fbpx

ଇନଷ୍ଟାଗ୍ରାମରେ ଆସୁଛି Snapchat ଭଳି ଆଉ ଏକ ଫିଚର, ଜାଣନ୍ତୁ ଏହା କିପରି କାର୍ଯ୍ୟ କରିଥାଏ

ନୂଆଦିଲ୍ଲୀ: ଦିନକୁ ଦିନ ସୋସିଆଲ ମିଡିଆ ବ୍ୟବୌହାରକାରୀଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ନିଜ ବିଚାର ଉପସ୍ଥାପନ କରିଥାନ୍ତି । ଲୋକପ୍ରିୟତା ହାସଲ କରିବା ପାଇଁ ମଧ୍ୟ ଅଧିକାଂଶ ବ୍ୟକ୍ତି ସୋସିଆଲ ମିଡିଆ ଉପରେ ନିର୍ଭରଶୀଳ । ଅନେକ ସମୟରେ କମ୍ପାନୀ ୟୁଜର୍ସଙ୍କୁ ଆକୃଷ୍ଟ କରିବା ସହ ତାଙ୍କ ସୁବିଧାକୁ ଦୃଷ୍ଟି ରଖି ବିଭିନ୍ନ ଫିଚର ଲଞ୍ଚ୍ କରିଥାଏ । ବର୍ତ୍ତମାନ ଇନଷ୍ଟାଗ୍ରାମ ଏହାର ୟୁଜର୍ସଙ୍କ ପାଇଁ ଏକ ନୂତନ ଫିଚର ନେଇ ଆସୁଛି ।

ରିପୋର୍ଟ ଅନୁଯାୟୀ ଇନଷ୍ଟାଗ୍ରାମ ୟୁଜର୍ସଙ୍କ ପାଇଁ ଲୋକେସନ୍ ଶେୟାରିଂ ଫିଚର ନେଇ ଆସୁଛି । ଏହା Snapchatର ସ୍ନାପ୍ ମ୍ୟାପ୍ ଭଳି କାର୍ଯ୍ୟ କରିବ । ବର୍ତ୍ତମାନ ଏହି ନୂତନ ଫିଚରକୁ ନେଇ ଏକ୍ସପେରିମେଣ୍ଟ ଜାରି ରହିଛି । ଏହି ନୂତନ ଫିଚର ସହ ଇନଷ୍ଟାଗ୍ରାମ କିଛି ସ୍ଥାନରେ ଟ୍ରାଏଲ ଆଧାରରେ ଚାଲୁଛି । ଏହି ଲୋକେସନ୍ ଶେୟାରିଂ ଫିଚର ମାଧ୍ୟମରେ ୟୁଜର ନିଜ ଲୋକେସନ୍ ସହ ଟେକ୍ଟ ଏବଂ ଭିଡିଓ ଅପଡେଟ୍ ମ୍ୟାପରେ ଶେୟାର କରିପାରିବେ । କିନ୍ତୁ ଏହା କେବଳ କିଛି ବନ୍ଧୁଙ୍କୁ ଦୃଶ୍ୟମାନ ହେବ । ଏହି ନୂତନ ଫିଚରର ନାଁ ହେଉଛି ‘ଫ୍ରେଣ୍ଡ୍ ମ୍ୟାପ୍‌’ । ଇନଷ୍ଟାଗ୍ରାମ ପୂର୍ବରୁ ମଧ୍ୟ ଏଭଳି ଫିଚର ଆଣିସାରିଛି ଯାହା ଅନ୍ୟ ଆପରୁ କପି ହୋଇଥିବା ଭଳି ମନେ ହୁଏ ଯେପରି ଷ୍ଟୋରିଜ୍‌(ସ୍ନାପଚାଟରୁ) ଏବଂ ରୀଲ୍ସ(ଟିକଟକରୁ) । ଇନଷ୍ଟାଗ୍ରାମର କହିବାନୁଯାୟୀ ଜଣେ ୟୁଜର ନିଜ ଲୋକେସନ ମ୍ୟାପ୍ କାହା ସହ ଶେୟାର କରିବାକୁ ଚାହୁଁଛି(ଲୋକେସନ ଶେୟାରିଂକୁ କଷ୍ଟମାଇଜ୍‌ଡ କରିପାରିବେ) ତାଙ୍କ ଉପରେ ନିର୍ଭର କରେ ।

Get real time updates directly on you device, subscribe now.