭ ବୋଲି କୁହାଯାଇଛି । ଡିଜିଟାଲ ବିଭାଜନକୁ ଦୂର କରିବା ସହ ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳରେ ନାଗରିକମାନଙ୍କୁ ସଶକ୍ତିକରଣ କରିବା ଏବଂ ଅତ୍ୟାଧୁନିକ ଟେଲିକମ୍ ସେବାରେ ସମାନ ସୁବିଧା ସୁନିଶ୍ଚିତ କରିବା ପାଇଁ BSNLର ପ୍ରୟାସରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବୃତ୍ତି ପ୍ରକାଶ ପାଇଛି ।

Get real time updates directly on you device, subscribe now.